ETV Bharat / bharat

କଂଗ୍ରେସରେ ମିଶିଲେ ବିଜେପି ସଂଖ୍ୟାଲଘୁ ନେତା ଅମିନ ପଠାନ, ପ୍ରଧାନମନ୍ତ୍ରୀଙ୍କୁ 7ଟି ପ୍ରଶ୍ନ କଲେ ଗେହେଲଟ

author img

By ETV Bharat Odisha Team

Published : Nov 15, 2023, 8:07 PM IST

ବିଜେପି ଛାଡି କଂଗ୍ରେସରେ ମିଶିଲେ ସଂଖ୍ୟାଲଘୁ ନେତା ଅମିନ ପଠାନ, ପ୍ରଧାନମନ୍ତ୍ରୀଙ୍କୁ 7 ଟି ପ୍ରଶ୍ନ କଲେ ଗେହେଲଟ
ବିଜେପି ଛାଡି କଂଗ୍ରେସରେ ମିଶିଲେ ସଂଖ୍ୟାଲଘୁ ନେତା ଅମିନ ପଠାନ, ପ୍ରଧାନମନ୍ତ୍ରୀଙ୍କୁ 7 ଟି ପ୍ରଶ୍ନ କଲେ ଗେହେଲଟ

ରାଜସ୍ଥାନରେ କଂଗ୍ରେସରେ ସାମିଲ ହେଲେ ବିଜେପି ସଂଖ୍ୟାଲଘୁ ନେତା ଅମିନ ପଠାନ । ଲାଲ ଡାଏରୀ ପ୍ରସଙ୍ଗରେ ବିଜେପିକୁ ପାଲଟା ଟାର୍ଗେଟ ଅଶୋକ ଗେହେଲଟ । ପ୍ରଧାନମନ୍ତ୍ରୀଙ୍କୁ ପଚାରିଲେ 7ଟି ପ୍ରଶ୍ନ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନରେ ବିଜେପିର ପ୍ରମୁଖ ସଂଖ୍ୟାଲଘୁ ଚେହେରା ଅମିନ ପଠାନ ଆଜି (ବୁଧବାର) ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି । ସେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ରାଜସ୍ଥାନ କ୍ରିକେଟ୍ ଆସୋସିଏସନର ଉପାଧ୍ୟକ୍ଷ ଭାବେ ମଧ୍ୟ ରହିସାରିଛନ୍ତି । ତାଙ୍କ ସହ ବହୁ କାଉନସିଲର ଓ ବିଜେପି କର୍ମୀ ମଧ୍ୟ ବିଜେପି ଛାଡି କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦଳର ରାଜ୍ୟ ପ୍ରଭାରୀ ସୁଖଜିନ୍ଦର ସିଂ ରାନ୍ଧୱା ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଅମିନ ପଠାନ ଓ ତାଙ୍କ ସମର୍ଥକଙ୍କୁ ସ୍ବାଗତ କରିଥିଲେ । ଦଳୀୟ ଉତ୍ତରୀୟ ପିନ୍ଧାଇ ସମସ୍ତଙ୍କୁ ଦଳର ସଦସ୍ୟତା ପ୍ରଦାନ କରାଯାଇଥିଲା । ଏମାନଙ୍କ ଅଂଶଗ୍ରହଣ ଦଳକୁ ସୁଦୃଢ କରିବା ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଏହି ମିଶ୍ରଣ ପର୍ବ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ପ୍ରେସମିଟ୍‌ରେ ବିଜେପି ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ରାଜସ୍ତାନ ଗସ୍ତ କରି ଲୋକଙ୍କୁ ଭଡକାଉଛନ୍ତି ବୋଲି ଗେହେଲଟ କହିଛନ୍ତି । ସେହିପରି ବହୁଚର୍ଚ୍ଚିତ ଲାଲ ଡାଏରୀ ପ୍ରସଙ୍ଗରେ ସିଧା ବିଜେପିକୁ ପାଲଟା ଟାର୍ଗେଟ କରି ଗେହେଲଟ କହିଛନ୍ତି, ଏହି ଷଡ଼ଯନ୍ତ୍ର ଗୃହ ମନ୍ତ୍ରଣାଳୟରୁ ହୋଇଥିଲା । ଯେଉଁଥିରେ ତାଙ୍କ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ଶିକାର ହେଲେ । ତାଙ୍କର ଲାଲ ଡାଏରୀ ପ୍ରସଙ୍ଗରେ କୌଣସି ଚିନ୍ତା ନାହିଁ ବରଂ କଂଗ୍ରେସ କିପରି ରାଜ୍ୟରେ ସରକାର ଗଠନ କରିବ ଓ ରାଜ୍ୟବାସୀଙ୍କ ନିକଟରେ କଲ୍ୟାଣକାରୀ ଯୋଜନା ପହଞ୍ଚିବ ସେ ନେଇ ସେ ଚିନ୍ତିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଦିଲ୍ଲୀ-ଦରଭଙ୍ଗା ହମସଫର ଏକ୍ସପ୍ରେସରେ ନିଆଁ, ଟ୍ରେନରୁ ଡେଇଁଲେ ଯାତ୍ରୀ

ସେହିପରି ଗେହେଲଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 7 ଟି ପ୍ରଶ୍ନ ମଧ୍ୟ ପଚାରିଛନ୍ତି :

1. ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନକୁ ଆସୁଛନ୍ତି, ସେ ରାଜସ୍ଥାନ ସରକାରଙ୍କ ପରି ସମସ୍ତଙ୍କୁ 25 ଲକ୍ଷ ଟଙ୍କାର ବୀମା କେବେ ଦେବେ ?

2. ସାରା ଦେଶରେ କର୍ମଚାରୀଙ୍କ ପାଇଁ ଓଲ୍ଡ ପେନସନ ସ୍କିମ (OPS) କେବେ କାର୍ଯ୍ୟକାରୀ ହେବ?

3. ଘରୋଇ ଗ୍ୟାସ ସିଲିଣ୍ଡର କେବେ 500 ଟଙ୍କାରେ ମିଳିବ ?

4. ସହରୀ ନିଯୁକ୍ତି ଯୋଜନା କେବେ କାର୍ଯ୍ୟକାରୀ ହେବ ?

5. ERCP କୁ କେବେ ଜାତୀୟ ପ୍ରକଳ୍ପ ମାନ୍ୟତା ଦିଆଯିବ ?

6. ରାଜସ୍ଥାନର ପାଇଁ ବଜେଟ୍ କେବେ ଅନୁମୋଦନ ହେବ ?

7. ଅଗ୍ନିବୀର ପରିବର୍ତ୍ତେ ସେନାରେ ନିୟମିତ ନିଯୁକ୍ତି କେବେ ଆରମ୍ଭ କରାଯିବ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.