ଧନ ବଳ ନୁହେଁ ଆତ୍ମବଳ ନେଇ ଲଢ଼ିବି ନିର୍ବାଚନ: ଭୋଗରାଇ କଂଗ୍ରେସ ପ୍ରାର୍ଥୀ - Odisha assembly election 2024

By ETV Bharat Odisha Team

Published : Apr 19, 2024, 8:12 PM IST

Updated : Apr 19, 2024, 9:54 PM IST

thumbnail

Bhogarai constituency: ବାଲେଶ୍ୱର: ଭୋଗରାଇ ଆସନରେ ବିଧାୟକ ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପୁଣିଥରେ ସତ୍ୟଶିବ ଦାସଙ୍କ ନାମ ଘୋଷଣା କରିଛି । ବିଗତ ଦୁଇଟି ନିର୍ବାଚନରେ ସତ୍ୟଶିବ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ଦୁଇଥର ଯାକ ସେ ପରାଜୟ ହୋଇଛନ୍ତି । ଚଳିତ ନିର୍ବାଚନରେ ବି କଂଗ୍ରେସ ତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛିି । 

ପରାଜୟ ପଛରେ ସାଂଗଠନିକ କ୍ଷେତ୍ରର ଦୋଷ ତ୍ରୁଟି ରହିଛି କି ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସତ୍ୟଶିବ କହିଛନ୍ତି ଯେ, ସାଂଗଠନିକ କ୍ଷେତ୍ରରେ କୌଣସି ଭୁଲ ଚୁକ ନାହିଁ । କେବଳ ମହିଳା ଭୋଟରମାନେ ବିଗତ ଦିନମାନଙ୍କରେ ପ୍ରଭାବିତ ହୋଇ ସରକାରୀ ଦଳ ପ୍ରତି ଆନୁଗତ୍ୟ ଦେଖାଇଥିଲେ । ମାତ୍ର ଚଳିତ ନିର୍ବାଚନରେ ସେମିତି କିଛି ହେବନାହିଁ, ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ଏବଂ ଭୋଗରାଇର ସବୁ ବର୍ଗର ଲୋକମାନଙ୍କ ଆକୁଣ୍ଠ ସମର୍ଥନ ମିଳିବ । 

ଏହାମଧ୍ୟ ପଢନ୍ତୁ.. ବାଲେଶ୍ବର ବିଧାନସଭା ଆସନ; ହେବ କି ଉପନିର୍ବାଚନର ପୁନରାବୃତ୍ତି ? ନା ପ୍ରତିଶୋଧ ନେବ ବିଜେପି - Balasore Assembly Constituency

ସତ୍ୟଶିବ ଆଉମଧ୍ୟ କହିଛନ୍ତି, "ଦୁଇ ଦୁଇଥର ହାରିବା ପରେ ମଧ୍ୟ ଗତ 10 ବର୍ଷ ହେଲାଣି ଭୋଗରାଇର ଜନସାଧାରଣଙ୍କ ସହ ରହିଛି । ଭୋଗରାଇ ବାସିନ୍ଦା ଜାଣି ଗଲେଣି ଯେ କିଏ ହେଉଛି ପ୍ରକୃତ ନେତା ।" ଅନ୍ୟପଟେ ଭୋଗରାଇର ବିକାଶ କରାଯିବା ନାଁରେ ଭୋଗରାଇବାସୀଙ୍କୁ ସରକାରୀ ଦଳର ଜନ ପ୍ରତିନିଧି ମାନେ ଠକିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଚଳିତ ନିର୍ବାଚନରେ ଜିତିବା ପାଇଁ ଜନ ବଳ କିମ୍ବା ଧନ ବଳ ନୁହେଁ ଆତ୍ମବଳ ନେଇ ସତ୍ୟଶିବ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । 

ଭୋଗରାଇ ଆସନ ପାଇଁ 2014ରେ ହୋଇଥିବା ଲଢେଇରେ ସତ୍ୟଶିବ ଦାସ 57 ହଜାର 249 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିରୁ ଅନନ୍ତ ଦାସ 76 ହଜାର 761 ଖଣ୍ଡ ଭୋଟ ହାତେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି 2019 ନିର୍ବାଚନରେ ଅନନ୍ତ ଦାସ ବିଜେଡି ପ୍ରାର୍ଥୀ ଭାବେ 76 ହଜାର 796 ଖଣ୍ଡ ଭୋଟ ପାଇଥିବା ବେଳେ ସତ୍ୟଶିବ ଦାସ 59 ହଜାର 921 ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିଲେ । ଭୋଗରାଇରେ ସମୁଦାୟ 2 ଲକ୍ଷ 31 ହଜାର 409 ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ 1 ଲକ୍ଷ 19 ହଜାର 154 ଜଣ ପୁରୁଷ ଭୋଟର ରହିଛନ୍ତି ଏବଂ 1 ଲକ୍ଷ 12 ହଜାର 249 ଜଣ ମହିଳା ଭୋଟର ରହିଛନ୍ତି ।

ଇଟିଭି ଭାରତ, ବାଲେଶ୍ୱର

Last Updated : Apr 19, 2024, 9:54 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.