ETV Bharat / bharat

ମୁଖ୍ୟମନ୍ତ୍ରୀ ଘୋଷଣା ବିଳମ୍ବ, ବିଜେପିରେ ଶୃଙ୍ଖଳାର ଅଭାବ କହି ସମାଲୋଚନା କଲେ ଗେହେଲଟ

author img

By ETV Bharat Odisha Team

Published : Dec 9, 2023, 3:50 PM IST

‘ବିଜେପିରେ ଶୃଙ୍ଖଳାର ଅଭାବ’: ମୁଖ୍ୟମନ୍ତ୍ରୀ ଘୋଷଣା ବିଳମ୍ବକୁ ଗେହେଲଟଙ୍କ ସମାଲୋଚନା
‘ବିଜେପିରେ ଶୃଙ୍ଖଳାର ଅଭାବ’: ମୁଖ୍ୟମନ୍ତ୍ରୀ ଘୋଷଣା ବିଳମ୍ବକୁ ଗେହେଲଟଙ୍କ ସମାଲୋଚନା

(Ashok Gehlot criticizes BJP) ମୁଖ୍ୟମନ୍ତ୍ରୀ ଘୋଷଣା ବିଳମ୍ବକୁ ନେଇ ବିଜେପିକୁ ସମାଲୋଚନା କଲେ ଗେହେଲଟ । କହିଲେ ବିଜେପିରେ ଶୃଙ୍ଖଳା ନାହିଁ । ସେମାନେ ଧ୍ରୁବିକରଣ କରି ନିର୍ବାଚନ ଜିତିଛନ୍ତି । ଅଧିକ ପଢନ୍ତୁ

ଜୟପୁର: ବିଧାନସଭା ଜନଦେଶ ପ୍ରକାଶ ପାଇବାକୁ ପ୍ରାୟ ସପ୍ତାହେ ବତିବାକୁ ବସିଥିବା ବେଳେ 3 ରାଜ୍ୟରେ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି (ବିଜେପି) ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରିନି । ଏକାଧିକ ଆଶାୟୀଙ୍କ ମଧ୍ୟରେ ଦଳ ବିଭିନ୍ନ ଦିଗକୁ ନେଇ ବିଚାର ବିମର୍ଶ ଜାରି ରଖିଛି । ଏହାରି ମଧ୍ୟରେ ଏହି ବିଳମ୍ବିତ କାରଣ ମଧ୍ୟ ବିରୋଧୀଙ୍କୁ ସମାଲୋଚନା ପାଇଁ ଏକ ଖୋରାକ ଦେଇଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ବିଜେପିରେ ଶୃଙ୍ଖଳା ଅଭାବ କାରଣରୁ ମୁଖ୍ୟମନ୍ତ୍ରୀ କି’ଏ ହେବେ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି ବୋଲି କହି କଟାକ୍ଷ କରିଛନ୍ତି ।

ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ପ୍ରତିକ୍ରିୟା ଦେଇ ଗେହେଲଟ କହିଛନ୍ତି, ‘‘ବିଜେପିରେ କୌଣସି ଶୃଙ୍ଖଳା ନାହିଁ । ଆମେ ଯଦି ଜନାଦେଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଚୟନରେ ଏପରି ବିଳମ୍ବ କରିଥାନ୍ତୁ , ତେବେ ସେମାନେ ଆମକୁୁ କେମିତି ସମାଲୋଚନା କରିଥାନ୍ତେ, ତାହା କହିବା ଅସମ୍ଭବ । ସେମାନେ ଲୋକଙ୍କୁ ଭ୍ରମିତ କରିଥାଆନ୍ତେ । ସେମାନେ ଏହି ନିର୍ବାଚନକୁ ଧ୍ରୁବିକରଣ କରି ଜିତିଛନ୍ତି । ଧାରା-370 ଉଚ୍ଛେଦ, କହ୍ନେୟାଲାଲ ହତ୍ୟା ପ୍ରସଙ୍ଗକୁ ନିର୍ବାଚନରେ ଉଠାଇଛନ୍ତି । କିନ୍ତୁ ଆମେ ନୂଆ ସରକାରକୁ ସହଯୋଗ କରିବୁ ।’’

ଚଳିତଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ବହୁମତ ହାସଲ କରିଛି । 3 ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା ବେଳେ ଏପର୍ଯ୍ୟନ୍ତ ବିଜେପି ଏହି 3 ରାଜ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିନି । ଏହି ରାଜ୍ୟଗୁଡିକରେ ଏକାଧିକ ବରିଷ୍ଠ ଚେହେରା ମୁଖ୍ୟମନ୍ତ୍ରୀ ଦାବିଦାର ରହିଛନ୍ତି । ଦଳ ଫଳାଫଳ ପ୍ରକାଶ ପାଇବା ପରଠାରୁ ଦିଲ୍ଲୀରେ ମାରାଥନ ମିଟିଂ ଜାରି ରଖିଛି । ହେଲେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସଙ୍କେତ ମଧ୍ୟ ମିଳୁନି ।

ଏହା ମଧ୍ୟ ପଢନ୍ତୁ :- ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ସ୍ପିକର ନିଯୁକ୍ତିକୁ କିଶନ ରେଡ୍ଡିଙ୍କ ବିରୋଧ: 'ସ୍ଥାୟୀ ବାଚସ୍ପତି ନିର୍ବାଚନ ପରେ ହିଁ ଶପଥ ନେବେ ବିଜେପି ବିଧାୟକ'

ରାଜସ୍ଥାନରେ ବିଜେପି 115 ଆସନ ଜିତି କ୍ଷମତାକୁ ଆସିଥିବା ବେଳେ ଶାସକ କଂଗ୍ରେସ ମାତ୍ର 69 ଆସନ ସହ ବିରୋଧୀ ଦଳ ଭୂମିକାକୁ ଫେରିବାରୁ ବାଧ୍ୟ ହୋଇଛି । ବସୁନ୍ଧରା ରାଜେ ସିନ୍ଧିଆ ମୁଖ୍ୟମନ୍ତ୍ରୀ ଆଶାୟୀ ଭାବେ ସବୁଠୁ ଆଗରେ ରହିଛନ୍ତି । ମାତ୍ର ଦଳ ନୂଆ ଚେହେରା ଖୋଜୁଥିବା ଚର୍ଚ୍ଚା ହେଉଛି । ସେ ଦୃଷ୍ଟିରୁ ସାଂସଦ ପଦରୁ ଇସ୍ତଫା ଦେଇଥିବା ବାଲକନାଥଙ୍କ ନାମ ମଧ୍ୟ ରେସରେ ରହିଛି । ସୋମବାର ମଧ୍ଯରେ ବିଜେପି 3 ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରେ ସ୍ପଷ୍ଟ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.