ଆଗାମୀ ଯୁବପିଢ଼ିଙ୍କୁ ସଶକ୍ତ କରିବ ଜାତୀୟ ଶିକ୍ଷା ନୀତି: ପ୍ରଫେସର ଚକ୍ରଧର ତ୍ରିପାଠୀ - National Education Policy 2020

By ETV Bharat Odisha Team

Published : May 8, 2024, 11:25 AM IST

thumbnail
ଜାତୀୟ ଶିକ୍ଷା ନୀତି-୨୦୨୦ ସେମିନାର (ETV Bharat Odisha)

National Education Policy-2020 Seminar: କେନ୍ଦୁଝର: ଜିଲ୍ଲାର ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶିକ୍ଷାନୀତି କେତେ ଉପାଦେୟ ହେବ ପରବର୍ତ୍ତୀ ଯୁବପିଢ଼ିଙ୍କ ଶିକ୍ଷାଦାନ ଉପରେ ସେନେଇ ଆଲୋକପାତ କରିଥଛନ୍ତି । ଏହି ଶିକ୍ଷାନୀତିରେ ତଳସ୍ତରରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ବୈଷୟିକ ଜ୍ଞାନ ଆହରଣ କରିବା ସହ ନିଜକୁ ସ୍ୱାବଲମ୍ବୀ ଗଢି ତୋଳିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଥିବା କୁଳପତି ପ୍ରକାଶ କରିଛନ୍ତି । 


ଯୁବ ପିଢ଼ି ସବୁବେଳେ ରାଷ୍ଟ୍ର ନିର୍ମାଣରେ ବିଶେଷ ଭୂମିକା ନିର୍ବାହ କରିଥାନ୍ତି । ବିନା ଯୁବବର୍ଗଙ୍କ ସହାୟତାରେ କୌଣସି କାର୍ଯ୍ୟ କରିବା ସମ୍ଭବ ହୋଇନଥାଏ । ଏହି ଯୁବ ପୀଢ଼ି ଶିକ୍ଷିତ ହେଲେହିଁ ରାଷ୍ଟ୍ର ବିକାଶ ଦୁଇଗୁଣିତ ହୋଇଥାଏ । ଯୁବପିଢ଼ିଙ୍କୁ ରାଷ୍ଟ୍ର ଆଧାରିତ ଶିକ୍ଷା ଦେବା ପାଇଁ ଶିକ୍ଷକଙ୍କ ଭୂମିକା ମଧ୍ୟ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏଥିପାଇଁ କେନ୍ଦ୍ର ସରକାର ନୂତନ ଶିକ୍ଷା ନିତି ୨୦୨୦ ପ୍ରଣୟନ କରିଛନ୍ତି । ଏହି ନୂତନ ଶିକ୍ଷା ନୀତିରେ ଭୟମୁକ୍ତ ଓ ଅନୁସନ୍ଧାନ ମୂଳକ ଶିକ୍ଷା ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି । 

ଏବଂ ଏହି ନୂତନ ଶିକ୍ଷା ନୀତି ଦ୍ଵାରା କେବଳ ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ମାନେ ମଧ୍ୟ ସ୍ୱତନ୍ତ୍ର ରୂପେ ନୂତନ ଜ୍ଞାନ କୌଶଳ ପ୍ରଦର୍ଶନ କରି ଶିକ୍ଷାକୁ ପ୍ରାଥମିକତା ଦେଇପାରିବେ । ଯାହାକୁ ନେଇ ଜାତୀୟ ଶିକ୍ଷାନୀତି ୨୦୨୦ ସେମିନାର ଆୟୋଜିତ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମକୁ ଧରଣୀଧର ବିଶ୍ଵବିଦ୍ୟାଳୟର ଓଏସଡି ପ୍ରଫେସର ପ୍ରତାପ ମହାନ୍ତି ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

ଏହା ମଧ୍ୟ ପଢନ୍ତୁ: ‘ଜାତୀୟ ଶିକ୍ଷା ନୀତି ଭାରତୀୟଙ୍କୁ ଭାରତର ଆତ୍ମାର ପରିଚୟ ଦେବ’

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.