ବଡ଼ମାଳ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ପୋରଣ

By ETV Bharat Odisha Team

Published : Feb 25, 2024, 9:36 PM IST

thumbnail

Fire In Ordnance factory:ବଲାଙ୍ଗୀର: ବଡ଼ମାଳ ଗୋଳାବାରୁଦ କାରଖାନାରେ ବଡ଼ ଧରଣର ବିସ୍ପୋରଣ ହୋଇଛି । ବର୍ତ୍ତମାନ ସୁଧା କୌଣସି କ୍ଷୟକ୍ଷତିର ସୂଚନା ସ୍ପଷ୍ଟ ହୋଇନାହିଁ । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ଅଗ୍ନିଶମ ବିଭାଗ । ଆଜି (ରବିବାର) ସନ୍ଧ୍ୟାରେ ଗୋଳାବାରୁଦ କାରଖାନାରେ ଏହି ବିସ୍ପୋରଣ ହୋଇଥିଲା । ଆଖପାଖ ଅଞ୍ଚଳରେ ଏହାର ପ୍ରଚଣ୍ଡ ଶବ୍ଦ ଅନୁଭବ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ବଡ଼ମାଳ ଗୋଳାବାରୁଦ କାରଖାନାରେ ଥିବା ୧୦ ଓ ୧୨ ନମ୍ୱର୍ ୟୁନିଟରେ ଏହି ବିସ୍ଫୋରଣ ହୋଇଛି । ୧୦ ନମ୍ୱର୍ ୟୁନିଟକୁ ଡମ୍ପୟାର୍ଡ ଭାବରେ ବ୍ୟବହାର କରାଯାଏ । ସେହିପରି ୧୨ ନମ୍ୱର ୟୁନିଟ ମେଗେଜିନ ୟୁନିଟ ବୋଲି ଜଣାପଡିଛି । ଯେଉଁଥିରେ ବିପଦ ଜନକ ଆବର୍ଜନା ରଖା ଯାଇଥାଏ । ଆଜି ସନ୍ଧ୍ୟାରେ କୌଣସି କାରଣ ବଶତଃ ବିସ୍ଫୋରଣ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ବଡ଼ମାଳ ଗୋଳାବାରୁଦ କାରଖାନାର ଅଗ୍ନିଶମ ବିଭାଗ ଚେଷ୍ଟା ଜାରି ରଖିଛି । ବିସ୍ପୋରଣରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.