ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ଦିଲ୍ଲୀପ - dilip ray file nomination

By ETV Bharat Odisha Team

Published : Apr 29, 2024, 9:56 PM IST

thumbnail

DILIP RAY FILE NOMINATION: ରାଉରକେଲା: ନାମାଙ୍କନ ଭରିଲେ ରାଉରକେଲାର ବିଜେପିର ହେବିୱେଟ ନେତା । ନିଜ ଜନ ସମର୍ଥନଙ୍କ ସହ ଦମ୍ ଦେଖାଇ ନାମାଙ୍କନ ଭରିଲେ ରାଉରକେଲା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ । ଏକ ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ରାଉରକେଲା ବିଶ୍ରା ଛକରୁ ଏକ ବିଶାଳ ରାଲି ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା ସେ । ଏହି ଶୋଭାଯାତ୍ରାରେ ପ୍ରାୟ 10 ହଜାର ସମର୍ଥକ ସାମିଲ ହୋଇଥିଲେ । ସେପଟେ ମୋଦି ସରକାରଙ୍କ ଗ୍ୟାରେଣ୍ଟି କାର୍ଡ ଓ ନବୀନ ସରକାରଙ୍କ ଦୁର୍ନୀତିକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ କହିଛନ୍ତି । 

ଦିଲ୍ଲୀପ କହିଛନ୍ତି," ଯଦି ମୁଁ ବିଜୟୀ ହୁଏ ତେବେ ପ୍ରଥମେ ରାଉରକେଲା ସହରର ମୌଳିକ ସୁବିଧାକୁ ଲୋକଙ୍କ ପାଖରେ ପହଞ୍ଚାଇବି । ଲୋକେ ଯେଉଁଭଳି ଅବସ୍ଥାରେ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି ,ସେମାନଙ୍କ ଦୁଃଖ ଦୂର କରିବି । ସହରର ଗଳି ଗଳିରେ ଲୋକେ ସମସ୍ୟା ଭିତରେ ଅଛନ୍ତି । ତାହାକୁ ସମ୍ପୂର୍ଣ୍ଣ ଦୂର କରିବି । 
ଏହା ମଧ୍ୟ ପଢନ୍ତୁ .....ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ସୁନିଲ - Puri Assembly Constituency 

ଇଟିଭି ଭାରତ, ରାଉରକେଲା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.