ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପେକ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ

By ETV Bharat Odisha Team

Published : Feb 26, 2024, 5:09 PM IST

thumbnail

Fire In Bus: ନିମାପଡ଼ା: ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଟୋଲ ଗେଟ୍ ନିକଟରେ । ପୁରୀରୁ ବାଲେଶ୍ବର ଅଭିମୁଖେ ବସଟି ଯାତ୍ରା କରୁଥିବାବେଳେ ପିପିଲି ଟୋଲଗେଟ୍ ନିକଟରେ କୌଣସି କାରଣକୁ ନେଇ ନିଆଁ ଲାଗି ଯାଇଥିଲା । ଟୋଲଗେଟ୍ କର୍ମଚାରୀ ଦେଖି ବସର କର୍ମରାଚୀଙ୍କୁ ସୂଚନା ଦେବା ପରେ ସମସ୍ତ ଯାତ୍ରୀ ଓହ୍ଲାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗର ଉଦ୍ୟମ କ୍ରମେ ନିଆଁକୁ ଆୟତ୍ତ କରାଯାଇଥିଲା । ସେପଟେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କହିଛନ୍ତି ଯାତ୍ରୀ । ବସରେ ଥିବା ଏସିରୁ ସର୍ଟ ସର୍କିଟ ଯୋଗୁଁ ଏଭଳି ନିଆଁ ଲାଗି ଥାଇପାରେ ବୋଲି ଅଗ୍ନିଶମ ବିଭାଗ ଅନୁମାନ କରୁଛି । 

ସୂଚନା ଥାଉକି, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ଵରରୁ ବସ ନମ୍ବର OR01S 7171 ନମ୍ବରରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ପୁରୀ ଜଗନ୍ନାଥ ଦର୍ଶନରେ ଆସିଥିଲେ । ବସରେ ନିଆଁ ଲାଗିବା କାରଣରୁ ଯାତ୍ରୀମାନେ ଘରୋଇ ଯାତ୍ରୀବାହୀ ବସ ଓ ଅଟୋରେ ଭୁବନେଶ୍ୱର ଫେରିଥିଲେ । ନିଆଁ ପାଇଁ ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.