ନନ୍ଦନକାନନ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ କଟୁରୀ ଦେଖାଇ ଆତଙ୍କ ଖେଳାଇଲେ ଯୁବକ, CCTVରେ ଦୃଶ୍ୟ କଏଦ - Miscreants Vandalize Properties

By ETV Bharat Odisha Team

Published : Apr 29, 2024, 11:10 PM IST

thumbnail

Miscreants Vandalize Properties: ଭୁବନେଶ୍ବର: ନନ୍ଦନକାନନ ଉପନିର୍ଦେଶକ କାର୍ଯ୍ୟାଳୟରେ 2 ଯୁବକଙ୍କ ଆତଙ୍କ । ସିସିଟିଭିରେ କଏଦ ହେଲା ଆତଙ୍କର ଦୃଶ୍ୟ । ଆଜି ସନ୍ଧ୍ୟା ପାଖାପାଖି 5 ଟା ସମୟରେ ଦୁଇଜଣ ଯୁବକ ମାରଣାସ୍ତ୍ର ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ଡାଇରେକ୍ଟର କାର୍ଯ୍ୟାଳୟରେ ପଶି ଆକ୍ରମଣ କରିଥିଲେ । ସେମାନେ କାର୍ଯ୍ୟାଳୟ ସମେତ ଅଫିସ୍ କରିଡରରେ ଆତଙ୍କ ସୃଷ୍ଟି କରିଥିଲେ । କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର୍, ଟିଭି ଏବଂ ଆସବାବପତ୍ର ସମେତ ଅନେକ ଅଫିସ୍ ସମ୍ପତ୍ତି ନଷ୍ଟ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ହୋଟେଲରେ ୧୫ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଲୁଟତରାଜ ଓ ଗୁଳିକାଣ୍ଡ, ୨ ଆହତ - Balangir Crime

ଆକ୍ରମଣର ଶିକାର ହୋଇଥିବା ପୀଡିତ ମାନେ ହେଉଛନ୍ତି ଡ. ରାଜେଶ ମହାପାତ୍ର (ବାୟୋଲୋଜିଷ୍ଟ), ସୁଦୀପ୍ତ କୁମାର ପଣ୍ଡା (ଏସିଏଫ୍), ରଶ୍ମି ରଞ୍ଜନ ସ୍ବାଇଁ (ଏସିଏଫ) ଓ ଆଶୁତୋଷ ଚମ୍ପୁଆ (ଅଡିଟ ଅଫିସର) । ଏନେଇ ACF (SBG) ଫୋନ୍ ମାଧ୍ୟମରେ ନନ୍ଦନକାନନ ପୋଲିସ୍ ଷ୍ଟେସନରେ ଥିବା ଆଇଆଇସିକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ୍ PCR ଟିମ୍ ସେଠାରେ ପହଞ୍ଚିଥିଲେ ଘଟଣାର ତଦନ୍ତ କରିଥିଲା । ତେବେ ସିସିଟିଭି ଫୁଟେଜରେ ଥିବା ଦୁଇ ଯୁବକଙ୍କର ପରିଚୟ ମିଳିପାରି ନାହିଁ । ତେବେ ଦୁଇ ଯୁବକ କାହିଁକି ଏବଂ କେଉଁ କାରଣରୁ ଏଭଳି ଘଟଣା ଘଟାଇଲେ ସେନେଇ ତଦନ୍ତ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.