ହ୍ୱିଲଚେୟାରରେ ଆସି ଭୋଟ ଦେଲେ ଶତାୟୁ ଭୋଟର ରୁକୁଣା - Centenarian woman casts vote

By ETV Bharat Odisha Team

Published : May 13, 2024, 2:21 PM IST

thumbnail
ହ୍ୱିଲଚେୟାରରେ ଆସି ଭୋଟ ଦେଲେ ଶତାୟୁ ଭୋଟର ରୁକୁଣା (ETV Bharat Odisha)

ବ୍ରହ୍ମପୁର: ଓଡ଼ିଶାରେ ଚାଲିଛି ଗଣତନ୍ତ୍ରର ମହାପର୍ବ  । ନିଜର ବହୁମୂଲ୍ୟ ଭୋଟ ଦେଇ ନେତା ବାଛୁଛନ୍ତି ଜନତା  । ନବାଗତଙ୍କ ଠାରୁ ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଭୋଟର ଉତ୍ସାହର ସହିତ ଭୋଟଦାନ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ଏମିତିକି କିଛି ଭୋଟର ଶାରୀରିକ ଅକ୍ଷମତା ସତ୍ତ୍ବେ ହ୍ୱିଲଚେୟାରେ ଆସି ଭୋଟ ଦେଉଥିବା ଦେଖିବାକୁ ମିଳୁଛି  । ସେମିତି ଜଣେ ଶତାୟୁ ଭୋଟର ହେଲେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ବାଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗା ଗ୍ରାମର ରୁକୁଣା ବେହେରା । ବୟସ ୧୦୦ରୁ ଅଧିକ ବର୍ଷ ହୋଇଥିବା ବେଳେ ନିଜେ ଚାଲି ପାରୁନାହାନ୍ତି କି ଭଲ ଭାବେ କଥା କହିପାରୁ ନାହାନ୍ତି । ତଥାପି ଭାରତର ଜଣେ ସଚେତନ ନାଗରିକ ଭାବେ ଭୋଟ ଦେଇ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି । ବୃଦ୍ଧା ରୁକୁଣାଙ୍କୁ ହ୍ୱିଲଚେୟାରରେ ମତଦାନ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଉପସ୍ଥିତ ଅଙ୍ଗନାୱଡି କର୍ମୀ ତାଙ୍କୁ କେନ୍ଦ୍ର ମଧ୍ୟକୁ ଯିବା ଆସିବା ପାଇଁ ସହଯୋଗ କରିଥିଲେ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.