ଶେଷ ହେଲା ୧୧ ବର୍ଷର ପ୍ରତୀକ୍ଷା, ଏସସିବି ମେଡିକାଲରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ - Liver Transplant Process In SCB MCH

By ETV Bharat Odisha Team

Published : Apr 3, 2024, 10:43 PM IST

thumbnail

Liver Transplant Process In SCB Hospital: କଟକ: କଟକ ଏସସିବି ମେଡିକାଲରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ । ଦୀର୍ଘ ୧୧ ବର୍ଷର ଅପେକ୍ଷା ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ବତନ୍ତ୍ର ମୋଡୁଲାର ଓଟିରେ ଆରମ୍ଭ ହେଲା ଯକୃତ ପ୍ରତିରୋପଣ ପ୍ରକ୍ରିୟା । ଆଜି କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଅଛି । ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟୋଲୋଜି ହାଇଦ୍ରାବାଦ ସହ ଏସସିବିର ଚୁକ୍ତି ହେବା ପରେ ଏଆଇଜିର ଏକ ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତ ଭାବେ ଏହି ପ୍ରତିରୋପଣ ଅପରେସନ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ... ଜାଣନ୍ତି କି କେତେ ବର୍ଷର ସହର କଟକ, ମିଳିଲା ପ୍ରମାଣ ! - How Old Cuttack City

ଏଆଇଜି ହାଇଦ୍ରାବାଦର ନିର୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନଙ୍କ ନେତୃତ୍ବରେ ଏକ ୯ ଜଣିଆ ଡାକ୍ତରୀ ଟିମ୍ ଆଜି ସକାଳେ ଏସସିବି ଆସି ପହଞ୍ଚିଲା ପରେ ଏହି ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ସକାଳ ୮ ଠାରୁ ଦିନ ଚାରିଟା ପର୍ଯ୍ୟନ୍ତ ଦୀର୍ଘ ଆଠ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା । ଏବେ ଏହି ଦମ୍ପତିଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧୀକ୍ଷକ । ପୂର୍ବରୁ ଅନେକ ରେକର୍ଡର ଅଧିକାରୀ ହୋଇଛି ଏସସିବି । ତେବେ ଆଜି ଲିଭର ପ୍ରତିରୋପଣ ଅପରେସନ ଆରମ୍ଭ ହେବା ପରେ ଏହା ଓଡିଶା ପାଇଁ ଏକ ସ୍ବତନ୍ତ୍ରତା ବୋଲି କହିଲେ ଅତୁକ୍ତି ହେବନାହିଁ । ବର୍ତ୍ତମାନ ସମୟରେ ସ୍ବାସ୍ଥ୍ୟର ବିକାଶ ପାଇଁ ସରକାର ଅନେକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ତେବେ ଆଜିର ସଫଳତା ରାଜ୍ୟ ସ୍ବାସ୍ଥ୍ୟ ବିକାଶର ଆଉ ଏକ ପାହାଚ ଚଢ଼ିଛି । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.