ଜୁନାଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଜୋରଦାର କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ - Bhupender Yadav Election Campaign

By ETV Bharat Odisha Team

Published : May 1, 2024, 10:15 PM IST

thumbnail

Union Minister Bhupender Yadav Election Campaign ଭବାନୀପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳୁଛି । ସେପଟେ ପ୍ରାର୍ଥୀମାନେ ମଧ୍ୟ ପ୍ରଚାରକୁ ଜୋରଦାର କରୁଛନ୍ତି । ଏହାରି ଭିତରେ ଆଜି (ବିଧବାର) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପିର ପ୍ରଚାରର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀମାନେ ଘନଘନ ଓଡ଼ିଶା ଗସ୍ତ କରି ପ୍ରଚାରକୁ ଜୋରଦାର କରୁଛନ୍ତି । ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକର ଉଦେଶୄଙ୍ଗ ଠାରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା କେଶରୀ ଦେଓ ଏବଂ ବିଧାୟକ ପ୍ରାର୍ଥୀ ମନୋଜ ମେହେରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ହେଲିକ୍ୟାପ୍ଟର ଯୋଗେ ପହଞ୍ଚିବା ପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୄତ୍ବରେ ଅନୁଷ୍ଠିତ ଏକ ବିଶାଳ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକରୁ ଶହ ଶହ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଭୂପେନ୍ଦ୍ର ଶାସକ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୋଲାମୁଣ୍ଡା ବ୍ଲକ ଡଙ୍ଗରିଗୁଡା ଗାଁର ଜଣେ ଦଳିତ ପରିବାରର ପ୍ରଧାନମନ୍ତ୍ରୀ ଆବାସରେ ଭୋଜନ କରିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.