ମୁଖ କର୍କଟ ପାଇଁ ଆଗକୁ ଆସିଲା ଏସସିବି

By ETV Bharat Odisha Team

Published : Mar 6, 2024, 7:35 PM IST

thumbnail

Oral Cancer Program:କଟକ: ଏସସିବିରେ ତିନି ଦିନ ଧରି ଆୟୋଜିତ ହେବ ୨୧ତମ ନେସନାଲ ଟ୍ରିପଲ ଓ ସିମ୍ପୋଜିୟମ । ଏସସିବି ମେଡିକାଲର ଓରାଲ ମେଡିସିନ ଓ ରେଡ଼ିଓଲୋଜି, ଡେଣ୍ଟାଲ ବିଭାଗରେ ମିଳିତ ସହଯୋଗରେ ଆସନ୍ତା ୮,୯ ଓ ୧୦ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସମ୍ମିଳନୀର ମୁଖ୍ୟ ବିଷୟ ବସ୍ତୁ ଓରାଲ ମେଡ଼ିସିନ ଓ ରେଡିଓଲୋଜି, ଓରାଲ ପଥୋଲଜୀ ଏବଂ ଓରାଲ୍ ସର୍ଜରୀ କ୍ଷେତ୍ରରେ ଏକ ନୂତନ ଓ ଉନ୍ନତ ଦିଗକୁ ଗତି କରିବ । ଯାହା ଭବିଷ୍ୟତରେ ମୁଖ କର୍କଟ ତଥା ତମାଖୁ ମୁକ୍ତ ଭାରତ ବର୍ଷ ଗଢିବାରେ ସହାୟକ ହେବ । ଏହି ଟ୍ରିପଲ ଓ ସିମ୍ପୋଜିୟମରେ ଅନେକ ପାଠ୍ୟକ୍ରମର ଆୟୋଜନ କରାଯାଇଛି ।  

ପ୍ରତ୍ୟେକ ଦିନ ମୁଖ କର୍କଟ, ତମାଖୁ ମୁକ୍ତ ଭବିଷ୍ୟତ ଗଠନରେ ବିଶ୍ବସ୍ତରୀୟ ନିଷ୍ପତି ଭଳି ଗଭୀର ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଏକ ହଜାରରୁ ଉର୍ଦ୍ଧ୍ବ ଦେଶ ବିଦେଶରୁ ବିଶେଷଜ୍ଞ ମାନେ ଯୋଗ ଦେବେ । ଯାହା ତାଙ୍କର ଅଭିଜ୍ଞତାକୁ ଡାକ୍ତରୀ ଛାତ୍ରଛାତ୍ରୀ ଓ ସମାଜ ନିକଟରେ ପହଞ୍ଚାଇ ପାରିବ ।ତେବେ ଅଂଶଗ୍ରହଣକାରୀ ମାନେ ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଶୈଳିରେ ଅନୁଧ୍ୟାନ କରିପାରିବେ ଯେପରି କି CBCT, 3D ପେଣ୍ଟିଂ, ମାକ୍ସିଲୋଫେସିଆଲ କ୍ଷେତ୍ରରେ ଲେଜେର ସର୍ଜରୀ ଏବଂ ଆଧୁନିକ ଦନ୍ତ ଚିକିତ୍ସାର ଏକ ଗୁରୁତତ୍ତ୍ଵ ପୂର୍ଣ୍ଣ ଦିଗ ମଧ୍ୟ ରହିବ । ଛାତ୍ରଛାତ୍ରୀମାନେ ଜ୍ଞାନ ହାସଲ ତଥା ଚିକିତ୍ସା ପୂର୍ବରୁ ଦକ୍ଷତା ବୃଦ୍ଧି କରିବା ଏବଂ ଏକ ସୁସ୍ଥ, ସୂଚନା ବିଶିଷ୍ଟ ଦନ୍ତ ସମାଜ ସୃଷ୍ଟି କରିବା ଏହି ସମ୍ମିଳନୀ ମୁଖ୍ୟ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ଫକୀର ମୋହନ ଦେବତା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.