ଡ଼ିକି ଭାଙ୍ଗି ୧ ଲକ୍ଷ ୮୦ହଜାର ଲୁଟିନେଲ ଦୁର୍ବୃତ୍ତ

By ETV Bharat Odisha Team

Published : Feb 23, 2024, 8:43 AM IST

thumbnail

Dhenkanal Loot:ଢେଙ୍କାନାଳ: ଗ୍ରାମ ରୋଜଗାର ସେବକଙ୍କ ବାଇକ ଡ଼ିକି ଭାଙ୍ଗି ଭତ୍ତା ଟଙ୍କା ଲୁଟ ଅଭିଯୋଗ । ୧ ଲକ୍ଷ ୮୦ ହଜାର ଭତ୍ତା ଟଙ୍କା ଲୁଟିନେଲ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପିତିରି ପଞ୍ଚାୟତର ଖାଲପାଳ ଗାଁ ଚୌପାଡ଼ି ଠାରୁ ଲୁଟ ହୋଇଥିବା ଜଣାପଡିଛି ।  

ଅଭିଯୋଗ ମୁତାବକ, ଗତକାଲି (ଗୁରୁବାର) ଭତ୍ତା ପାଳି ଥିବାରୁ ଭତ୍ତା ବାଣ୍ଟିବା ପାଇଁ ପିତିରି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ପ୍ରଭାତ ପାଣି ଓ ତାଙ୍କ ସହିତ ସରପଞ୍ଚ ଅଶୋକ କୁମାର ବର୍ମା ପରମହଂସପୁର ଗ୍ରାମ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ । ପରେ ନିଜେ ଯାଇ ଖାଲପାଳ ଗାଁ ଚୌପାଡ଼ି ଠାରେ ଭତ୍ତା ଟଙ୍କା ବାଣ୍ଟୁଥିଲେ । ତେବେ ଅଳ୍ପ ଲୋକ ଭତ୍ତା ପାଇଁ ଆସି ଥିବାରୁ ବାଇକ ଡିକିରୁ କୋଡିଏ ହଜାର ଟଙ୍କା କାଢ଼ି ପ୍ରଭାତ ତାଙ୍କ ପାଖରେ ରଖିଥିବା ବେଳେ ବଳକା ୧ ଲକ୍ଷ ୮୦ ହଜାର ଟଙ୍କା ତାଙ୍କ ଡ଼ିକିରେ ରଖିଥିଲେ । 

ସେପଟେ ପ୍ରଭାତ ଭତ୍ତା ବାଣ୍ଟୁଥିବା ବେଳେ ଏହାର ସୁଯୋଗ ନେଇ ଡ଼ିକି ଭାଙ୍ଗି ୨ ଜଣ ଦୁର୍ବୃତ୍ତ ଟଙ୍କା ଲୁଟ କରିନେଇଥିବା ପ୍ରଭାତ ଅଭିଯୋଗ କରିଛନ୍ତି । ସେପଟେ ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଏହାସହ ବ୍ୟାଙ୍କ ପାଖରୁ ୨ ଜଣ ଯୁବକ ପ୍ରଭାତଙ୍କୁ ଆଗରୁ ପିଛା କରୁଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ଏହି ସିସିଟିଭି ଫୁଟେଜକୁ ଆଧାର କରି ପରଜଙ୍ଗ ପୋଲିସ ତଦନ୍ତ ଚଲାଇଛି । 

ଏହା ମଧ୍ୟ ପଢ଼ନ୍ତୁ....ମାତିଛନ୍ତି ସିନ୍ଧି ଚୋର, ଲୁଟି ନେଲେ ଲକ୍ଷାଧିକ ମୂଲ୍ୟର ଗହଣା ଓ ଟଙ୍କା

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.