ଘୋଡାନାଚ ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛନ୍ତି ମାଛ ବିକାଳୀ ବାପ ପୁଅ - Voting awareness

By ETV Bharat Odisha Team

Published : May 17, 2024, 2:25 PM IST

thumbnail
VOTING AWARENESS (ETV Bharat Odisha)

VOTING AWARENESS: ଜଗତସିଂହପୁର: ଭୋଟରମାନଙ୍କୁ ସଚେତନ କରୁଛନ୍ତି ଦୁଇ ମାଛ ବିକାଳୀ ବାପ ପୁଅ । ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ଘୋଡା ନାଚ ଗୀତ ମାଧ୍ୟମରେ ଉଭୟ ବାପ ପୁଅ ଅର୍ଥ ଓ ମଦ ମାଂସ ଖାଇ ଭୋଟ୍ ଦେଲେ ଗଣତନ୍ତ୍ର କିଭଳି କ୍ଷତିଗ୍ରସ୍ତ ହେବ ସେନେଇ ସଚେତନତା ସୃଷ୍ଟି କରାଉଥିବା ଦେଖିବାକୁ ମିଳୁଛି।

ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଅଂଚଳରେ ଏକ ମାଛ ଦୋକାନରେ ଦୁଇଜଣ ମତ୍ସ୍ୟଜୀବୀ କୁଳମଣି ତରାଇ ଓ ତାଙ୍କ ପୁଅ ହିରଣ୍ୟ ତରାଇ ଭୋଟରମାନଙ୍କୁ ନିର୍ବାଚନ ନେଇ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଅବସର ସମୟରେ ବିଭିନ୍ନ ଗ୍ରାମକୁ ଯାଇ ଘୋଡାନାଚ ପରିବେଷଣ କରିଥାନ୍ତି । ବର୍ତ୍ତମାନ ସାରା ଦେଶରେ ନିର୍ବାଚନ ମାହୋଲ ରହିଛି । ପାଞ୍ଚ ବର୍ଷରେ ଥରେ ଆସିଥିବା ଏହି ନିର୍ବାଚନ ମହାପର୍ବରେ ମଦ, ମାଂସ ଓ ଅର୍ଥ ନେଇ ଭୋଟ୍ ଦେଲେ ଦେଶର କିଭଳି ଅବସ୍ଥା ହୋଇଥାଏ ଏହାକୁ ସଙ୍ଗୀତରେ ସଜାଇ ଲୋକଙ୍କ ନିକଟରେ ବେଶ ଚମତ୍କାର ଢଙ୍ଗରେ ପରିବେଷଣ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଶିକ୍ଷାନୁଷ୍ଠାନରେ ଭୋଟ ସଚେତନତା, ମତଦାତାଙ୍କୁ ଦିଆଯିବ ଅଡିଓ-ଭିଡିଓ ଟ୍ରେନିଂ - VOTER AWARENESS PROGRAM

ମାଛ କିଣିବା ପାଇଁ ଆସୁଥିବା ଲୋକେ ମଧ୍ୟ ତାଙ୍କର ଏହି ସଚେତନତା ବାର୍ତ୍ତା ଶୁଣି ବେଶ ଖୁସି ହେଉଛନ୍ତି । କୁଳମଣିଙ୍କର କହିଛନ୍ତି, "ବର୍ତ୍ତମାନ ନିର୍ବାଚନ ଋତୁରେ ବିଭିନ୍ନ ଦଳର ନେତାମାନେ ଗାଁ ଗାଁ ବୁଲୁଛନ୍ତି । ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରଲୋଭନ ମଧ୍ୟ ଦେଖାଉଛନ୍ତି । ଗାଁ ଗାଁ ରେ ଭୋଜିଭାତର ଆସର ଜମୁଥିବା ବେଳେ ଟଙ୍କା ଦେଇ ଭୋଟ୍ ନେବାକୁ ପ୍ରୟାସ ମଧ୍ୟ କରୁଛନ୍ତି । କିନ୍ତୁ ଏହା ଗଣତନ୍ତ୍ର ପାଇଁ ବିପଦ ।" ଲୋକେ ସଚେତନ ହୋଇ ବିନା ଅର୍ଥ ଓ ନେତାଙ୍କ ଠାରୁ ମଦ ମାଂସ ନ ଖାଇ ଉପଯୁକ୍ତ ଲୋକକୁ ଭୋଟ୍ ଦେବାକୁ ସେମାନେ ନିବେଦନ କରିଛନ୍ତି । 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.