ETV Bharat / politics

‘ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଲେ, ନବୀନ ବାବୁ ନୁହଁନ୍ତି ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’ - JP NADDA ROAD SHOW In BBSR

author img

By ETV Bharat Odisha Team

Published : May 16, 2024, 8:32 PM IST

Aparajita Sarangi Reacts During JP Nadda's Road Show : ରାଜଧାନୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରୋଡ଼ ସୋ । ମାଉସୀମା ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ ସୋରେ ନଡ୍ଡାଙ୍କ ସହିତ ସାମିଲ ଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ ଓ ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବାବୁ ସିଂ । ଅଧିକ ପଢନ୍ତୁ

Aparajita Sarangi Reacts During JP Nadda's Road Show
Aparajita Sarangi Reacts During JP Nadda's Road Show (ETV Bharat Odisha)

Aparajita Sarangi Reacts During JP Nadda's Road Show (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ବିଜେପି ଭରିଛି ରଣହୁଙ୍କାର । ଜାତୀୟ ସଭାପତି ଜେପି ନଡ୍ଡାଙ୍କ ରୋଡ଼ ସୋ କମ୍ପିଛି ଏକାମ୍ର କ୍ଷେତ୍ର । ମାଉସୀମା ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ ସୋ କରି ପ୍ରଚାର କରିଛନ୍ତି ନଡ୍ଡା । ଏକାମ୍ର ନିର୍ବାଚନ ମଣ୍ଡଳୀରେ ପ୍ରଚାର ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ନଡ୍ଡା । ରୋଡ଼ ସୋ ରେ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ ଓ ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ପାଇଁ ଭୋଟ ମାଗିଛନ୍ତି ଜେପି ନଡ୍ଡା । ଅପରାଜିତା ଷଡଙ୍ଗୀ, ବାବୁ ସିଂ ଓ ଅନ୍ୟ ବିଜେପି ସମର୍ଥକ, ନେତା ଓ କର୍ମୀଙ୍କ ସହ ରୋଡ଼ ସୋ କରିଛନ୍ତି ନଡ୍ଡା ।

ଭୁବନେଶ୍ବର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହ ଓଡ଼ିଶାର ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିଛନ୍ତି ନଡ୍ଡା । ରାଜ୍ୟରେ ବିଜେପି ସରକାର କରିବାର ଦୃଢ଼ୋକ୍ତିକୁ ନେଇ କେନ୍ଦ୍ରର ଶୀର୍ଷ ନେତୃବୃନ୍ଦ ଓଡିଶାରେ ମାରାଥନ ପ୍ରଚାର କରୁଥିବା ବେଳେ ଏହି ପ୍ରଚାରରେ ସାମିଲ ହୋଇଛନ୍ତି ନଡ୍ଡା । ସେ ମଧ୍ୟ ରୋଡ ସୋରେ ବିଜେଡ଼ିକୁ ଟାର୍ଗେଟ କରିଥିବା ବେଳେ ଏଥର ବାବୁରାଜ ହଟିବ ଓ ଲୋକଙ୍କ ସରକାର ଆସିବା ବୋଲି କହିଛନ୍ତି । ବିଜେପି ସରକାରରେ ଆସିଲେ ହିଁ ରାଜ୍ୟରେ ଲୋକଙ୍କ ସରକାର ହେବ ବୋଲି କହିଛନ୍ତି ନଡ୍ଡା ।

ଏହା ମଧ୍ୟ ପଢନ୍ତୁ .... ପୁରୁଣା ଭୁବନେଶ୍ବରରେ ପାଣ୍ଡିଆନଙ୍କ ପ୍ରଚାର, ଧର୍ମେନ୍ଦ୍ର ଓ ଅପରାଜିତାଙ୍କୁ ଟାର୍ଗେଟ - Vk Pandian Campaign

ପ୍ରଚାରରେ ସାମିଲ ହୋଇଥିବା ଅପରାଜିତା ଷଡଙ୍ଗୀ କହିଛନ୍ତି,"ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିର୍ବାଚନ ମଣ୍ଡଳୀରେ ରୋଡ଼ ସୋ କରିଥିବା ବେଳେ ଆଜି ଏକାମ୍ରରେ ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୋଭାଯାତ୍ରା କରିଛନ୍ତି । ଦୁଇଟି ଯାକ ଶୋଭାଯାତ୍ରାରେ ବିଜେପିକୁ ଲୋକମାନଙ୍କର ପ୍ରବଳ ଜନ ସମର୍ଥନ ମିଳିଛି । ଭୁବନେଶ୍ବର ଜନସାଧାରଣ ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଉଭୟଙ୍କର ଅଭିଵାଦନକୁ ଗ୍ରହଣ ଯେଭଳି ଭାବେ ଗ୍ରହଣ କରିଛନ୍ତି ତାହା ହିଁ ସ୍ପଷ୍ଟ କରୁଛି ଯେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ତୃତୀୟ ଥର ଆସୁଛନ୍ତି । ଆଉ ଓଡ଼ିଶାରେ ଏଥର ବିଜେପିର ସରକାର ଆସୁଛି । ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ । ଏହି ସ୍ପଷ୍ଟତାକୁ ନେଇ ବିଜେଡି ଶିବିରରେ ବର୍ତ୍ତମାନ ଭୟ, ଡର ରହିଛି ଓ ନୈରାଶ୍ୟ ଭାବ ମଧ୍ୟ ଅଛି । ରାଜ୍ୟରେ ବିଜେପି ସରକାରର ଦୃଢ଼ୋକ୍ତିକୁ ନେଇ କେନ୍ଦ୍ରୀୟ ଶୀର୍ଷ ନେତୃବୃନ୍ଦ, ସାଂସଦ ଓ ବିଧାୟକ ପ୍ରାର୍ଥୀ ଆମେ ସମସ୍ତେ ମିଳିତ ଭାବେ ଉଦ୍ୟମ କରୁଛୁ । ସବୁଆଡେ ବର୍ତ୍ତମାନ ପରିବର୍ତ୍ତନର ପରିବେଶ ଦେଖିବାକୁ ମିଳିଛି ।"

