ETV Bharat / politics

ବାଲେଶ୍ବର ବିଧାନସଭା ଆସନ; ହେବ କି ଉପନିର୍ବାଚନର ପୁନରାବୃତ୍ତି ? ନା ପ୍ରତିଶୋଧ ନେବ ବିଜେପି - balasore assembly constituency

author img

By ETV Bharat Odisha Team

Published : Apr 6, 2024, 9:44 PM IST

Balasore Assembly Constituency: ବାଲେଶ୍ବର ବିଧାନସଭା ଆସନରେ ବିଜେଡି ପ୍ରର୍ଥୀ ସ୍ୱରୂପ ଦାସ ଓ ବିଜେପି ପ୍ରାର୍ଥୀ ମଧ୍ୟରେ ହେବ ଜୋରଦାର ଲଢେଇ । ଅଧିକ ପଢ଼ନ୍ତୁ

ବାଲେଶ୍ବର ବିଧାନସଭା ଆସନ
ବାଲେଶ୍ବର ବିଧାନସଭା ଆସନ

ବାଲେଶ୍ବର ବିଧାନସଭା ଆସନ

ବାଲେଶ୍ବର: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ମଧ୍ୟରେ ସେତିକି ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ବାଲେଶ୍ୱରରେ ମଧ୍ୟ ରାଜନୀତି ତାତି ବଢ଼ିବାରେ ଲାଗିଲାଣି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଦର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ସ୍ୱରୂପ ଦାସଙ୍କ ନାମ ଘୋଷଣା କରିବା ପରେ ଏବେ ପୁଣିଥରେ 2020 ଉପନିର୍ବାଚନ କଥା ସମସ୍ତଙ୍କୁ ମନେ ପକାଇ ଦେଉଛି । ଉପନିର୍ବାଚନରେ ବିଜେପିର ମାନସ ଦତ୍ତଙ୍କୁ ପରାସ୍ତ କରିଥଲେ ସ୍ୱରୂପ । ଚଳିତ ନିର୍ବାଚନ ପାଇଁ ମାନସଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି । ତେବେ ଏଥର ନିର୍ବାଚନରେ 2 ପୁରୁଣା ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି ।

26ଟି ପଞ୍ଚାୟତ ଏବଂ 31ଟି ୱାର୍ଡକୁ ନେଇ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ଗଠିତ । 2020 ଉପନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟକ ପ୍ରାର୍ଥୀ ହେବା ଏବଂ ବିଜ୍ଞ ହୋଇ ବାଲେଶ୍ଵରର ବିକାଶ କଥା କହୁଥିବା ସ୍ୱରୂପ ଦାସଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଛି । ସମାନ ଭାବେ ବିଜେପି ମଧ୍ୟ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି । 2019ରେ ମାନସ ଦତ୍ତଙ୍କ ପିତା ମଦନ ମୋହନ ଦତ୍ତ ବିଧାୟକ ହୋଇଥିବା ବେଳେ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା । ପରେ ସଦର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ଘୋଷଣା କରାଯାଇଥିଲା । ଯେଉଁଥିରେ ମାନସ ପ୍ରାର୍ଥୀ ହୋଇଥିଲେ । ସେତେବେଳେ ମାନସ 72 ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ମାତ୍ର ତିନି ହଜାର ଭୋଟ ବ୍ୟବଧାନରେ ସ୍ୱରୂପ ବିଜୟୀ ହୋଇଥିଲେ ।

ତେବେ ମାନସ ଉପନିର୍ବାଚନ ବେଳେ ପାଇଥିବା ଭୋଟ ସଂଖ୍ୟା ବୃଦ୍ଧି ହେବ କି କମିବ ତାହା ତ ସମୟ କହିବ ମାତ୍ର ବାଲେଶ୍ଵର ବିକାଶର ନାରା ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ସ୍ୱରୂପ ଅଧିକ ଭୋଟ ପାଇବେ ବୋଲି ଆଲୋଚନା ହେଉଛି । ଏହାରି ଭିତରେ ଯୁବନେତା ବିକ୍ରମ ପଣ୍ଡା ଗତକିଛି ମାସ ହେବ ସ୍ୱରୂପ ଦାସଙ୍କ ବିରୋଧରେ ରଣହୁଙ୍କାର ଦେଇ ଆସୁଥିବା ନଜିର ମଧ୍ୟ ରହିଛି । ଯଦି ବିକ୍ରମ ଏଥର ପ୍ରାର୍ଥୀ ହୁଅନ୍ତି ତେବେ ସେ କେଉଁ ଦଳରୁ ହେବେ ନା ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ତାହା ସ୍ପଷ୍ଟ କରି ନଥିବା ବେଳେ ଏଖ ପ୍ରତିକ୍ରିୟାରେ ସେ 300 ପ୍ରତିଶତ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବାଲେଶ୍ଵରରୁ ବିଜେଡି ବିଧାୟକ ପ୍ରାର୍ଥୀ ହେଲେ ସ୍ୱରୂପ - Balasore Assembly Constituency

ସେପଟେ ସ୍ୱରୂପଙ୍କ ବିରୋଧରେ ତେଜିଥିବା ନିଜ ଦଳର କିଛି ନେତା ଏବଂ କର୍ମୀମାନେ ଏଥର ନିର୍ବାଚନରେ ତାଙ୍କୁ ସମର୍ଥନ ଜଣାଇବେ ତ ? ଏବେ ଏହା ସବୁଠୁ ବଡ଼ ପ୍ରଶ୍ନବାଚୀ । ଅନ୍ୟପଟେ ଯଦି ବିକ୍ରମ ପଣ୍ଡା ପ୍ରାର୍ଥୀ ହୁଅନ୍ତି ତେବେ ସେ କ'ଣ ସ୍ୱରୂପଙ୍କ ଭୋଟ କାଟିବାରେ ସଫଳ ହେବେ? ଗୋଟିଏ ପଟେ ମାନସ ଏଥର କୌଣସି ପ୍ରକାର ତ୍ରୁଟି ନରଖି ବୁଥ ସ୍ତରରେ ପହଁଞ୍ଚିବାର ଲକ୍ଷ୍ୟ ରଖିଥିବା ବେଳେ ବିଜେଡିର କୌଣସି ଅସନ୍ତୋଷ ନାହିଁ ବରଂ ସଭିଏଁ ଏକାଠି ହୋଇ ନିର୍ବାଚନ ଲଢ଼ିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏହାରି ଭିତରେ କଂଗ୍ରେସର ଏପର୍ଯ୍ୟନ୍ତ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ତେବେ ଚଳିତ ନିର୍ବାଚନରେ ମଧ୍ୟ ଦତ୍ତ ଏବଂ ସ୍ବରୁପ ଦାସଙ୍କ ମଧ୍ୟରେ ଏକ ଦ୍ବିମୂଖୀ ଲଢେ଼ଇ ହେବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.