ETV Bharat / bharat

ଦିଲ୍ଲୀ-ଦରଭଙ୍ଗା ହମସଫର ଏକ୍ସପ୍ରେସରେ ନିଆଁ, ଟ୍ରେନରୁ ଡେଇଁଲେ ଯାତ୍ରୀ

author img

By ETV Bharat Odisha Team

Published : Nov 15, 2023, 6:56 PM IST

Updated : Nov 15, 2023, 7:19 PM IST

ଦିଲ୍ଲୀ- ଦରଭଙ୍ଗା ହମସଫର ଏକ୍ସପ୍ରେସରେ ନିଆଁ । ଉତ୍ତର ପ୍ରଦେଶ ଇଟାଓ୍ବା ନିକଟରେ ନିଆଁ ଲାଗିଥିବା ସୂଚନା । ଅଧିକ ପଢନ୍ତୁ

ଦିଲ୍ଲୀ -ଦରଭଙ୍ଗା ଏକ୍ସପ୍ରେସରେ ନିଆଁ, ଟ୍ରେନରୁ ଡେଇଁଲେ ଯାତ୍ରୀ
ଦିଲ୍ଲୀ -ଦରଭଙ୍ଗା ଏକ୍ସପ୍ରେସରେ ନିଆଁ, ଟ୍ରେନରୁ ଡେଇଁଲେ ଯାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ-ଦରଭଙ୍ଗା ହମସଫର ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଉତ୍ତର ପ୍ରଦେଶ ଇଟାଓ୍ବାର ସରାୟ ଭୁପତ ଷ୍ଟେସନ ନିକଟରେ ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । କିଛି ଯାତ୍ରୀ ଟ୍ରେନରୁ ଡେଇଁ ପଡିଥିବା ମଧ୍ୟ ସୂଚନା ମିଳିଛି । ନିଆଁକୁ ଆୟତ କରିବା ପାଇଁ ଏକାଧିକ ଫାୟାର ଟିମ୍‌ କାମରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ଅଧିକ ସୂଚନା ମିଳିପାରିନି । କେଉଁ କାରଣରୁ ନିଆଁ ଲାଗିଲା, ତାହା ମଧ୍ୟ ସ୍ପଷ୍ଟ ହୋଇନି । ଟ୍ରେନର 3ଟି ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି ।

  • #WATCH | While train number 02570 Darbhanga Clone Special was passing through Sarai Bhopat Railway station in Uttar Pradesh, the station master immediately stopped the train after seeing smoke in the S1 coach. All passengers were disembarked safely. There are no injuries or… pic.twitter.com/U6LfewBsrx

    — ANI (@ANI) November 15, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଟ୍ରେନ ନମ୍ବର 02570 ହମସଫର ଏକ୍ସପ୍ରେସ ରାଜଧାନୀ ଦିଲ୍ଲୀରୁ ବିହାର ଦରଭଙ୍ଗା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଉତ୍ତର ପ୍ରଦେଶର ଇଟାଓ୍ବାର ସରାୟ ଭୁପତ ଷ୍ଟେସନ ନିକଟରେ ଟ୍ରେନରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ଗୋଟିଏ ବଗିରୁ ନିଆଁ ବାହାରୁଥିବା ଦେଖାଯିବା ପରେ ଟ୍ରେନଟି ଅଟକିଥିଲା । ଯାତ୍ରୀମାନେ ଭୟଭୀତ ହୋଇ ବଗିରୁ ଡେଇଁ ପଡିଥିବା ଦେଖିବାକୁ ମିଳିଥିଲା । ଗୋଟିଏ ପରେ ଗୋଟିଏ 3 ଟି ବଗିକୁ ନିଆଁ ବ୍ୟାପିଯାଇଥିଲା । କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ରେଳ ବିଭାଗ ଫାଏର ଟିମ ଓ ସ୍ଥାନୀୟ ଫାଏର ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ବଗି ତଳେ ଲାଗିଥିବା ସିଲିଣ୍ଡର ବିସ୍ଫୋରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତାହତଙ୍କ ସମ୍ପର୍କରେ ରେଳବାଇ ଔପଚାରିକ ଭାବେ କିଛି ଘୋଷଣା କରିନି । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇନି । ଏବେ ନିଆଁଲିଭା ପାଇଁ ଅପରେସନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :-ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଏସି କୋଚରେ ଲାଗିଲା ନିଆଁ

ଆଜି ପୂର୍ବାହ୍ନରେ ଛତିଶଗଡ଼ ଭିଲାଇ ହାଉସ ଭିଲାଇ ଷ୍ଟେସନ ନିକଟରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନର B-2 କୋଚରେ ନିଆଁ ଲାଗିଯାଇଥିଲା । ଟ୍ରେନରେ ନିଆଁ ଲାଗିବା ଖବର ପାଇଁ ରେଳବାଇ ଅଧିକାରୀ ଓ କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ହଟ୍ ଏକ୍ସଲ କାରଣରୁ ଟ୍ରେନ ବଗିରେ ନିଆଁ ଲାଗିଯାଇଥିବା ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଏଥିରେ କେହି ମୃତାହତ ହୋଇନଥିବା ସମସ୍ତଙ୍କ ଆଶ୍ବସ୍ତ କରିଥିଲା । କିଛି ସମୟ ପରେ ଟ୍ରେନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ପୁଣି ଯାତ୍ରା କରିଥିଲା । ସଂଧ୍ୟାରେ ପୁଣି ଉତ୍ତର ପ୍ରଦେଶରେ ହମସଫର ଏକ୍ସପ୍ରେସରେ ନିଆଁ ଲାଗିବାର ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 15, 2023, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.