ମାଲକାନଗିରିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ବିଶାଳ ବାଇକ ରାଲି ସହ ପ୍ରଚାର କଲେ ଭୁଜବଳ ମାଝୀ - Odisha Lok sabha election 2024

By ETV Bharat Odisha Team

Published : Apr 16, 2024, 10:25 PM IST

thumbnail

Congress Campaign:  ମାଲକାନଗିରି: ଜିଲ୍ଲାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଆଜି (ମଙ୍ଗଳବାର) ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ, ମାଲକାନଗିରି ଜିଲ୍ଲାର ୨ ବିଧାୟକ ପ୍ରାର୍ଥୀ ଜିଲ୍ଲାରେ ବାଇକ ରାଲି କରିବା ସହ ଜୋରଦାର ପ୍ରଚାର କରିଛନ୍ତି ।ଚଳିତ ନିର୍ବାଚନରେ ବିଜୟଲାଭ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ । 

ମାଲକାନଗିରି ଜିଲ୍ଲାରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଛି।  ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ଆଜି ମାଲକାନଗିରି ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି । ସେ ସୀମାନ୍ତ ଗୋବିନ୍ଦପାଲ୍ଲୀଠାରେ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଏଥିସହ ଗୋବିନ୍ଦପାଲ୍ଲୀରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ସାଂସଦ ପ୍ରାର୍ଥୀ ଭୁଜବଳ ମାଝିଙ୍କ ସହ ଚିତ୍ରକୋଣ୍ଡା ପ୍ରାର୍ଥୀ ମଙ୍ଗୁ ଖିଲ ଏବଂ ମାଲକାନଗିରି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମାଲା ମାଢି ମଧ୍ୟ ଉପସ୍ଥିତ ଥିଲେ । 

ଏହାମଧ୍ୟ ପଢନ୍ତୁ.. ଓଡିଶା ଆସିବେ ରାହୁଲ ଗାନ୍ଧୀ; ଶ୍ରୀକ୍ଷେତ୍ରରୁ ପ୍ରଚାର ଆରମ୍ଭ କରିବ କଂଗ୍ରେସ - Congress Campaign Committee

ଗୋବିନ୍ଦପାଲ୍ଲୀ ପରେ ମାଥିଲି, ପାଙ୍ଗାମ, କୋତାମେଟା, ପାଣ୍ଡ୍ରିପାଣି, କାଲିମେଳା ଏବଂ ମାଲକାନଗିରିରେ ପ୍ରଚାରକୁ ଜୋରଦାର କରିଥିଲା କଂଗ୍ରେସ । ଗତ ନିର୍ବାଚନରେ ଦଳକୁ ନିରାଶ ହେବାକୁ ପଡିଥିଲେ ମଧ୍ୟ ଚଳିତ ନିର୍ବାଚନରେ ଦଳ ବିଜୟ ଲାଭ କରିବ ବୋଲି ପ୍ରାର୍ଥୀମାନେ ଆଶା କରିଛନ୍ତି । 

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.