ଅଦିନିଆ ବର୍ଷା ପବନରେ ଭାଙ୍ଗିଲା ଗଛ, ହୁତୁ ହୁତୁ ହୋଇ ଜଳିଲା ଟ୍ରାନ୍ସଫର୍ମର - Weather Update

By ETV Bharat Odisha Team

Published : May 2, 2024, 10:14 AM IST

thumbnail

RAIN IN BHUBANESWAR: ଭୁବନେଶ୍ୱର: ରାଜଧାନୀରେ ପାଗରେ ପରିବର୍ତ୍ତନ । ଅଦିନିଆ ବର୍ଷାରେ ଭାଙ୍ଗିଲା ଗଛ । ଗଛ ଡାଳ ପଡି ହୁତୁ ହୁତୁ ହୋଇ ଜଳିଗଲା ବିଦ୍ୟୁତ ଟ୍ରାନ୍ସଫର୍ମର । ରାସ୍ତାରେ ଗଛ ପଡିବାରୁ ଯାତାୟତ ବାଧାପ୍ରାପ୍ତ । ୟୁନିଟ ୮ ରାସ୍ତା ବନ୍ଦ ହେବା ସହ ବିଭିନ ସ୍ଥାନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ ରାଜଧାନୀବାସୀ । ଗଛ ପଡିବାରୁ ୟୁନିଟ ଆଠ ଷ୍ଟୁଆର୍ଟ ଛକ ନିକଟରେ ୧୧ କେଭି ଟ୍ରାନ୍ସଫର୍ମର ଜଳିଯାଇଥିଲା । ରାସ୍ତା ଉପରେ ଗଛ ପଡି ରହିବାରୁ ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ ହଟାଇବାରୁ ଯାତାୟତ ସ୍ବଭାବିକ ହୋଇଥିଲା । ଅଦିନିଆ ବର୍ଷା ଯୋଗୁ ରାଜଧାନୀର ଅନେକ ଅଞ୍ଚଳରେ ଗଛ ଉପୁଡ଼ିବା ସହ ଗଛ ଡାଳ ଭାଙ୍ଗିବା ଯୋଗୁଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ଶିଶୁଆଳର ଗଙ୍ଗୋତ୍ରି ନଗର ଓ ରବିଟକିଜରେ ମଧ୍ୟ ସମାନ ଅବସ୍ଥା ରହିଥିଲା । ସେହିପରି ୟୁନିଟ 6 ନବଦୁର୍ଗା ପାଖରେ ମଧ୍ୟ ଗଛ ପଡି ସମସ୍ୟା ଉପୁଜିଥିଲା । ଲକ୍ଷ୍ମୀସାଗର ବୁଧେଶ୍ବରୀ କଲୋନି, ନୟାପଲ୍ଲୀ, ଶ୍ରିମାନ ବିହାର ମଧୁସୁଦନ‌ନଗର, କଳିଙ୍ଗ ଷ୍ଟାଡିୟମ୍ ପାଖ ,ୟୁନିଟ ୮ ହସ୍ପିଟାଲ ତାରିଣୀ ମନ୍ଦିର‌ପାଖ, ଡେଲଟା ଛକ ସିଡିଏ ଅଫିସ ,ନୂଆ ସାହି,ଖଣ୍ଡଗିରି ବରବାରି ଆଦି ସମସ୍ତ ଅଞ୍ଚଳରେ ଛୋଟ ବଡ ଗଛ ପଡି ସମସ୍ୟା ଯୋଗୁଁ ଅଗ୍ନିଶମ ଟିମ୍ ଦ୍ବାରା ଉଦ୍ଧାର କରାଯାଇଥିଲା ।   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.