ପ୍ରଚାର ମଇଦାନରେ ସୋଫିଆ, ମଙ୍ଗ ଧରିଲେ ବାପା ମୋକିମ - SOFIA CAMPAIGN

By ETV Bharat Odisha Team

Published : Apr 29, 2024, 10:07 PM IST

thumbnail

Sofia Firdous Campaign: କଟକ: ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ସରଗରମ ରାଜନୀତି । ଗତକାଲି (ରବିବାର) କଂଗ୍ରେସ ପକ୍ଷରୁ ସୋଫିଆ ଫିରଦୋସଙ୍କ ନାଁ ଘୋଷଣା ହୋଇଛି । ସୋଫିଆ ହେଉଛନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ । ବାପାଙ୍କ ଗଡ଼ ସମ୍ଭାଳିବାକୁ ଝିଅକୁ ଦାୟିତ୍ବ ଦେଇଛି କଂଗ୍ରେସ । ସେପଟେ ଟିକଟ ପାଇବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସୋଫିଆ । ଝିଅକୁ ସମର୍ଥନ ଜଣାଇ ପ୍ରଚାରରେ ଲାଗିପଡ଼ିଛନ୍ତି ମୋକିମ । 

ଏହା ବି ପଢନ୍ତୁ...କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: କଟକ-ବାରବାଟୀରୁ ଲଢିବେ ସୋଫିଆ ଫିରଦୋସ, ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ - Congress Candidate List

ବାପା ମୋକିମ ନିଜର ଝିଅ ପ୍ରଚାରର ମଙ୍ଗ ଧରିଛନ୍ତି । ଘରେ ଘରେ ଲୋକମାନଙ୍କ ପାଖରେ ପହଞ୍ଚି ପ୍ରଚାର ଅଭିଯାନକୁ ଜୋରଦାର ଚଳାଇଛନ୍ତି ସୋଫିଆ । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପ୍ରାର୍ଥିନୀ ସୋଫିଆ ଫିରଦୋସ । ସେ କହିଛନ୍ତି, ଗତ ୫ ବର୍ଷରେ କ'ଣ ବିକାଶ ହୋଇଛି ତାହାର ରିପୋର୍ଟ କାର୍ଡ ନେଇ ଆମେ ଲୋକଙ୍କ ପାଖକୁ ଯାଉଛି । ବିପୁଳ ପରିମାଣରେ ସମର୍ଥନ ଓ ଭଲପାଇବା ମଧ୍ୟ ମିଳୁଛି ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.