ETV Bharat / bharat

ହାଇଦ୍ରାବାଦରେ ପ୍ରବଳ ବର୍ଷା ପବନ; ଉପୁଡିଲା ବଡ଼ ବଡ଼ ଗଛ, 13 ମୃତ - 13 people killed in Telangana

author img

By ETV Bharat Odisha Team

Published : May 27, 2024, 3:59 PM IST

Updated : May 27, 2024, 4:22 PM IST

Heavy rains in Hyderabad: ହାଇଦ୍ରାବାଦରେ ବାତ୍ୟା ରେମାଲର ପ୍ରଭାବ । ହଠାତ ପାଗରେ ପରିବର୍ତ୍ତନ ପରେ ବିଭିନ୍ନ ସ୍ଥାନରେ 13 ଜଣଙ୍କର ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

Heavy rains in Hyderabad
Heavy rains in Hyderabad (ETV Bharat)

ହାଇଦ୍ରାବାଦ: ବାତ୍ୟା 'ରେମାଲ' ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିବା ବେଳେ ଏହା ପ୍ରଭାବ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି । ତେଲେଙ୍ଗାନାରେ ରବିବାର ବାତ୍ୟା ପ୍ରଭାବରେ ହଠାତ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ 13 ଜଣଙ୍କର ମୃତ୍ୟୁ ଘଟିଛି । ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ଖରା ହୋଇଥିବା ବେଳେ ଅପରାହ୍ନରେ ହଠାତ ପାଗରେ ପରିବର୍ତ୍ତନ ଆସିଥିଲା । ପବନର ବେଗ ବଢିବା ପରେ ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଥିବା ମଧ୍ୟ ଜଣାପଡ଼ିଛି ।

ହାଇଦ୍ରାବାଦରେ ପ୍ରବଳ ବର୍ଷା ପବନ; ଉପୁଡିଲା ବଡ଼ ବଡ଼ ଗଛ, 13 ମୃତ (ETV BHARAT)

ବନସ୍ଥଲିପୁରମ ଗଣେଶ ମନ୍ଦିର ନିକଟ କାନାଡା ବ୍ୟାଙ୍କ ଓ ସେଠାରେ ଥିବା ଏକ କାର ଉପରେ ଗଛ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ପବନରେ ପ୍ରଭାବିତ ହୋଇଥିବା ଅନ୍ୟ ସ୍ଥାନ ଗୁଡ଼ିକ ହେଉଛି ହାୟଥନଗର, ବନସ୍ଥଲିପୁରମ, ଏଲ.ବି ନଗର, ମାଲକାଜଗିରି, ମେଡଚାଲ, ସମିରପେଟ, କିସାରା, ଘଟକେଶର, କୁକଟପଲ୍ଲୀ, ମିୟାପୁର, ସେରିଲିଙ୍ଗମପଲ୍ଲୀ, ଆଇଟି କରିଡ଼ର । ହଠାତ ଅପରାହ୍ନ ପରେ ପାଗରେ ପରିବର୍ତ୍ତନ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ବାତ୍ୟା ‘ରେମାଲ’; ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ, ଜଣେ ମୃତ

ନାଗରକୁର୍ଣ୍ଣୁଲ ଜିଲ୍ଲାର ବିଭିନ୍ନ ସ୍ଥାନରେ 7ଜଣଙ୍କର ମୃତ୍ୟୁ ଘଟିଛି । ଘର ଭାଙ୍ଗିବା ଯୋଗୁଁ ବାପ ଝିଅଙ୍କ ସମେତ 3ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଜ୍ରପାତ ଯୋଗୁଁ 2ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ସେହିପରି ହାଇଦ୍ରାବାଦରେ 2ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଦକରେ 2ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ଅନେକ ଜିଲ୍ଲାରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଥିବା ସୂଚନା ମିଳିଛି । ଫଳରେ ଅନେକ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଥିଲା । ନଗରକୁର୍ଣ୍ଣୁଲରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।

ଏହା ବି ପଢନ୍ତୁ- ସ୍ଥଳଭାଗ ଛୁଇଁଲା ବାତ୍ୟା 'ରେମାଲ୍‌', ଘଣ୍ଟାପ୍ରତି ପବନର ବେଗ 135 କିମି

ସୂଚନା ଥାଉ କି ରବିବାର ରାତି ପ୍ରାୟ 9.30 ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ରେମାଲ । ଏହା ପ୍ରଭାବରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି 135 କିମି ରହିଥିଲା । ପ୍ରାୟ 4 ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା । ହାୱଡା, ହୁଗୁଳି, ନାଡିଆ, ମାଲଦା ଓ ମୁର୍ଶିଦାବାଦ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 27, 2024, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.