ସମ୍ବଲପୁରରେ ପାଣ୍ଡିଆନଙ୍କ ପ୍ରଚାର, ପ୍ରଣବ ଓ ରୋହିତଙ୍କ ପାଇଁ ମାଗିଲେ ଭୋଟ - BJD Campaign

By ETV Bharat Odisha Team

Published : May 19, 2024, 10:48 PM IST

thumbnail
BJD Campaign (ETV Bharat Odisha)

BJD Campaign: ସମ୍ବଲପୁର: ବିଜେଡି ନେତା ଭିକେ ପାଣ୍ଡିଆନ ସମ୍ବଲପୁର ଆସି ପ୍ରଚାର କରିଛନ୍ତି । ସେ ସନ୍ଧ୍ୟା 7 ଟାରେ ସମ୍ବଲପୁର ଆସି ପ୍ରଚାର କରିଛନ୍ତି । ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସହ ସେ ରୋଡ୍ ସୋ' କରିଛନ୍ତି । ଜେଲ ଛକରୁ ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀ ପ୍ରଚାର କରିଥିଲେ । ପ୍ରଥମେ ଭିକେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ ଓ ରୋହିତ ପୂଜାରୀ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହା ବି ପଢନ୍ତୁ...ଭଦ୍ରକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ - BJD Campaign In Bhadrak

ଏହାପରେ ପାଣ୍ଡିଆନ କହିଥିଲେ, "ଆସନ୍ତା 9 ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମୁଖ୍ୟମନ୍ତ୍ରୀ ହେଲା ପରେ ପ୍ରଥମେ ସେ ବିଜୁଳି ବିଲ୍ ଛାଡ଼ ପାଇଁ ପ୍ରଥମ ଦସ୍ତଖତ କରିବେ । ଏହା ପରେ BSKY କାର୍ଡରେ ସମସ୍ତ ଲୋକଙ୍କୁ ସାମିଲ କରାଯିବ ଓ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମିଶନ ଶକ୍ତି ମା' ମାନଙ୍କୁ ପେନସନ ଭତ୍ତାର ବ୍ୟବସ୍ଥା କରାଯିବ ।" ଏହା ପୂର୍ବରୁ କୁଚିଣ୍ଡା ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପରମାଣପୁରଠାରେ ପାଣ୍ଡିଆନ ପ୍ରଚାର କରିଥିଲେ l

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.