ETV Bharat / state

ଶିକ୍ଷାନୁଷ୍ଠାନରେ ଭୋଟ ସଚେତନତା, ମତଦାତାଙ୍କୁ ଦିଆଯିବ ଅଡିଓ-ଭିଡିଓ ଟ୍ରେନିଂ - VOTER AWARENESS PROGRAM

author img

By ETV Bharat Odisha Team

Published : Apr 12, 2024, 10:39 PM IST

ଶିକ୍ଷାନୁଷ୍ଠାନରେ ଭୋଟ ସଚେତନତା ,ମତଦାତାଙ୍କୁ ଦିଆଯିବ ଅଡିଓ-ଭିଡିଓ ଟ୍ରେନିଂ
ଶିକ୍ଷାନୁଷ୍ଠାନରେ ଭୋଟ ସଚେତନତା ,ମତଦାତାଙ୍କୁ ଦିଆଯିବ ଅଡିଓ-ଭିଡିଓ ଟ୍ରେନିଂ

VOTER AWARENESS PROGRAM:ଦେଶ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯିବା ନେଇ ନିର୍ଦ୍ଦେଶ ଦେଇଛି ୟୁଜିସି । ଛାତ୍ରଛାତ୍ରୀଙ୍କୁ ଭିଡ଼ିଓ,ପୋଷ୍ଟର ମାଧ୍ୟମରେ ମତଦାନ ସମ୍ପର୍କରେ କରାଯିବ ସଚେତନ । ଅଧିକ ପଢନ୍ତୁ

ଭୁବନେଶ୍ବର: ଗଣତନ୍ତ୍ରର ମହାନ ପର୍ବରେ କିଭଳି ଯୁବ ଭୋଟରଙ୍କୁ ଅଧିକରୁ ଅଧିକ ସାମିଲ କରାଯାଇ ପାରିବ, ସେନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି ୟୁଜିସି । ପ୍ରତ୍ୟେକ ଭୋଟରଙ୍କ ଗୁରୁତ୍ବକୁ ଦୋହରାଇବା ଏବଂ ଭୋଟର ସଚେତନତା ସୃଷ୍ଟି କରିବାକୁ ନିର୍ବାଚନ ଆୟୋଗ ଅଫ୍ ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ । ଭୋଟରଙ୍କ ପ୍ରତିଶ୍ରୁତି, ଟିଭିସି, କ୍ଷୁଦ୍ର ଚଳଚ୍ଚିତ୍ର ଇତ୍ୟାଦି ସହିତ ଭୋଟର ସଚେତନତାକୁ ଗୁରୁତ୍ଵ ଦେଇଛନ୍ତି ।ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶିକ୍ଷାନୁଷ୍ଠାନରେ ଭୋଟ ସଚେତନତା ,ମତଦାତାଙ୍କୁ ଦିଆଯିବ ଅଡିଓ-ଭିଡିଓ ଟ୍ରେନିଂ
ଶିକ୍ଷାନୁଷ୍ଠାନରେ ଭୋଟ ସଚେତନତା ,ମତଦାତାଙ୍କୁ ଦିଆଯିବ ଅଡିଓ-ଭିଡିଓ ଟ୍ରେନିଂ

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ସେମାନଙ୍କର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଭୋଟର ସଚେତନତା ଉପରେ ସୃଜନଶୀଳମାନଙ୍କୁ ଅଂଶୀଦାର କରିବା ପାଇଁ ବ୍ୟବହାର କରିପାରିବେ । ଯାହା @ECISVEEP ଏବଂ @ugcindiaକୁ ଟ୍ୟାଗ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ପିଲାମାନେ କିଭଳି ଭାବରେ ନିବାର୍ଚନକୁ ନେଇ ସଚେତନତା ରହିବେ, ସେନେଇ ସମସ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକତା ରହିଛି । କଲେଜରେ ନୂଆ ନୂଆ ଭୋଟରମାନଙ୍କୁ ପୋଷ୍ଟର ମାଧ୍ୟମରେ ଏବଂ ଭିଡ଼ିଓ ମାଧ୍ୟମରେ ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏନେଇ ସମସ୍ତ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଏଭଳି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି ୟୁଜିସି ।

ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ । ଏଥିରେ ଯୁବ ଭୋଟର ଯାହାଙ୍କ ବୟସ ୧୮ରୁ୧୯ ବର୍ଷଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ । ଚଳିତ ଭୋଟର ତାଲିକା ସଂଶୋଧନବେଳେ ଯୁବ ଭୋଟର ଓ ମହିଳା ଭୋଟର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି । ଚଳିତ ସଂଶୋଧନରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରେ ୧୮ରୁ୧୯ବର୍ଷ ବୟସର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଭୋଟଙ୍କୁ ସାମିଲ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ......ଭୋଟ ହାର ବୃଦ୍ଧି ପାଇଁ ବ୍ୟାପକ ହେଉ ସଚେତନତା କାର୍ଯ୍ୟକ୍ରମ: ମୁଖ୍ୟ ନିର୍ବାଚନ ଅଧିକାରୀ - Chief Electoral Officer Meeting

ଅନ୍ୟପକ୍ଷରେ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ମୋଟ ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟରଙ୍କୁ ବାଦ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୩.୭୫ ଲକ୍ଷ ମୃତ, ୨.୭୧ ଲକ୍ଷ ସ୍ଥାୟୀ ଭାବେ ସ୍ଥାନାନ୍ତର ଓ ୬୫୮୫୮ ଜଣ ଭୋଟରଙ୍କର ଏକାଧିକ ସ୍ଥାନରେ ତାଲିକାରେ ନାଁ ଥିବାରୁ ସେମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଛି । ଏହା ସହିତ ମୋଟ ୪ ଲକ୍ଷ ୨୨ ହଜାର ୬୩୮ଜଣ ଭୋଟର ତାଲିକାରେ ନିଜର ସଂଶୋଧନ କରାଇଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.