ଜୋରନ୍ଦା ରୋଡ ଷ୍ଟେସନରେ ଅଘଟଣ, ହୁତୁ ହୁତୁ ହୋଇ ଜଳିଲା ଟ୍ରେନ ଇଞ୍ଜିନ

By ETV Bharat Odisha Team

Published : Feb 22, 2024, 5:09 PM IST

thumbnail

Fire Incident Near Joranda Road Railway Station: ଢେଙ୍କାନାଳ: ଜିଲ୍ଲାର ଜୋରନ୍ଦା ରୋଡ ଷ୍ଟେସନରେ ଅଘଟଣ । ଚଳନ୍ତା ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଳିଯାଇଛି ଟ୍ରେନ ଇଞ୍ଜିନ । ଅଗ୍ନିକାଣ୍ଡ ଘଟିବା ପରେ ଚଳନ୍ତା ଇଞ୍ଜିନରୁ ଲୋକ ପାଇଲଟ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ଲୋକ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରୁଛି । ବଗି ନଥିବା କେବଳ ଏହି ଟ୍ରେନ ଇଞ୍ଜିନଟି ତାଳଚେରରୁ କଟକ ଅଭିମୁଖେ ଯାଉଥିବା ବେଳେ ଘଟିଛି ଅଗ୍ନିକାଣ୍ଡ । ପୂର୍ବତଟ ରେଳପଥର ଗୋବିନ୍ଦପୁରଠାରେ ଏହି ଜୋରନ୍ଦା ରୋଡ ଷ୍ଟେସନ ରହିଛି । ଏହି ନିଆଁରେ ଉପରେ ଯାଇଥିବା ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଫଳରେ ପୂର୍ବତଟ ରେଳପଥରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.