ETV Bharat / state

ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା ପରେ ଆକ୍ସନ ମୋଡରେ ନିର୍ବାଚନ କମିଶନ, ମୁତୟନ ହେବେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ - PRE POLL VIOLENCE IN GANJAM

author img

By ETV Bharat Odisha Team

Published : May 17, 2024, 9:35 AM IST

Updated : May 17, 2024, 12:29 PM IST

20 CAPF Companies to be deployed in Ganjam: ଗଞ୍ଜାମ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପାଇଁ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ ଫୋର୍ସ । ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନ ହିଂସା ପରେ ଏହି ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ ଫୋର୍ସ (Central Armed Police Force)। ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଏହି ଅତିରିକ୍ତ ୨୦ କମ୍ପାନୀ ସିଏପିଏଫ ମୁତୟନ କରାଯିବ । ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥଗୁଡିକରେ ରହିବେ ସିଏପିଏଫ ଯବାନ । ଖଲ୍ଲିକୋଟରେ ନିର୍ବାଚନୀ ହିଂସାକାଣ୍ଡ ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ନିକୁଞ୍ଜ ବିହାରୀ ଧଳ ଏହି ବଡ଼ ପଦକ୍ଷେପ ନେଇଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମ ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ ମୁତୟନ ପାଇଁ ଅନୁମୋଦନ କରିଛନ୍ତି । ଆସନ୍ତା ମେ' ୨୦ ତାରିଖରେ ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସ୍କା ଲୋକସଭା ଓ ଏହା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଯେପରି ଶାନ୍ତି ଶୃଙ୍ଖଳାର ଏହିି ନିର୍ବାଚନ ହୋଇପାରିବ ସେଥିପାଇଁ ୨୦ କମ୍ପାନୀ ସିଏପିଏଫ ଫୋର୍ସ ନିୟୋଜିତ କରାଯିବ । ଉକ୍ତ ୨୦ କମ୍ପାନୀ ସିଏପିଏଫ ରିଜର୍ଭ ଫୋର୍ସ କିମ୍ବା ଷ୍ଟ୍ରାଇକିଂ ଫୋର୍ସ ରୂପେ ନିୟୋଜିତ ହେବେ ନାହିଁ । ସେମାନେ ବିଭିନ୍ନ ବୁଥରେ ମୁତୟନ ହେବେ । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ ଭାବରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଖଲ୍ଲିକୋଟ ହିଂସା ନେଇ ସିଇଓଙ୍କ ନିର୍ଦ୍ଦେଶ, 'ନିର୍ବାଚନୀ ହିଂସା ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନିଅ' - CEO On Khallikote Violence

ଏଠାରେ ଉଲ୍ଲେଖଯୋଗ୍ୟଯେ, ଆସ୍କା ଲୋକସଭା କ୍ଷେତ୍ର ଅନ୍ତର୍ଗତ ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରେ ପ୍ରାକ ନିର୍ବାଚନୀ ହିଂସା ଦେଖାଯାଇଥିଲା । ପୋଷ୍ଟରର ମରାକୁ କେନ୍ଦ୍ରକରି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲେ । ଏଥିରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ । ପୋଲିସ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଛି । ସେପଟେ ଗିରଫ ଲୋକଙ୍କୁ ଛାଡିବା ଲାଗି ପୋଲିସ ଉପରେ ଟେକାପଥର ମାଡ କରିଛନ୍ତି ଲୋକ । ପୋଲିସ ପକ୍ଷରୁ ଲାଠି ଚାର୍ଜ ହୋଇଛି । ଏବେ ସେହି ଅଞ୍ଚଳରେ ୧୪୪ ଧାରା ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 17, 2024, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.