ETV Bharat / entertainment

କାନ୍ସରେ ଚାର୍ ଚାନ୍ଦ୍ ଲଗାଇଲେ ଐଶ୍ୱର୍ଯ୍ୟା, ଲୁକ୍ ଦେଖି ଫିଦା ଫ୍ୟାନ୍ସ - AISHWARYA RAI BACHCHAN AT CANNES

author img

By ETV Bharat Odisha Team

Published : May 17, 2024, 10:00 AM IST

Aishwarya Rai Bachchan At Cannes: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ବର୍ତ୍ତମାନ ଜାରି ରହିଛି । ଏହି ସମୟରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ଯା ରାୟ ରେଡ କାର୍ପେଟରେ ନିଜର ଜଲୱା ଦେଖାଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାନ୍ସରେ ଚାର୍ ଚାନ୍ଦ୍ ଲଗାଇଲେ ଐଶ୍ୱର୍ଯ୍ୟା ରାୟ, ଲୁକ୍ ଦେଖି ଫିଦା ଫ୍ୟାନ୍ସ
କାନ୍ସରେ ଚାର୍ ଚାନ୍ଦ୍ ଲଗାଇଲେ ଐଶ୍ୱର୍ଯ୍ୟା ରାୟ, ଲୁକ୍ ଦେଖି ଫିଦା ଫ୍ୟାନ୍ସ ((AP image))

ହାଇଦ୍ରାବାଦ: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଗତକାଲି (ଏପ୍ରିଲ ୧୪) ଠାରୁ ଆରମ୍ଭ ହୋଇଛି । ଫ୍ରାନ୍ସରେ ଆୟୋଜିତ ଏହି ଇଭେଣ୍ଟରେ ଅନେକ ଫିଲ୍ମର ପ୍ରଦର୍ଶିତ ହେବା ସହ ଅନେକ କଳାକାରଙ୍କୁ ନିଜର ଦମଦାର ଅଭିନୟ ପାଇଁ ପୁରସ୍କୃତ ମଧ୍ୟ କରାଯାଇଥାଏ । ଏଥିସହ ହଲିଉଡରୁ ବଲିଉଡ ତାରକା ସମସ୍ତେ ରେଡ କାର୍ପେଟରେ ନିଜର ଜଲୱା ଦେଖାଇଛନ୍ତି । ଇଭେଣ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଯାଦୁ ଦେଖାଇଥିବା ବେଳେ ୩ୟ ଦିନରେ ବିଶ୍ୱ ପ୍ରସିଦ୍ଧ ତଥା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ରେଡ କାର୍ପେଟରେ ଚାର୍ ଚାନ୍ଦ ଲଗାଇଛନ୍ତି । କାନ୍ସରୁ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ଗୋଲ୍ଡେନ-ବ୍ଲାକ ଏବଂ ହ୍ୱାଇଟ ଏକ ଗାଉନ ସହ ରେଡ କାର୍ପେଟରେ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଐଶ୍ୱର୍ଯ୍ୟା ରାୟଙ୍କ ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲର ଆଉଟଫିଟ ଡିଜାଇନର୍ ଫାଲଗୁନି ଏବଂ ସେନ ପିକକଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ସମୟରେ ତାଙ୍କ ସହ ଝିଅ ଆରାଧ୍ୟା ମଧ୍ୟ ନଜର ଆସିଥିଲେ । ଆରାଧ୍ୟା ତାଙ୍କୁ ସମର୍ଥନ କରିବାକୁ ଏଠାକୁ ଆସିଛନ୍ତି ।

କହିରଖୁଛୁ କି, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରଥମ ଥର ପାଇଁ କାନ୍ସରେ ଯୋଗ ଦେଇନଥିଲେ । ସେ ପୂର୍ବରୁ ୨୦୦୨ରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଥିଲେ । ପ୍ରଥମ ଥର ପାଇଁ ସେ ଏକ ସୁନ୍ଦର ଶାଢୀ ପିନ୍ଧିଥିବାର ନଜର ଆସିଥିଲେ । ସେବେ ଠାରୁ ସେ ପ୍ରତିବର୍ଷ କାନ୍ସରେ ନିଜର ସୌନ୍ଦର୍ଯ୍ୟର ଜଲୱା ଦେଖାଇଆସୁଛନ୍ତି । ଗତ ୨୨ ବର୍ଷ ଧରି ସେ ଏହି ଇଭେଣ୍ଟରେ ସାମିଲ ହୋଇଆସୁଛନ୍ତି । ତେବେ ଚଳିତ ବର୍ଷର ତାଙ୍କ ଲୁକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ ତାଙ୍କ ପ୍ରଶଂସା କରିଛନ୍ତି ।

ଉର୍ବଶୀ ରୌତେଲା କାନ୍ସ ଲୁକ୍

ସୂଚନା ଥାଉ କି, ଉର୍ବଶୀ ରୌତେଲା ପୂର୍ବରୁ କାନ୍ସରେ ନିଜର ଜଲୱା ଦେଖାଇଛନ୍ତି । ସେ ଏକ ପିଙ୍କ ରଙ୍ଗର ଗାଉନରେ ନଜର ଆସିଥିଲେ । କାନ୍ସରୁ ଉର୍ବର୍ଶୀଙ୍କ ପଟୋ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ଦେଖି ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରିଥିଲେ । କାରଣ ତାଙ୍କ ଆଉଟଫିଟ ଦେଖି ଦୀପିକା ପାଦୁକୋନଙ୍କ କଥା ମନେ ପକାଇଥିଲେ ଫ୍ୟାନ୍ସ । ଅଭିନେତ୍ରୀ ଦୀପିକା ପାଦୁକୋନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୮ ରେ ସମାନ ଗାଉନ ପିନ୍ଧିଥିଲେ।

ଏହା ମଧ୍ୟ ପଢନ୍ତୁ: କାନ୍ସ ଫିଲ୍ମ ଫେଷ୍ଟିଭାଲ; ଓପନିଂ ସେରମନିରେ ସମ୍ମାନିତ ହେଲେ ମେରିଲ ଷ୍ଟ୍ରିପ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.