ETV Bharat / state

ଜାଣନ୍ତି କି କେତେ ବର୍ଷର ସହର କଟକ, ମିଳିଲା ପ୍ରମାଣ ! - How old Cuttack City

author img

By ETV Bharat Odisha Team

Published : Apr 3, 2024, 2:10 PM IST

How much old Cuttack: କେବେ ଗଢି ଉଠିଥିଲା କଟକ ସହର ? ତାହା ଆଜି ବି ପ୍ରଶ୍ନ ହୋଇ ରହିଛି । ତେବେ ଏଏସଆଇ ଦ୍ବାରା କିଛି ପଥର ସଂଗ୍ରହ କରାଯାଇଛି, ଯାହାକି କଟକର ବୟସ ନେଇ ଦେଇପାରିଛି ସଠିକ ପ୍ରମାଣ ! ଅଧିକ ପଢନ୍ତୁ

How much old Cuttack
How much old Cuttack

How much old Cuttack

କଟକ: କେତେ ବର୍ଷର ସହର କଟକ ? ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । କିନ୍ତୁ ଏନେଇ କୌଣସି ସଠିକ ତଥ୍ୟ ମିଳି ନଥିଲେ ମଧ୍ୟ ଏଭଳି କିଛି ସାମଗ୍ରୀ ଠାବ ହୋଇଛି ଯାହାକି ଏହାର ଆକଳନରେ ବେଶ ସହାୟକ ହୋଇଛି । ବାରବାଟୀ ଦୁର୍ଗ ପରିସରରେ ଖନନ ବେଳେ କିଛି ସାମଗ୍ରୀକୁ ଉଦ୍ଧାର କରିଛି ASI ବା ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । କଟକ ସହରର ବୟସକୁ ନେଇ ଏହାକୁ ପ୍ରମାଣ ବୋଲି କୁହାଯାଇପାରିବ । ମାଟି ତଳେ ପୋତି ରହିଥିବା ଏହି ସାମଗ୍ରୀ ସହରର ବୟସକୁ ନେଇ ସେଭଳି କିଛି ତଥ୍ୟ ପ୍ରଦାନ କରିଛି । ପ୍ରାୟ ୬ ଶହ ଖ୍ରୀଷ୍ଟାବ୍ଦର ଏହି ସାମଗ୍ରୀ ବୋଲି କୁହାଯାଇଛି । ଯଦି ଏହା ସଠିକ ତଥ୍ୟ ହୋଇଥିଲେ ତାହାଲେ କଟକ ସହରର ବୟସ ୧୪ ଶହ ବର୍ଷ ବୋଲି କୁହାଯାଇଛି ।

ବାରବାଟୀ ଦୁର୍ଗ ଖନନ ସମୟରେ କିଛି ଭଗ୍ନ ପାତ୍ର, କଉଡି, ଶଙ୍ଖ ଏବଂ ପଥର ମିଳିଛି । ଦୁର୍ଗ ପରିସରରେ ଖନନ ସମୟରେ ଯେଉଁ ଭଗ୍ନ ସାମଗ୍ରୀ ଗୁଡିକ ଉଦ୍ଧାର କରାଯାଇଛି । ତେବେ ଏହା ୬ ଶହରୁ ୯ ଶହ ଖ୍ରୀଷ୍ଟାବ୍ଦ ସମୟର ବୋଲି ASI ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହେଁ, ବରଂ ନୌବାଣିଜ୍ୟ କ୍ଷେତ୍ରରେ କଟକ ଚୀନ, ଆରବ ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ସହିତ ବ୍ୟବସାୟିକ ସମ୍ପର୍କ ରହିଥିବା ଏହି ସାମଗ୍ରୀ ଗୁଡିକରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ: ବାଉନ ବଜାର ତେପନ ଗଳିରେ ବାସୁଛି ଦହିବରା ଆଳୁଦମ, କଟକିଆଙ୍କ ଦାବି GI ଟ୍ୟାଗ

ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଏକ ଭଗ୍ନ ପାତ୍ର ମଧ୍ୟ ଜବତ କରାଯାଇଛି । ପ୍ରାୟ ୬ ଶହ ଖ୍ରୀଷ୍ଟାବ୍ଦରେ ଏହି ସାମଗ୍ରୀ ଗୁଡିକ ବ୍ୟବହାର ହେଉଥିଲା । କିଛି କିଛି ପାତ୍ରରେ ଚୀନ ଏବଂ ଅନ୍ୟ ଭଷାରେ ଲେଖା ହୋଇଥିବା ଦେଖାଯାଇଛି । ଯାହା କି କଟକ ସହର ୧୪ ଶହ ବର୍ଷର ପୁରୁଣା ସହର ବୋଲି କୁହାଯାଉଛି । ଉଦ୍ଧାର ହୋଇଥିବା ବିଭିନ୍ନ ଭଗ୍ନ ପାତ୍ର ଏବଂ ପଥରରୁ କଟକର ସିଧାସଳଖ ଚୀନ, ଆରବ ଓ ଦକ୍ଷିଣ ପୂର୍ବ ଏସିଆ ଦେଶ ସହ ନୌବାଣିଜ୍ୟ ସମ୍ପର୍କ ଥିବାର ASI ପକ୍ଷରୁ କୁହାଯାଇଛି । ତେବେ କଟକକୁ ହଜାର ବର୍ଷର ସହର ବୋଲି କୁହାଯାଉଥିଲେ ହେଁ ଏହାର ସଠିକ ପ୍ରମାଣ ମିଳିପାରିନଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.