ETV Bharat / politics

ପୁଅକୁ ଟିକଟ ମିଳିଥିବାରୁ ଇର୍ଷାନ୍ୱିତ ହୋଇ କାର୍ଯ୍ୟାନୁଷ୍ଠାନ, ପୁଅ ପାଇଁ କରିବି ପ୍ରଚାର: ସୁର ରାଉତରାୟ - Sura Routray Expulsion

author img

By ETV Bharat Odisha Team

Published : Apr 16, 2024, 6:30 PM IST

Sura Routray Expulsion: ଦଳରୁ ନିଲମ୍ୱନ ପରେ ବର୍ଷିଲେ ସୁରେଶ ରାଉତରାୟ । "ପୁଅକୁ ଟିକଟ ମିଳିଥିବାରୁ ଇର୍ଷାନ୍ୱିତ ହୋଇ ମୋ ଉପରେ ଗ୍ରହଣ କରାଯାଇଛି କାର୍ଯ୍ୟାନୁଷ୍ଠାନ । ପୁଅ ପାଇଁ କରିବି ପ୍ରଚାର ।"

Sura Routray Expulsion
Sura Routray Expulsion

Sura Routray Expulsion

ଭୁବନେଶ୍ୱର: "ପୁଅକୁ ଟିକଟ ମିଳିଥିବାରୁ ଇର୍ଷାନ୍ୱିତ ହୋଇ ମୋ ଉପରେ ଗ୍ରହଣ କରାଯାଇଛି କାର୍ଯ୍ୟାନୁଷ୍ଠାନ । ରାଗ ଅହଙ୍କାର ବଳରେ ଅନ୍ୟାୟରେ ବହିଷ୍କାର କରାଯାଇଛି । କଂଗ୍ରେସକୁ ଲୁଟ କରୁଛନ୍ତି ସେମାନେ । ପୁଅ ପାଇଁ ପ୍ରଚାର କରିବି କଂଗ୍ରେସ ପାଇଁ ନୁହେଁ।" ଦଳରୁ 6 ବର୍ଷ ପାଇଁ ବହିଷ୍କାର ହେଲା ପରେ ଏଭଳି ଢଙ୍ଗରେ ଦଳ ଉପରେ ବର୍ଷିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପରେ ଦଳ ଉପରେ କ୍ଷୁବ୍ଧ ହୋଇ ବର୍ଷିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ କହିଛନ୍ତି, "ମୁଁ 55 ବର୍ଷ ଧରି କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଛି । ମୋ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ମୋତେ ଗଭୀର ଆଘାତ ଦେଇଛି । ମୁଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ଚିଠି ଲେଖିଛି । ମୁଁ ଅନ୍ୟ ଦଳର କୌଣସି ପ୍ରଚାରକୁ ଯାଇନାହିଁ । କାହାର ସିମ୍ବଲ ଧରିନାହିଁ ।"

ଏହାମଧ୍ୟ ପଢନ୍ତୁ.. ଦଳ ମୋ ପ୍ରତି ଅନ୍ୟାୟ କରିଛି: ସୁର - Sura Routray On His Expulsion

ସେ ଆଉମଧ୍ୟ କହିଛନ୍ତି ଯେ, ମୋ ସାନ ପୁଅକୁ ବିଜେଡି ଟିକଟ ଦେଲା ସେଥିରେ ମୋର ଦୋଷ କଣ ରହିଲା । କେବଳ ଇର୍ଷାନ୍ୱିତ ହୋଇ ମୋ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଁ ଦଳରେ 55 ବର୍ଷ ହେବ ରହିଛି ଯିଏ ମୋ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସିଏ ଦଳରେ କେତେ ବର୍ଷ ହେବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁର । ଏଭଳି ଘଟଣା ମୋତେ ଓ ମୋ ସମର୍ଥକଙ୍କୁ ଆଘାତ ଦେଇଛି । ମୋତେ କଂଗ୍ରେସ ଦଳ ଗୋଇଠା ମାରିଛି ଦଳ ପାଇଁ ଆଉ ପ୍ରଚାର କରିବି ନାହିଁ । ମୋ ସାନ ପୁଅ ମନ୍ମଥ ପାଇଁ ପ୍ରଚାର କରିବି ବୋଲି କହିଛନ୍ତି ସୁର ରାଉତରାୟ ।

ଗତକାଲି(ସୋମବାର) ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ 6 ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ୬ ବର୍ଷ ପାଇଁ ତାଙ୍କୁ ବହିଷ୍କୃତ କରିଛି ଏଆଇସିସି । ବର୍ତ୍ତମାନ ଜଟଣୀରୁ ସେ ବିଧାୟକ ଅଛନ୍ତି । ଏଥରକୁ ମିଶାଇ ଜଟଣୀରୁ ୬ ଥର ବିଧାୟକ ହୋଇଛନ୍ତି ସୁରେଶ ରାଉତରାୟ । ସେ ଥରେ ଜନତା ଦଳ ଓ ୫ ଥର କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜଟଣୀ ବ୍ଲକ ଅଧ୍ୟକ୍ଷ ଭାବେ ସେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସୁର ରାଉତରାୟ । ସେ ଜାନକୀ ପଟ୍ଟନାୟକଙ୍କ ସରକାରରେ କ୍ରୀଡା ଓ ଅବକାରୀ ମନ୍ତ୍ରୀ ଥିଲେ । ଦୀର୍ଘ ଦିନ ଧରି ସେ କଂଗ୍ରେସ ଜିଲ୍ଲା ସଭାପତି ଦାୟିତ୍ବ ତୁଲାଇ ଆସୁଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.