ETV Bharat / politics

ଓଡିଶା ଆସିବେ ରାହୁଲ ଗାନ୍ଧୀ; ଶ୍ରୀକ୍ଷେତ୍ରରୁ ପ୍ରଚାର ଆରମ୍ଭ କରିବ କଂଗ୍ରେସ - Congress Campaign Committee

author img

By ETV Bharat Odisha Team

Published : Apr 16, 2024, 8:00 PM IST

Congress Campaign Committee Meeting
Congress Campaign Committee Meeting

Congress Campaign Committee Meeting: ଓଡ଼ିଶାରେ ସାଧାରଣ ନିର୍ବାଚନରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଆସନ୍ତା ୨୮ ତାରିଖରେ ପ୍ରସ୍ତାବିତ ଜନସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବୋଧନ କରିବେ । ଅନୁଷ୍ଠିତ ପ୍ରଚାର କମିଟି ବୈଠକରେ ସୂଚନା ଦେଲେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ପ୍ରଚାର ଅଭିଯାନକୁ ଜୋରଦାର କରିବା ପାଇଁ ଷ୍ଟିୟରିଂ ସଜାଡ଼ୁଛି ରାଜ୍ୟ କଂଗ୍ରେସ । ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହାପରେ ଆଜି ରାଜ୍ୟ ପ୍ରଚାର କମିଟିର ପ୍ରଥମ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି । ଭକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ବୈଠକରେ ଆସନ୍ତା ଲୋକସଭା ଓ ବିଧାନସଭା କ୍ଷେତ୍ର ଗୁଡ଼ିକରେ କିପରି ପ୍ରଭାବୀ ଢଙ୍ଗରେ ପ୍ରଚାର କରାଯିବ ତାହାର ରଣକୌଶଳ ସ୍ଥିର କରାଯାଇଛି ।

Congress Campaign Committee
Congress Campaign Committee

ଜାତୀୟ କଂଗ୍ରେସର ୫ଟି ନ୍ୟାୟ ଓ ୨୫ଟି ଗ୍ୟାରେଣ୍ଟି ଏବଂ ରାଜ୍ୟ କଂଗ୍ରେସର ୯ଟି ଗ୍ୟାରେଣ୍ଟି କିପରି ସାଧାରଣ ମତଦାତାଙ୍କ ନିକଟରେ ପହଞ୍ଚିବ, ତା’ ଉପରେ ବିଷଦ ଭାବେ ଚର୍ଚ୍ଚା ହୋଇଛି । ଶ୍ରୀକ୍ଷେତ୍ର ଧାମରୁ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଚାର ଆରମ୍ଭ କରାଯିବ । ଏହି ପ୍ରଚାର ଅଭିଯାନ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା କ୍ଷେତ୍ରରେ ପହଞ୍ଚିବ । ଆସନ୍ତା ୨୮ ତାରିଖରେ ମଧୁବାବୁଙ୍କ ଜନ୍ମସ୍ଥାନରେ ପ୍ରସ୍ତାବିତ ଜନସଭାରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ସମ୍ବୋଧନ କରିବେ । ବୁଥ ସ୍ତରରେ ଓଡ଼ିଶା କଂଗ୍ରେସ ୯ଟି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ପାଇଁ ରଣକୌଶଳ ପ୍ରସ୍ତୁତ କରାଯାଇଛି । ରାଜ୍ୟ କଂଗ୍ରେସର ଏହି ୯ଟି ଗ୍ୟାରେଣ୍ଟି ଯଦି ଜନସାଧାରଣଙ୍କ ନିକଟରେ ଠିକ ଭାବେ ପହଞ୍ଚେ ତେବେ ଓଡ଼ିଶା ଲୋକେ କଂଗ୍ରେସକୁ ରାଜ୍ୟରେ ସରକାର ଗଠନ କରିବା ପାଇଁ ନିଶ୍ଚିତ ନିର୍ବାଚନୀ ଆଶୀର୍ବାଦ ଦେବେ ବୋଲି ଭକ୍ତ କହିଛନ୍ତି ।

Congress Campaign Committee
Congress Campaign Committee

ଏହା ମଧ୍ୟ ପଢ଼ନ୍ତୁ...ପୁଅକୁ ଟିକଟ ମିଳିଥିବାରୁ ଇର୍ଷାନ୍ୱିତ ହୋଇ କାର୍ଯ୍ୟାନୁଷ୍ଠାନ, ପୁଅ ପାଇଁ କରିବି ପ୍ରଚାର: ସୁର ରାଉତରାୟ - Sura Routray Expulsion

ଏହି ବୈଠକରେ ପ୍ରଚାର କମିଟିର ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ପ୍ରଚାର କମିଟି ଆବାହକ ସୁଧାଂଶୁ ଶେଖର ଦେଓ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅମୀୟ ପାଣ୍ଡବ, ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଜିଆ ଉଲ୍‌ ହକ୍‌, ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ, ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା, ସେବା ଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ସାଂସଦ ନକୁଳ ନାଏକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ବିଶ୍ଵଜିତ ଦାସ, ରଶିକ ପଟ୍ଟନାୟକ, ବିଧାୟକ ଦାଶରଥି ଗମାଙ୍ଗୋ, ଅବଦୁଲ କାଲାମ, ଏଆଇସିସି ପର୍ଯ୍ୟବେକ୍ଷକ ହର୍ଷବର୍ଦ୍ଧନ, ହମିଦ ହୁସେନ, ଜାକବ ପ୍ରଧାନ, ସସ୍ମିତା ବେହେରା, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ରଞ୍ଜିତା ରାଉତ, ବନ୍ଦିତା ପରିଡ଼ା, ବିଷ୍ଣୁଚରଣ ବାରିକ, ଜିତେନ୍ଦ୍ର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.