ଅବସର ଦିନ ମିଳିଲା ଫାଇନାଲ ପେନସନ, ଧନ୍ୟବାଦ ଜଣାଇଲେ ଶିକ୍ଷକ-ଶିକ୍ଷୟିତ୍ରୀ

By ETV Bharat Odisha Team

Published : Mar 1, 2024, 12:19 PM IST

thumbnail

Teacher received Pension on the date of retirement in Kendrapara,  କେନ୍ଦ୍ରାପଡା: ଚାକିରି ଶେଷ ହେବା ପରେ ପେନସନକୁ ନେଇ ଚିନ୍ତିତ ଥାଆନ୍ତି ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । ଶିକ୍ଷା ବିଭାଗରେ ପେନସନ ପାଇଁ ବହୁବାର ବିଇଓ, ଡିଇଓ ସମେତ ଶିକ୍ଷା ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟ ଦୌଡ଼ିବାକୁ ପଡିଥାଏ । କେନ୍ଦ୍ରାପଡା ଶିକ୍ଷା ବିଭାଗ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିଛି ସରକାରୀ ସ୍ତରରେ ଏକ ଅଭିନବ ପ୍ରୟାସ । ଅବସର ଦିନ ହିଁ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିଲା ଫାଇନାଲ୍ ପେନସନ, ଗ୍ରାଚୁଇଟି ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଆର୍ଥିକ ଜମା । ଗୁରୁବାର କେନ୍ଦ୍ରାପଡା ବ୍ଲକ ଶିକ୍ଷା ସର୍କଲ ଅଧିନରେ କାର୍ଯ୍ୟ କରୁଥିବା ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଥିଲେ। ଦୀର୍ଘ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ସେବା ଯୋଗାଇ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅବସର ଗ୍ରହଣ ଦିନ ହିଁ ଫାଇନାଲ୍ ପେନସନ ମିଳିବା ପରେ ଖୁସି ପ୍ରକାଶ କରିଥିଲେ ଭରତପୁର ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷୟତ୍ରୀ। ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅବସରକାଳୀନ ଫାଇନାଲ୍ ପେନସନ ମେଳା ଅନୁଷ୍ଠିତ କରାଯାଇଥିଲା । ଅବସର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ବିଇଓ ଓ କାର୍ଯ୍ୟାଳୟ କର୍ମଚାରୀ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.