ନିର୍ବାଚନ ମଣ୍ଡଳୀ ବାହାରୁ ପ୍ରାର୍ଥୀ କରିବା ସିମୁଳିଆବାସୀଙ୍କ ପାଇଁ ଏକ ଅପମାନ: ହିମାଂଶୁ ବେହେରା - Simulia Assembly Constituency

By ETV Bharat Odisha Team

Published : Apr 22, 2024, 3:42 PM IST

thumbnail

Simulia Assembly Constituency: ବାଲେଶ୍ୱର: ଜିଲ୍ଲାର ସିମୁଳିଆ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଲାଣି । ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ବିଜେଡି ବିଧାୟିକା ପ୍ରାର୍ଥୀ ଭାବେ ସୁବାସିନୀ ସାହୁଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିଜେପିର ପଦ୍ମଲୋଚନ ପଣ୍ଡା ଏବଂ କଂଗ୍ରେସରୁ ହିମାଂଶୁ ଶେଖର ବେହେରାଙ୍କ ନାମ ଘୋଷଣା କରାଯାଇଛି । ସିମୁଳିଆରେ ଏଥର ତ୍ରିମୁଖୀ ଲଢେଇ ହେବାକୁ ଥିବା ବେଳେ ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି ।

ଏହାରି ଭିତରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ନିଜର ପ୍ରଚାର ଜୋରଦାର କରିଛନ୍ତି । ତେବେ କଣ ରହିଛି ତାଙ୍କର ନିର୍ବାଚନୀ ମୁଦ୍ଦା ଏବଂ କେମିତି ରହିଛି ତାଙ୍କର ରଣନୀତି ସେସବୁ ସମ୍ପର୍କରେ ତାଙ୍କ ସହ ଆଲୋଚନା କରିଛନ୍ତି ବାଲେଶ୍ୱର ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ । ସେ କହିଛନ୍ତି, ବିଜେପିର ପ୍ରାର୍ଥୀ ହୋଇଥିବା ପଦ୍ମଲୋଚନ ପଣ୍ଡା ପ୍ରଥମେ କଂଗ୍ରେସରେ ଥିବା ବେଳେ କମ୍ ଭୋଟ ବ୍ୟବଧାନରେ ହାରୁଥିବା ବେଳେ ବିଜେପିରୁ ବିଗତ ନିର୍ବାଚନରେ ବହୁଳ ବ୍ୟବଧାନରେ ସେ ପରାଜିତ ହୋଇଥିଲେ । ଏଥିପାଇଁ ତାଙ୍କ ସହ କୌଣସି ପ୍ରତିଦ୍ୱନ୍ଦ୍ବିତା ହେବନାହିଁ ବୋଲି କଂଗ୍ରେସ ପ୍ରାର୍ଥୀ କହିଛନ୍ତି । 

ଏହାମଧ୍ୟ ପଢନ୍ତୁ.. ଧନ ବଳ ନୁହେଁ ଆତ୍ମବଳ ନେଇ ଲଢ଼ିବି ନିର୍ବାଚନ: ଭୋଗରାଇ କଂଗ୍ରେସ ପ୍ରାର୍ଥୀ - Odisha Assembly Election 2024

ସେ ଆଉମଧ୍ୟ କହିଛନ୍ତି, "ବିଜେଡି ଯେଉଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ସେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଲୋକ ନୁହନ୍ତି । ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ ବାହାରୁ ଆଣି ବିଜେଡି ପ୍ରାର୍ଥୀ କରିବା ସିମୁଳିଆବାସୀଙ୍କ ପାଇଁ ଏକ ଅପମାନ । ମେଡିକାଲରେ ଉଚିତ୍‌ ସେବା ମିଳୁନଥିବା ବେଳେ ନିର୍ବାଚନ ମଣ୍ଡଳୀର ବେକାର ଯୁବକ ଯୁବତୀମାନଙ୍କ ପାଇଁ ସେମିତି ଆଖି ଦୃଶିଆ ବିକାଶ ହୋଇନାହିଁ ।"

 ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.