କାଳବୈଶାଖ ପ୍ରଭାବ, ଗଛପଡି ଯାନବାହାନ କ୍ଷତିଗ୍ରସ୍ତ

By

Published : Jun 8, 2023, 7:50 PM IST

Updated : Jun 9, 2023, 9:55 AM IST

thumbnail

ଭୁବନେଶ୍ବର: ଟ୍ବିନ ସିଟିରେ କାଳବୈଶାଖ ପ୍ରଭାବ । କାଳବୈଶାଖ ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଭୀଷଣ ବର୍ଷା ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା, ପବନ ଯୋଗୁଁ ସହରରେ ସାଧାରଣ ଜୀବନଯାତ୍ରା ବ୍ୟାହାତ ହୋଇଛି । ରାଜଧାନୀର କାଳବୈଶାଖୀ ପ୍ରଭାବରୁ ଗଛ ଉପୁଡ଼ି ରାସ୍ତାଘାଟ ବନ୍ଦ ହୋଇଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ଗଛ ଭାଙ୍ଗିବା ଯୋଗୁଁ ଓ ବିଦ୍ୟୁତ ତାର ଛିଣ୍ଡି ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ମୁଖ୍ୟ ରାସ୍ତାରେ ଯାତାୟତରେ ସମସ୍ୟା ଉତ୍ପନ୍ନ ହୋଇଥିଲା । ଗଛ ପଡ଼ି ଅନେକ ଯାନବାହାନ କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିଶମ ବିଭାଗ ପହଞ୍ଚି ଗଛ କାଟା କାର୍ଯ୍ୟ ଆରମ୍ଭ କରିଛନ୍ତି । ଅନ୍ୟପଟେ ଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାରଦ 40 ଡିଗ୍ରୀ ଉପରେ ରହୁଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଆଜି କାଳବୈଶାଖୀ ବର୍ଷା ଯୋଗୁଁ କିଛି ମାତ୍ରାରେ ତାପମାତ୍ରା ହ୍ରାସ ପାଇଛି । ରାଜଧାନୀବାସୀ ସାମାନ୍ୟ ଆଶ୍ବସ୍ତି ଲାଭ କରିଥିବା ବେଳେ କାଳବୈଶାଖୀ ଯୋଗୁଁ ଲୋକେ କ୍ଷତି ବି ସହିଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 9, 2023, 9:55 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.