ସମଲେଶ୍ବରୀ ମନ୍ଦିରର ଭବ୍ୟ ରୂପକୁ ନେଇ ସ୍ବତନ୍ତ୍ର ସଙ୍ଗୀତ 'ଜୟ ମାଁ ସମଲେଇ'

By ETV Bharat Odisha Team

Published : Jan 27, 2024, 10:34 AM IST

thumbnail

Samalei project song: ଭୁବନେଶ୍ବର: ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାପର୍ଣ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବାକୁ ଯାଉଛନ୍ତି ।  ଏନେଇ ମନ୍ଦିର ପରିସରରେ ବ୍ୟାପକ ଆୟୋଜନ କରାଯାଇଛି । ସମଲେଇ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଯାହାକି ଶ୍ରଦ୍ଧାଳୁମାନଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରିବ । ତେବେ 40 ଏକର ଜମିରେ ପରିବ୍ୟାପ୍ତ ହୋଇଛି ଏହି ପ୍ରକଳ୍ପ । ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି । ଯେଉଁଠାରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ । ମନ୍ଦର ଚତୁଃପାର୍ଶ୍ବରେ ସୁଉଚ୍ଚ ତୋରଣ, ଐତିହାସିକ କରିଡର, ଶୌଚାଳୟ, ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଂ ଜୋନ, ମହାନଦୀ ଘାଟର ଉନ୍ନତିକରଣ, ରିଙ୍ଗ ରୋଡ୍ ସୌନ୍ଦର୍ଯ୍ୟକରଣ, ଫୁଟ୍ ଓଭରବ୍ରିଜ, ଫୁଡ ପାର୍କ, ସ୍ଥାପତ୍ୟ ପାର୍କ ଆଦିର ବିକାଶ କରାଯାଇଛି । 

ଏହାମଧ୍ୟ ପଢନ୍ତୁ.. ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ; ରୂପାନ୍ତରଣରେ ଝଲସୁଛି ମା'ଙ୍କ ମନ୍ଦିର

ମନ୍ଦିର ରୂପାନ୍ତରିକରଣ ପରେ ମନ୍ଦିର ଓ ଏହା ପରିସରର ଭବ୍ୟ ଦୃଶ୍ୟକୁ ରାଜ୍ୟ ସରକାରଙ୍କ ଦ୍ବାରା ଏକ ସମ୍ବଲପୁରୀ ସଙ୍ଗୀତ 'ଜୟ ମାଆ ସମଲେଶ୍ୱରୀ' ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ବିକାଶ ପରର ମାଆ ସମଲେଶ୍ୱରୀ ମନ୍ଦିରର, ମହାନଦୀ ଘାଟ, କରିଡର ଆଦି ଦେଖିବାକୁ ମିଳିଛି । ଏହି ସଙ୍ଗୀତରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ମିଶ୍ର ନୃତ୍ୟ ପରିବେଷଣ କରିଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.