ଅନ୍ୟପଟେ ବିଜେଡ଼ିକୁ କଟାକ୍ଷ କରି କହିଛନ୍ତି, "ଯଦି ଆପଣମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଉଛନ୍ତି ତାହାଲେ ନବୀନ ବାବୁ ନୁହନ୍ତି ପାଣ୍ଡୁଜୀ ମୁଖ୍ୟମନ୍ତ୍ରୀ ହେବେ । ଏହା ଆପଣମାନଙ୍କୁ ସ୍ବୀକାର ଅଛି କି ନାହିଁ ଆପଣମାନେ ଚିନ୍ତା କରିବେ । ଏହି ଦଳ ଏବେ ବିଜୁ ଜନତା ଦଳ ନୁହେଁ ଏହା ପାଣ୍ଡୁ ଜନତା ଦଳ । ଏକଥା ମୁଁ ନୁହେଁ ସାଧାରଣ ଲୋକେ କହୁଛନ୍ତି । ଗତକାଲିର ଏକ ବୈଠକର ହିଁ ମୁଁ ଏ ଶବ୍ଦକୁ ମୁଁ ଆପଣଙ୍କ ସମ୍ମୁଖରେ ଉପସ୍ଥାପନା କଲି । ତେଣୁ ଆମକୁ ଏକ ସ୍ଵଚ୍ଛ ଶାସନ ଦରକାର, ପାରଦର୍ଶୀ ଶାସନ ଦରକାର । ଯେଉଁ ସରକାର କି ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବ, ଆମ ଭାଷାରେ ଆମକୁ ସମ୍ବାଦ ପରିବେଷଣ କରିପାରୁଥିବା ଦରକାର, ଆମକୁ ସୁସ୍ଥ ଓ ଯୁବକ ମୁଖ୍ୟମନ୍ତ୍ରୀ ଦରକାର ବୋଲି କହିଛନ୍ତି ଅପରାଜିତା ।

ସେପଟେ ଏହି ରୋଡ଼ ସୋ ପରେ ବିଜେପି ଏକାମ୍ର ପ୍ରାର୍ଥୀ ବାବୁ ସିଂ କହିଛନ୍ତି," ଯେତେବେଳ ସାଧାରଣ ଲୋକେ ସ୍ଥିର କରନ୍ତି ସେତେବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବି ପରାସ୍ତ ହୋଇଛନ୍ତି ଏକଥା ଇତିହାସରେ ବି ସାକ୍ଷୀ ଅଛି । ଲୋକମାନେ ହେଉଛନ୍ତି ଆମ ମାଲିକ । ସେମାନେ ସ୍ଥିର କରିଛନ୍ତି ଏଥର ବିଜେପିକୁ ଭୋଟ ଦେବେ । ଆଉ 24 ବର୍ଷର କଳଙ୍କିତ ଶାସନ, ଭ୍ରଷ୍ଟାଚାର ଓ ମହିଳା ବିରୋଧୀ ଶାସନକୁ ହଟାଇବେ । ନୂଆ ସକାଳ ଓ ନୂଆ ସ୍ବପ୍ନ ଦେଖାଇବେ । କାରଣ ଆଜି ଆମ ଦଳର ସଭାପତି ବା ବିଜେପି ରାଷ୍ଟୀୟ ଅଧ୍ୟକ୍ଷଙ୍କ ରୋଡ଼ ସୋ ଏବଂ ପୂର୍ବରୁ ହୋଇଯାଇଥିବା ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ଭୁବନେଶ୍ବରବାସୀଙ୍କ ଉତ୍ସାହ ବଢ଼ାଇଛି ସାଧାରଣ ଲୋକଙ୍କ ନିଷ୍ପତ୍ତି ଆହୁରି ଅଧିକ ଶାଣିତ କରିଛି ।" ମୋର ଆଶା ଓ ବିଶ୍ବାସ ମେ ୨୫ ରେ ଭୁବନେଶ୍ବରରେ ବିଜେପିର ଜିତ ହେବ ଓ ଡବଲ ଇଞ୍ଜିନରେ ସରକାର ଚାଲିବ ବୋଲି କହିଛନ୍ତି ବାବୁ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.