ରଙ୍ଗ ଖେଳର ମଜା ନେଲେ ଦିବ୍ୟାଙ୍ଗ, ମିଠାଖାଇ ନାଚ ଗୀତ ସହିତ ପାଳିଲେ ହୋଲି - Holi 2024

By ETV Bharat Odisha Team

Published : Mar 26, 2024, 5:12 PM IST

thumbnail

Divyang Students Celebrated Holi in Jharsuguda: ଝାରସୁଗୁଡ଼ା: ସ୍ୱତନ୍ତ୍ର ବିଦ୍ୟାଳୟରେ ହୋଲି ପାଳନ। ଆଜି ଝାରସୁଗୁଡ଼ାର ବୁରୋମାଲ ଝାଡେଶ୍ବରୀ ସ୍ପେଶାଲ ସ୍କୁଲ ଓ ବୃନ୍ଦାମାଲ ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ପାଳନ ହେଲା ରଙ୍ଗର ପର୍ବ। ସ୍ୱତନ୍ତ୍ର ପିଲାମାନେ ମିଠାଖାଇ ଏବଂ ନାଚ ଗୀତ ସହିତ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରୁଥିବା ଦେଖିବାକୁ ମିଳିଛି।  

ଏହା ମଧ୍ୟ ପଢ଼ନ୍ତୁ... ଜଗତସିଂହପୁରରେ ହୋଲି ପାଳନ, ଫଗୁ ଅବିରରେ ରଙ୍ଗିନ୍ ହେଲା ଗାଁ ଠୁ ସହର - Holi 2024

ଏହି କାର୍ଯ୍ୟକ୍ରମରେ ସହରର ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅବସର ଅଧ୍ୟକ୍ଷ, ନରେନ୍ଦ୍ର ପଣ୍ଡା, ଚୁନିଲାଲ କକାନି, ମନ୍ଦାକିନୀ ଶତପଥୀ, ମୀନା ସୋନି, ବଳବିନ୍ଦର ସିଂପ୍ରମୁଖ ଯୋଗଦାନ କରି ପିଲାମାନଙ୍କୁ ଆହୁରି ଉତ୍ସାହିତ କରିଥିଲେ। ଏହି ଅବସରରେ ଇଜେଭି ଫାଉଣ୍ଡେସନର ଗଙ୍ଗାଧର ମେହେର, ବ୍ରଜ ରାୟ, ମାନସୀ ପଣ୍ଡା, ପବିତ୍ର ସ୍ୱାଇଁ, ପୂନମ୍ ପଟେଲ୍, ସୋଭନା ସୋହେଲା, ସଂଯୁକ୍ତା ମେହେର, ପ୍ରିୟା ରାୟ, ପଙ୍କଜିନି ପାଣିଗ୍ରାହୀ, ସୁଶାନ୍ତ ନାୟକ, ପ୍ରାଚୀ ପାଢ଼ୀ, ଲକ୍ଷ୍ମଣ ସ୍ୱାଇଁ, ବିମଳ ପାଣିଗ୍ରାହୀଙ୍କ ସହିତ ବିଦ୍ୟାଳୟର ଅଧକ୍ଷା ମୁଦୁଲି ଓ ସମସ୍ତ କର୍ମଚାରୀ ଗୋଦାନ କରି ହୋଲି ପାଳନ କରିଥିଲେ । ସ୍ୱତନ୍ତ୍ର ପିଲା ମାନଙ୍କ ସହିତ ହୋଲି ଖେଳି ପିଲା ମାନଙ୍କ ମନରେ ରଙ୍ଗ ଭରି ଦେବା ସହିତ ନିଜକୁ ତୃପ୍ତ ମନେ କରିଥିବା ଅତିଥି କହିଛନ୍ତି । 

ଇଟିଭି ଭାରତ, ଝାରସୁଗୁଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.