ବୌଦ୍ଧର ମାଟ୍ରିକ ଟପ୍ପର ଶୁଭ୍ରଦୀପ; ଏ-1ରେ 4ଜଣ, ସମ୍ବର୍ଦ୍ଧିତ କଲା ଶିକ୍ଷା ବିଭାଗ - BOUDH MATRIC TOPPER

By ETV Bharat Odisha Team

Published : May 27, 2024, 4:10 PM IST

thumbnail
ବୌଦ୍ଧର ମାଟ୍ରିକ ଟପ୍ପର ଶୁଭ୍ରଦୀପ; ଏ-1ରେ 4ଜଣ, ସମ୍ବର୍ଦ୍ଧିତ କଲା ଜିଲ୍ଲା ଶିକ୍ଷା ବିଭାଗ (ETV Bharat Odisha)

Boudh District Education Department:ବୌଦ୍ଧ: ଗତକାଲି ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ବୌଦ୍ଧ ଜିଲ୍ଲା ସଦର ମହକୁମାର 3ଟି ଉଚ୍ଚ ବିଦ୍ୟାଳୟ ସମେତ ଜିଲ୍ଲାର ଏକମାତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ମୋଟ 4 ଜଣ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖି ଚଳିତ ବର୍ଷ ଜିଲ୍ଲାରେ ରେକର୍ଡ଼ କରିଛନ୍ତି । ଆଜି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ 4 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ବୌଦ୍ଧ ଜିଲ୍ଲାର ୨୮ଟି ଉଚ୍ଚ ବିଦ୍ୟାଳୟର ଶତ ପ୍ରତିଶତ ପାସହାର ରହିଥିବା ବେଳେ ଜିଲ୍ଲାର 4ଟି ବିଦ୍ୟାଳୟର 4ଜଣ ଛାତ୍ରଛାତ୍ରୀ ଏ-1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଜିଲ୍ଲାର ମାଟ୍ରିକ ଟପ୍ପର ହୋଇଛନ୍ତି ଶୁଭ୍ରଦୀପ ପ୍ରଧାନ । ବୌଦ୍ଧ ଜିଲ୍ଲା ସଦର ମହକୁମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଶୁଭ୍ରଦୀପ ସମୁଦାୟ ୯୨.୩୩ ପ୍ରତିଶତ ନମ୍ବର ରଖି ଜିଲ୍ଲାର ଟପ୍ପର ହୋଇଛନ୍ତି । ଦ୍ଵିତୀୟ ସ୍ଥାନରେ ବହିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ର ରହିଥିବା ବେଳେ ତୃତୀୟ ସ୍ଥାନରେ ସମାନ ଭାବରେ ବୌଦ୍ଧ ସହରର ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚବିଦ୍ୟାଳୟର ଜଣେ ମାତ୍ର ଛାତ୍ରୀ ଏ-1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜିଲ୍ଲାର ସମୁଦାୟ ପାସ ହାର ୯୫.୪୯ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ହରଭଙ୍ଗା ବ୍ଲକ ଓ କଣ୍ଟାମାଳ ବ୍ଲକର ଗୋଟିଏ ହାଇସ୍କୁଲରୁ ଜଣେ ମଧ୍ୟ ଏ-1 ଗ୍ରେଡରେ ସାମିଲ ହୋଇ ପାରିନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପେଶାରେ ବାପା ଟ୍ୟାକ୍ସି ଡ୍ରାଇଭର; ମାଟ୍ରିକ ପରୀକ୍ଷାରେ ପୁଅ ଟପ୍ପର ! - BSE Matric Result 2024

ବୌଦ୍ଧ ଜିଲ୍ଲାର ଜଣେ ମାତ୍ର ଛାତ୍ରୀ ମନିଷା ପୁରୋହିତ ତୃତୀୟ ସ୍ଥାନରେ ରହିଥିବା ବେଳେ ତାଙ୍କ ପିତା ଜଣେ ରୋଷେୟା ଭାବରେ କାମ କରନ୍ତି । ସୋମବାର ଏ-1 ଗ୍ରେଡରେ ଉତ୍ତୀର୍ଣ୍ଣ ସମସ୍ତ 4 ଜଣ ଛାତ୍ରଛାତ୍ରୀ ତଥା ତାଙ୍କ ଶିକ୍ଷକ, ଅବିଭାବକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନେ ନିଜ ନିଜ ଅନୁଭୂତି ତଥା ଭବିଷ୍ୟତକୁ ନେଇ ଇଟିଭି ଭାରତକୁ ବିସ୍ତୃତ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.