ETV Bharat / bharat

ଲୋକସଭା ନିର୍ବାଚନ 2024; ଦେଶରେ 5ମ ପର୍ଯ୍ୟାୟ ମତଦାନ, ମୈଦାନରେ 695 ଯୋଦ୍ଧା - Fifth phase of Lok Sabha election

author img

By ETV Bharat Odisha Team

Published : May 19, 2024, 10:53 PM IST

FIFTH PHASE OF LOK SABHA ELECTION: ମେ 20 ଲୋକସଭା ନିର୍ବାଚନ 2024ର ପଞ୍ଚମ ପର୍ଯ୍ୟାୟ ମତଦାନ । 6ଟି ରାଜ୍ୟ ଓ 2ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ 49ଟି ଆସନରେ ମତଦାନ ହେବାକୁ ଥିବା ବେଳେ ମୈଦାନରେ ଅଛନ୍ତି 695 ଯୋଦ୍ଧା । ଅଧିକ ପଢନ୍ତୁ

FIFTH PHASE OF LOK SABHA ELECTION
FIFTH PHASE OF LOK SABHA ELECTION (ETV Bharat Odisha)

ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ । 6ଟି ରାଜ୍ୟ ଓ 2ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ 49ଟି ଆସନରେ ଆସନ୍ତାକାଲି (ମେ 20) ପଡ଼ିବ ଭୋଟ । ମୈଦାନରେ ଅଛନ୍ତି 695ଜଣ ଯୋଦ୍ଧା । ମତଦାନର 48ଘଣ୍ଟା ପୂର୍ବରୁ ଅର୍ଥାତ ଶନିବାର ସନ୍ଧ୍ୟା ସୁଦ୍ଧା ସରିଛି ପ୍ରଚାର । କାଲି ଏହି ଆସନରେ ମତଦାନ ସାବ୍ୟସ୍ତ କରି ନିଜ ନେତା ବାଛିବେ ଭୋଟର । ମୈଦାନରେ ବହୁ ହେଭିୱେଟ ପ୍ରାର୍ଥୀ ଅଛନ୍ତି । ଉତ୍ତର ପ୍ରଦେଶ ରାୟବରିଲେରୁ ରାହୁଲ ଗାନ୍ଧୀ ଥିବା ବେଳେ ଆମେଠୀରୁ ଅଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

FIFTH PHASE VOTING
FIFTH PHASE VOTING (ETV Bharat Graphics)
FIFTH PHASE VOTING
FIFTH PHASE VOTING (ETV Bharat Graphics)

695 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା:- ପଞ୍ଚମ ପର୍ଯ୍ୟାୟ ମତଦାନରେ ମୈଦାନରେ ମୋଟ 695 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା । ଏମାନଙ୍କ ମଧ୍ୟରୁ 1586 ଜଣ ନାମାଙ୍କନ ଭରିଥିବା ବେଳେ 749ଜଣଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା । ସେପଟେ 837 ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିବା ବେଳେ 54ଜଣ ନିଜ ନାମାଙ୍କନ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରିନେଇଥିଲେ । ଫଳରେ ଏବେ ମୈଦାନରେ 149 ରାଜନୈତିକ ଦଳର 695 ପ୍ରାର୍ଥୀ ଅଛନ୍ତି । ମହାରାଷ୍ଟ୍ରର ନାସିକ ସଂସଦୀୟ କ୍ଷେତ୍ରରୁ ସର୍ବାଧିକ 31 ପ୍ରାର୍ଥୀ ଥିବା ବେଳେ ଲଦାଖ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ 3ଜଣ ପ୍ରାର୍ଥୀ ଅଛନ୍ତି ।

FIFTH PHASE VOTING
FIFTH PHASE VOTING (ETV Bharat Graphics)

କୋଟିପତି ପ୍ରାର୍ଥୀ:- ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ 227 ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ଏହି ତାଲିକାର ଶୀର୍ଷରେ ଅଛନ୍ତି ଝାନ୍ସି ବିଜେପି ପ୍ରାର୍ଥୀ ଅନୁରାଗ ଶର୍ମା । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 212 କୋଟି । ସେହିପରି 116 କୋଟି ସମ୍ପତ୍ତି ସହିତ ଦ୍ବିତୀୟରେ ଅଛନ୍ତି ଭିୱାଣ୍ଡି ସ୍ବାଧୀନ ପ୍ରାର୍ଥୀ ନିଲେଶ ଭଗବାନ ସାମ୍ବରେ, ତୃତୀୟରେ 110 କୋଟି ମୂଲ୍ୟର ସମ୍ପତ୍ତି ସହ ମୁମ୍ବାଇ ନର୍ଥରୁ ବିଜେପି ପ୍ରାର୍ଥୀ ପୀୟୂଷ ଗୋଏଲ, ଚତୁର୍ଥରେ 107 କୋଟି ସମ୍ପତ୍ତି ସହ ଭିୱାଣ୍ଡି ଏନସିପି (ଏସିପି) ସୁରେଶ ଗୋପିନାଥ ମାତ୍ରେ ଓରଫ ବାଲ୍ୟା ମାମା ଏବଂ ପଞ୍ଚମରେ 70କୋଟି ସମ୍ପତ୍ତି ସହ ଛତ୍ରା କଂଗ୍ରେସ ପ୍ରାର୍ଥୀ କ୍ରୀଷ୍ଣା ନନ୍ଦ ତ୍ରିପାଠୀ ।

