ETV Bharat / international

ସୁଆଦିଆ ଲାଗୁନି ନା ସ୍ୱାସ୍ଥ୍ୟପ୍ରତି ବିପଦ ! ନେପାଳରେ ବ୍ୟାନ ହେଲା ଏଭରେଷ୍ଟ ଓ ଏମଡିଏସ ମସଲା - Everest MDH spices ban

author img

By ETV Bharat Odisha Team

Published : May 17, 2024, 9:37 AM IST

Nepal bans sale of Everest, MDH spices: ନେପାଳରେ ବ୍ୟାନ ହେଲା ଏଭରେଷ୍ଟ ଓ ଏମଡିଏଚ ମସଲା । ଏହି ମସାଲାରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ ବ୍ୟବହାର ହେଉଥିବା ଅଭିଯୋଗରେ ପୂର୍ବରୁ ହଂକଂ ଏବଂ ସିଙ୍ଗାପୁରରେ ଏହା ବ୍ୟାନ କରାଯାଇଥିଲା । ଅଧିକ ପଢନ୍ତୁ

ନେପାଳରେ ବ୍ୟାନ ହେଲା ଏଭରେଷ୍ଟ ଓ ଏମଡିଏସ ମସଲା
ନେପାଳରେ ବ୍ୟାନ ହେଲା ଏଭରେଷ୍ଟ ଓ ଏମଡିଏସ ମସଲା (ETV Bharat Odisha)

ନୂଆଦିଲ୍ଲୀ: ସିଙ୍ଗାପୁର ଓ ହଂକଂ ପରେ ନେପାଳରେ ବ୍ୟାନ ହେଲା ଏଭରେଷ୍ଟ ଓ ଏମଡିଏଚ ମସଲା । ଏହି ମସଲାରେ କ୍ଷତିକାରକ କେମିକାଲ ବ୍ୟବହାର ହେଉଥିବା ଅଭିଯୋଗ ଆଧାରରେ ନେପାଳ ଖାଦ୍ୟ ପ୍ରଯୁକ୍ତି ଓ ମାନ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଏହାକୁ ନିଷେଦ୍ଧ କରାଯାଇଛି । ଏଭରେଷ୍ଟ ଓ ଏମଡିଏଚ ଦୁଇ ଭାରତୀୟ ମସାଲାରେ ଅଧିକ ମାତ୍ରାରେ କ୍ୟାନ୍ସର ସୃଷ୍ଟିକାରୀ ଏଥିଲିନ ଅକ୍ସାଇଡ ବ୍ୟବହାର ହେଉଥିବା ଦାବି କରାଯାଉଥିବାରୁ ନେପାଳ ଖାଦ୍ୟ ପ୍ରଯୁକ୍ତି ବିଭାଗ ଏହି ମସାଲାଗୁଡିକ ଉପରେ ଏବେ ପରୀକ୍ଷଣ ଆରମ୍ଭ କରିଛି ।

ଏନେଇ ବିଭାଗର ମୁଖପାତ୍ର ମୋହନ କ୍ରିଷ୍ଣା ମହାଜନ କହିଛନ୍ତି ଯେ, ନେପାଳରେ ଏଭରେଷ୍ଟ ଓ ଏମଡିଏଚ ବ୍ରାଣ୍ଡର ଆମଦାନୀ ବ୍ୟାନ କରାଯାଇଛି । ମାର୍କେଟରେ ମଧ୍ୟ ଏହାର ବିକ୍ରିକୁ ନିଷେଦ୍ଧ କରିଛୁ । ଏହି ମସଲାରେ ହାନିକାରୀ କେମିକାଲ ରହିଥିବା ଖବର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ଉକ୍ତ ଦୁଇ ବ୍ରାଣ୍ଡର ମସାଲାକୁ ଯାଞ୍ଚ କରାଯାଉଛି । ଚୂଡାନ୍ତ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ନିଷେଦ୍ଧାଦେଶ ବଳବତ୍ତର ରହିବ ।

କହିରଖୁଛୁ କି, ଏମଡିଏଚ ଏବଂ ଏଭରେଷ୍ଟ ଭାରତର ଦୁଇ ପ୍ରମୁଖ ମସାଲା ବ୍ରାଣ୍ଡ ହୋଇଥିବା ବେଳେ ମଧ୍ୟପୂର୍ବ ସହିତ ବିଶ୍ବର ଅନେକ ଦେଶକୁ ଏହା ରପ୍ତାନୀ ହୋଇଥାଏ । ପ୍ରଥମେ ହଂକଂ ଭାରତର ଏହି ଦୁଇ ମସାଲାରେ ହାନିକାରୀ ଏଥିଲିନ ଅକ୍ସାଇଡ ପ୍ରଚୁର ମାତ୍ରାରେ ବ୍ୟବହାର ହେଉଥିବା ଦାବି କରିଥିଲା । ଏବେ ନେପାଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଆମେରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟ ଏହି ଭାରତୀୟ ମସାଲାଗୁଡିକର ଯାଞ୍ଚ କରିବାକୁ ବିଚାର କରୁଛି ।

ଏହା ମଧ୍ୟ ପଢନ୍ତୁ: ହଂକଂ ଓ ସିଙ୍ଗାପୁରରେ MDH ଓ ଏଭରେଷ୍ଟ ମସଲା ବ୍ୟାନ, ନମୁନା ମାଗିଲା FSSAI - MDH Everest Ban In Hong Kong

ନ୍ୟୁଜିଲାଣ୍ଡ ଫୁଡ ସେଫ୍ଟି ରେଗୁଲେଟର ଡେପୁଟି ଡାଇରେକ୍ଟର ଜେନେରାଲ କହିଛନ୍ତି ଯେ, ଏଥିଲିନ ଅକ୍ସାଇଡ ଏକପ୍ରକାର କେମିକାଲ, ଯାହା ମଣିଷ ଶରୀରରେ କ୍ୟାନସର କାରଣ ହୋଇଥାଏ । ନ୍ୟୁଜିଲାଣ୍ଡ ଏବଂ ଅନ୍ୟ ଦେଶଗୁଡିକରେ ଏହାର ବ୍ୟବହାରକୁ ବ୍ୟାନ କରାଯାଇଛି । ଏପରି ସ୍ଥଳେ ଯେହେତୁ ଏମଡିଏଚ ଏବଂ ଏଭରେଷ୍ଟ ମସାଲା ନ୍ୟୁଜିଲାଣ୍ଡରେ ଉପଲବ୍ଧ ହେଉଛି, ଆମେ ଏହି ପ୍ରସଙ୍ଗରେ ବିଚାର କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.