ମନୋରଞ୍ଜନଙ୍କ ଜୋରଦାର ପ୍ରଚାର, 'ଡବଲ ଇଞ୍ଜିନ ସରକାର ଆସିଲେ ସବୁ ସମସ୍ୟାର ସମାଧାନ' - BJP CAMPAIGN IN CHIKITI

By ETV Bharat Odisha Team

Published : May 11, 2024, 3:44 PM IST

thumbnail
BJP CAMPAIGN IN CHIKIT (ETV Bharat Odisha)

BJP CAMPAIGN IN CHIKITI  ବ୍ରହ୍ମପୁର: ଆସନ୍ତା ସୋମବାର ଦିନ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି । ପ୍ରଥମ ପର୍ଯ୍ୟାୟରେ ରହିଛି ବ୍ରହ୍ମପୁର ଲୋକସଭା । ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ତାରିଖ ରହିଥିବା ବେଳେ ଜୋରସୋରରେ ପ୍ରଚାର ଜାରି ରଖିଛନ୍ତି ଦଳୀୟ ପ୍ରାର୍ଥୀ । ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନମଣ୍ଡଳୀରେ ବିଜେପି ଦଳର ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଚାଲିଛି ଯୋରଦାର ପ୍ରଚାର । ଆସନ୍ତା ୧୩ ତାରିଖରେ ରାଜ୍ୟରେ ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟର ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀରେ ମତଦାନ ହେବାକୁ ରହିଥିବା ବେଳେ ଶେଷ ପର୍ଯ୍ୟାୟର ପ୍ରଚାର ଏକ ପ୍ରକାର ସରଗରମ ରହିଛି । ଚିକିଟି ଅଞ୍ଚଳରେ ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟା ଓ ତାହାର ସମାଧାନ କରିବାର ପ୍ରତିଶୃତି ଦେଇ ଗ୍ରାମରୁ ଗ୍ରାମ ଏବଂ ଘରକୁ ଘର ବୁଲ୍ଲି ପ୍ରଚାର କରୁଛନ୍ତି ମନୋରଞ୍ଜନ । ପୂର୍ବରୁ ଦୁଇଥର ପ୍ରତିଦ୍ୱନ୍ଦିତା କରି ଆସିଥିବା ମନୋରଞ୍ଜନ ଏଥର ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଭୋଟରଙ୍କୁ ବାର୍ତ୍ତା ଦେଇ ନିଜର ପ୍ରଚାର କରୁଥିବା ଦେଖାଯାଇଛି । ଏହି ଅବସରରେ ଚିକିଟିରେ ଶେଷ ପର୍ଯ୍ୟାୟରେ ପ୍ରଚାର ଜାରି ରଖିଥିବା ବିଜେପି ଦଳର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଆଲୋଚନା କରିଛନ୍ତି ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.