ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ

By ETV Bharat Odisha Team

Published : Jan 25, 2024, 6:36 AM IST

thumbnail

Mangala Alati: ପୁରୀ: ଓଁ ନମୋଃ ଭଗବତେ ବାସୁଦେବାୟ । ସେ ଜଗତର ନାଥ ଜଗନ୍ନାଥ । ତାଙ୍କର ମହିମା ଅପାର । ତାଙ୍କୁ ଟିକେ ଦର୍ଶନ କରିବାକୁ ଆତୁର ହୋଇପଡେ ଭକ୍ତର ମନ । କିଏ ତାଙ୍କୁ ନୀଳାଚଳିଆ ତ ଆଉ କିଏ କାଳିଆ ସାଆନ୍ତେ ବୋଲି ଡାକେ । ପ୍ରତିଦିନ ଭୋର ସମୟରେ ଶ୍ରୀମନ୍ଦିରରେ ପତିତପାବନଙ୍କ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ଆଳତୀ କରିଛନ୍ତି ପୂଜାପଣ୍ଡା । ବଡି ଭୋରରୁ ପ୍ରଥମେ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜାପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରିଥିଲେ । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ । ତେଣୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.