ଜଗତସିଂହପୁରରେ ହୋଲି ପାଳନ, ଫଗୁ ଅବିରରେ ରଙ୍ଗିନ୍ ହେଲା ଗାଁ ଠୁ ସହର - Holi 2024

By ETV Bharat Odisha Team

Published : Mar 26, 2024, 4:05 PM IST

Updated : Mar 27, 2024, 5:11 PM IST

thumbnail

Holi Celebration in Jagatsinghpur  ଜଗତସିଂହପୁର: ଆଜି ହେଉଛି ଆନନ୍ଦର ପର୍ବ ହୋଲି। ଗାଁ ଠାରୁ ସହର ସବୁଠାରେ ରଙ୍ଗର ଆସର। ରାଜ୍ୟର ସମସ୍ୟ ସ୍ଥାନରେ ଆଜି ରଙ୍ଗ ଖେଳ ସାଙ୍ଗକୁ ରଙ୍ଗର ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳିତ କରାଯାଇଛି। ହୋଲି ଅବସରରେ ଆଜି ଜଗତସିଂହପୁର ସହର ଉତ୍ସବ ମୁଖର ହେବା ସହିତ ଅନେକ ସ୍ଥାନରେ ହୋଲି ଖେଳା ଯାଇଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ସହରର ଦୁଃଖୀ ରାମ ସ୍ୱାଇଁ କଳା ପରିଷଦ ପକ୍ଷରୁ ରଙ୍ଗ ଉତ୍ସବ ପାଳନ କରାଯାଇଥିଲା। କଳାକାର ମାନେ ରଙ୍ଗ ଉତ୍ସବ ପାଳନ କରିବା ସହିତ ନାଚଗୀତ ଓ ରଙ୍ଗ ଖେଳର ମଜା ନେଇଥିଲେ। ଏଥିରେ ଜଗତସିଂହପୁର ସହରର ଅନେକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। 

ଏହା ମଧ୍ୟ ପଢ଼ନ୍ତୁ.... ସବୁଠି ଜମୁଛି ସେଲିବ୍ରେସନ, ଅବିର ଲଗାଇ ଧୁମଧାମରେ ହୋଲି ଖେଳୁଛନ୍ତି ଲୋକେ - Holi 2024

ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଜଗତସିଂହପୁର ସ୍ଥିତ କାର୍ଯ୍ୟଳୟ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ କର୍ମୀମାନେ ହୋଲି ମନାଇଥିଲେ। ସକାଳ ୧୦ଟା ସମୟରେ ବିଧାୟକ ପ୍ରଶାନ୍ତ ମୁଦୁଲି ଦୁର୍ଗା ବଜାର ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥିଲା। କର୍ମୀମାନେ ବିଧାୟକଙ୍କୁ ରଙ୍ଗ ଲଗାଇଥିଲେ। ସେଠାରେ ହୋଲି ଅବସରରେ ମିଠା ବଣ୍ଟନ ହେବା ସହିତ ପରସ୍ପର ମଧ୍ୟରେ ରଙ୍ଗ ବୋଳି ହୋଲିର ଶୁଭେଚ୍ଛା ଜଣାଇଥିଲେ। ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ବାସ ଭବନରେ ମଧ୍ୟ ହୋଲି ଉତ୍ସବର ଆୟୋଜନ କରାଯାଇଥିଲା। ସେହିପରି ବିଜେପି ପାର୍ଟି କାର୍ଯ୍ୟାଳୟରେ ହୋଲିର ରଙ୍ଗରେ କର୍ମୀମାନେ ରଙ୍ଗୀନ ହେଉଥିବା ବେଳେ କଂଗ୍ରେସ କାର୍ଯ୍ୟାଳୟ କିନ୍ତୁ ଫାଙ୍କା ପଡିଥିବା ଦେଖିବାକୁ ମିଳିଥିଲା। ହୋଲି ପାଇଁ ଆଜି ଜଗତସିଂହପୁର ଓ ପାରାଦୀପ ସହର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବିଭିନ୍ନ ସ୍ଥାନରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହୋଲିକୁ ନେଇ ଜଗତସିଂହପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରିତ ରଙ୍ଗ ଉପରେ କଡା ନଜର ରଖା ଯିବା ସହିତ ବିଭିନ୍ନ ରଙ୍ଗ ଦୋକାନରେ ଚଢ଼ାଉ କରାଯାଇ ରଙ୍ଗର ମାନ ପରୀକ୍ଷା କରାଯାଉଥିବା ଦେଖିବାକୁ ମିଳିଛି। 

ଇଟିଭି ଭାରତ, ଜଗତସିଂପୁର

Last Updated : Mar 27, 2024, 5:11 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.