ETV Bharat / bharat

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ବାତ୍ୟା ‘ରେମାଲ’; ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ, ଜଣେ ମୃତ - LANDFALL OF CYCLONE REMAL

author img

By ETV Bharat Odisha Team

Published : May 27, 2024, 9:29 AM IST

Updated : May 27, 2024, 11:02 AM IST

Severe Cyclonic storm 'Remal: ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ରେମାଲ’ । ପଶ୍ଚିମବଙ୍ଗରେ ରଚିଲା ତାଣ୍ଡବ । ପ୍ରଭାବରେ ଓଡିଶା ଉପକୂଳରେ ବର୍ଷା । ଅଧିକ ପଢନ୍ତୁ Cyclone

ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ରେମାଲ’, ପଶ୍ଚିମବଙ୍ଗରେ ତାଣ୍ଡବ
ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ରେମାଲ’, ପଶ୍ଚିମବଙ୍ଗରେ ତାଣ୍ଡବ (ETV Bharat Odisha)

ହାଇଦ୍ରାବାଦ: ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ସାମୁଦ୍ରିକ ଝଡ ‘ରେମାଲ’ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗତକାଲି (ରବିବାର) ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବାଂଲାଦେଶ ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିଛି । ଲ୍ୟାଣ୍ଡଫଲ କରିବା ସମୟରେ ପବନର ସର୍ବାଧିକ ଘଣ୍ଟା ପ୍ରତି 130 କି.ମି ରହିଥିଲା । ସଂଧ୍ୟା ପ୍ରାୟ 8ରୁ ଲ୍ଯାଣ୍ଡଫଲର ପ୍ରାକ-ପ୍ରକ୍ରିୟା ଆରମ୍ଭ ହୋଇ 10 ଟାରୁ 12ଟା ମଧ୍ୟରେ ବାତ୍ୟାର କେନ୍ଦ୍ରସ୍ଥଳ ସ୍ଥଳଭାଗ ଅତିକ୍ରମ କରିଛି । ପ୍ରବଳ ବର୍ଷା ସହ ପବନରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜଧାନୀ କୋଲକାତା, 24-ପ୍ରଗଣା ପରି ସ୍ଥାନରେ କ୍ଷୟକ୍ଷତିର ମାତ୍ରା ଅଧିକ ରହିଛି । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟି ସମେତ ଅନ୍ୟ ଭିତ୍ତିଭୂମି ଭାଙ୍ଗି ପଡିଛି । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବିପର୍ଯ୍ୟୟ ପ୍ରଶସନ ବଳ ସହ ପ୍ରଶାସନର ସମସ୍ତ ଜରୁରୀ ବିଭାଗ ପୁନରୁଦ୍ଧାର ଅପରେସନ ଆରମ୍ଭ କରିଥିବା ଚିତ୍ର ବିଭିନ୍ନ ଆଡୁ ଆସୁଛି । ତେବେ କୋଲକାତାରେ ବାତ୍ୟା ପ୍ରଭାବରେ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ବାତ୍ୟା ‘ରେମାଲ’, ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ
ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ବାତ୍ୟା ‘ରେମାଲ’, ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ (ETV Bharat Odisha)

ଏବେ ମଧ୍ୟ ଉପକୂଳ ଓ ଉତ୍ତର ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଉ 3 ଘଣ୍ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରକୋପ ରହିବ । ଏହା ପରେ ତାହା କ୍ରମଶଃ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଅବପାତ ଓ ଲଘୁଚାପରେ ପରିଣତ ହୋଇ ପ୍ରଭାବ ହରାଇବ । ତେବେ ଏହା ବର୍ତ୍ତମାନ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଫଳରେ ପଶ୍ଚିମବଙ୍ଗ ପରେ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ମଧ୍ୟ ବର୍ଷା ହେବା ଆରମ୍ଭ ହୋଇଛି ।

ପଶ୍ଚିମବଙ୍ଗ ଓ ପୂର୍ବ-ଭାରତରେ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରଭାବିତ କରିଛି ବାତ୍ୟା ‘ରେମାଲ’ । ପୂର୍ବ ଓ ଦକ୍ଷିଣ-ପୂର୍ବ ରେଳବାଇ ଜୋନର ଏକାଧିକ ଟ୍ରେନ ବାତିଲ ହୋଇଛି । କୋଲକାତାର ବ୍ୟବସ୍ତବହୁଳ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ 21 ଘଣ୍ଟା ପର୍ଯ୍ୟନ୍ତ ଫ୍ଲାଇଟ ଅପରେସନ ବନ୍ଦ ରଖାଯାଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗତକାଲି ଠାରୁ ପ୍ରାୟ 394 ବିମାନର ଅପରେସନ ବନ୍ଦ କରିବାକୁ ପଡିଛି । ସେହିପରି ପାଣିପାଗ ବିଭାଗର ସୂଚନାକୁ ସମୀକ୍ଷା କରିବା ପରେ ଆଜି ସକାଳ 9ଟାରୁ ବିମାନ ବନ୍ଦର ପୁନଃକାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି । କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ମଧ୍ୟ ସମସ୍ତ ଅପରେସନ ବନ୍ଦ ରଖାଯାଇଛି । କୋଲକାତାର ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଭାଙ୍ଗି ଯାତାୟତ ପ୍ରଭାବିତ ହୋଇଥିବା ବେଳେ ଏହାକୁ ସଜାଡିବା କାମରେ ପ୍ରଶାସନ ଲାଗିଛି ।

ଓଡିଶା ଉପରେ ନଥିଲା ସିଧା ପ୍ରଭାବ:-

ଲଘୁଚାପ ସୃଷ୍ଟି ହେବା ପରଠାରୁ ଏହା ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ନେଇ ଅନିଶ୍ଚିତତା ଲାଗି ରହିଥିଲା । ହେଲେ ବାତ୍ୟାର ଗତିପଥ ସ୍ପଷ୍ଟ ହେବା ପରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ମୁହାଁ ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଜଣାପଡିଥିଲା । ସିଧା ପ୍ରଭାବ ନପଡିଥିଲେ ସୁଦ୍ଧା ଗତକାଲି ଠାରୁ ଉତ୍ତର ଓ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମଧରଣର ପବନ ସହ ବର୍ଷା ଜାରି ରହିଛି । ଆଜିଠାରୁ କ୍ରମଶଃ ପାଗରେ ସୁଧାର ଆସିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 27, 2024, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.