FIFTH PHASE VOTING
FIFTH PHASE VOTING (ETV Bharat Graphics)

ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ:- ଏହି ପର୍ଯ୍ୟାୟରେ 159 ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ପଶ୍ଚିମବଙ୍ଗ ବାରାକପୁର ବିଜେପି ପ୍ରାର୍ଥୀ ଅର୍ଜୁନ ସିଂଙ୍କ ନାଁରେ 93ଟି ଅପରାଧିକ ମାମଲା ରହିଛି । ସେହିପରି ହୁଗୁଳି ବିଜେପି ପ୍ରାର୍ଥୀ ଲକେଟ ଚାଟାର୍ଜୀଙ୍କ ନାଁରେ 22ଟି ମାମଲା, ବନଗାଓଁ(ଏସସି) ବିଜେପି ପ୍ରାର୍ଥୀ ଶାନ୍ତନୁ ଠାକୁରଙ୍କ ନାଁରେ 23ଟି ମାମଲା, ଓଡ଼ିଶା ସୁନ୍ଦରଗଡ଼ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀଙ୍କ ନାଁରେ 10ଟି ମାମଲା ରହିଛି ।

FIFTH PHASE VOTING
FIFTH PHASE VOTING (ETV Bharat Graphics)

ମୁସଲିମ ପ୍ରାର୍ଥୀ:- ମୈଦାନରେ ଅଛନ୍ତି 110 ଜଣ ମୁସଲିମ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ବିହାରରୁ 12ଜଣ ପ୍ରାର୍ଥୀ ଥିବା ବେଳେ ଜମ୍ମୁକାଶ୍ମୀରରୁ 21, ଝାଡ଼ଖଣ୍ଡରୁ 5, ଲଦାଖରୁ ଜଣେ, ମହାରାଷ୍ଟ୍ରରୁ 54ଜଣ, ଉତ୍ତର ପ୍ରଦେଶରୁ 7ଜଣ ଓ ପଶ୍ଚିମବଙ୍ଗରୁ 10ଜଣ ମୁସଲିମ ଧର୍ମର ପ୍ରାର୍ଥୀ ଅଛନ୍ତି । ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାରୁ ଜଣେ ବି ମୁସଲିମ ପ୍ରାର୍ଥୀ ନାହାନ୍ତି ।

FIFTH PHASE VOTING
FIFTH PHASE VOTING (ETV Bharat Graphics)

ଚର୍ଚ୍ଚିତ ଚେହେରା:- ପଞ୍ଚମ ପର୍ଯ୍ୟାୟ ମତଦାନରେ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ରାୟବରେଲି ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ଆମେଠିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୈସରଗଞ୍ଜରୁ ବ୍ରିଜ ଭୂଷଣ ସଂଙ୍କ ପୁଅ କରନ ଭୂଷଣ ସିଂ, ବିହାର ସରନରୁ ଆରଜେଡି ନେତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ, ହାଜିପୁରରୁ ଚିରାଗ ପାସୱାନ, ମହାରାଷ୍ଟ୍ର ମୁମ୍ବାଇ ନର୍ଥରୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଜମ୍ମୁକାଶ୍ମୀର ବରମୁଲ୍ଲାରୁ ଏନସି (ନ୍ୟାସନାଲ କନଫରେନ୍ସ) ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

FIFTH PHASE VOTING
FIFTH PHASE VOTING (ETV Bharat Graphics)
FIFTH PHASE VOTING
FIFTH PHASE VOTING (ETV Bharat Graphics)

ସୂଚନା ଥାଉ କି 2024 ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ହେଉଛି । ଏପ୍ରିଲ 19, ଏପ୍ରିଲ 26, ମେ 7, ମେ 13ରେ 4ଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ମେ 20 ତାରିଖରେ ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହାପରେ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ମତଦାନ ଯଥାକ୍ରମେ ମେ 25 ଓ ଜୁନ 1ରେ ଶେଷ ହେବ । ଏହାପରେ ଜୁନ 4ତାରିଖରେ ଭୋଟ ଗଣତି ରହିଛି । ଗତ 4ଟି ପର୍ଯ୍ୟାୟରେ ହାରାହାରି ମତଦାନ 60ରୁ 69% ମଧ୍ୟରେ ରହିଛି । ମେ 7 ଚତୁର୍ଥ ପର୍ଯ୍ୟାୟ ମତଦାନରେ 96ଟି ଲୋକସଭା ଆସନ ଲାଗି ପଡ଼ିଥିଲା ଭୋଟ ।

ପଢନ୍ତୁ ନିର୍ବାଚନ ସମ୍ପର୍କିତ ଅନ୍ୟ କିଛି ଖବର

ରାତି ପାହିଲେ 5ମ ପର୍ଯ୍ୟାୟ ଭୋଟିଂ: 8 ରାଜ୍ୟରେ 49 ଆସନରେ ବହୁ ହେଭିୱେଟ

2024 ଲୋକସଭା ନିର୍ବାଚନ; ରାଜ୍ୟର 5 ସଂସଦୀୟ କ୍ଷେତ୍ରରେ ଭୋଟିଂ, 40 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଶା ବିଧାନସଭା ନିର୍ବାଚନ 2024; ରାତି ପାହିଲେ ମତଦାନ, ଦ୍ବିତୀୟ ପର୍ଯ୍ୟାୟରେ 35 ଆସନରେ ଭୋଟିଂ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.