ଜଳକଷ୍ଟରେ ଜର୍ଜରିତ ଗ୍ରାମବାସୀ, ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା

By ETV Bharat Odisha Team

Published : Mar 2, 2024, 12:22 PM IST

thumbnail

Water Problem: ନିମାପଡା: ଗ୍ରୀଷ୍ମଋତୁ ଆରମ୍ଭରୁ ଦେଖା ଦେଲାଣି ଜଳକଷ୍ଟ । ବୁନ୍ଦାଏ ପାଣି ପାଇଁ ଡହଳବିକଳ ପୁରୀ ଜିଲ୍ଲା ଦୁଗଲ ଗ୍ରାମ ପଞ୍ଚାୟତର ବୀରଗୋବିନ୍ଦପୁର ଗ୍ରାମବାସୀ । ଦୀର୍ଘ ଦିନ ଧରି ପାଣି ନ ମିଳିବାରୁ ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଲେ ଗ୍ରାମବାସୀ । ପଞ୍ଚାୟତରେ ଜଳ ଯୋଗାଣ ପ୍ରକଳ୍ପ କାମ ନ କରିବା ଫଳରେ ଜନସାଧାରଣ ପାଣି ପାଇଁ ହଇରାଣ ହେଉଥିବା ଅଭିଯୋଗ କରି ବ୍ଲକ କାର୍ଯ୍ୟାଳୟ ପରିସରରେ ବସି ରହିଛନ୍ତି । ପାଣି ଆସିଲେ ଗାଁକୁ ଯିବେ ନଚେତ ବ୍ଲକ କାର୍ଯ୍ୟାଳୟରେ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗତ କିଛି ତଳେ କିଛି ଦୁର୍ବୃତ୍ତ ପାଣି ପାଇପ ଲାଇନ୍ କାଟି ଦେଇଥିବାରୁ 2 ଦିନ ଜଳ ଯୋଗାଣ ବ୍ୟାଘାତ ହୋଇଥିଲା ବେଳେ ଟାଟା ପାୱାର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ଅଧାରୁ ଅଧିକ ବିଦ୍ୟୁତ୍ ବିଲ୍ ପୈଠ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିଲ୍ ପୈଠ ଜିଦରେ ବିଦ୍ୟୁତ୍ ସଂଯୋଗ କରୁନାହିଁ । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢିବାରେ ଲାଗିଛି । ସରକାର ବସୁଧା ଯୋଜନାରେ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକଳ୍ପ କରିଛନ୍ତି । ମାତ୍ର ସେଥି ମଧ୍ୟରୁ ଅନେକ ସ୍ଥାନରେ ଶୁଦ୍ଧ ପାନୀୟ ଜଳ ମିଳିବା ପରିବର୍ତ୍ତେ, ଲୁଣି ଓ ଦୂଷିତ ଜଳ ଆସୁଛି । ଯାହା ପିଇବା ଉପଯୋଗୀ ହେଉ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.