ETV Bharat / bharat

ଆଇଆଇଟି ମାଡ୍ରାସ ଜାରି କଲା JEE ଆଡଭାନ୍ସ ଆଡମିଟ୍ କାର୍ଡ, କିଭଳି ଡାଉନଲୋଡ୍ କରିବେ ଜାଣନ୍ତୁ - JEE ADVANCED 2024

author img

By ETV Bharat Odisha Team

Published : May 17, 2024, 2:17 PM IST

JEE ADVANCED 2024: JEE ଆଡଭାନ୍ସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ଆଡମିଟ୍ କାର୍ଡ । ଜାଣନ୍ତୁ କେବେ ହେବ ପରୀକ୍ଷା ଏବଂ କେମିତି ଡାଉନଲୋଡ କରିବେ କାର୍ଡ ?

JEE ADVANCED 2024
JEE ADVANCED 2024 (ETV Bharat Odisha)

ହାଇଦ୍ରାବାଦ: କୁହାଯାଏ ବିଶ୍ବର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ JEE ଆଡଭାନ୍ସ । ତେବେ ଚଳିତ ବର୍ଷ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଇଆଇଟି(IIT) ମାଡ୍ରାସ ଜେଇଇ ଆଡଭାନ୍ସ ପରୀକ୍ଷାର ଆୟୋଜନ କରୁଛି । ଏହି ପରୀକ୍ଷାକୁ ନେଇ ଆଇଆଇଟି ମାଡ୍ରାସ ଆଡମିଟ୍ କାର୍ଡ ଜାରି କରିଛି । ଶିକ୍ଷା ବିଶେଷଜ୍ଞ ଦେବ ଶର୍ମାଙ୍କ ଅନୁଯାୟୀ ଶୁକ୍ରବାର ସକାଳ 10ଟା ସମୟରେ ଆଡମିଟ କାର୍ଡ ଜାରି ହେବା ନେଇ ସ୍ଥିର ହୋଇଥିଲା କିନ୍ତୁ ସକାଳ 10ଟା 30 ମିନିଟରେ ଏହାକୁ ରିଲିଜ କରାଯାଇଛି । ପ୍ରାର୍ଥୀମାନେ ପଞ୍ଜିକୃତ କରିଥିବା ଇମେଲ ଆଇଡିରେ ଆଡମିଟ୍ କାର୍ଡ ଡାଉନଲୋଡ କରିବାର ଲିଙ୍କ ପଠାଯାଇଛି । ଏହି ପରୀକ୍ଷା ମେ 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଆଡମିଟ୍ କାର୍ଡ ପ୍ରକାଶିତ ହୋଇଛି । ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ jeeadv.ac.in ସରକାରୀ ଓ୍ବେବସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ।

JEE ADVANCED ADMIT CARD
JEE ADVANCED ADMIT CARD (ETV Bharat Odisha)

କେଉଁ ସମୟରେ ରହିଛି ପରୀକ୍ଷା: ଶିକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଚଳିତ ଥର ସିଧାସଳଖ ଅଫିସିଆଲ ଓ୍ବେବସାଇଟରେ ଆଡମିଟ୍ କାର୍ଡ ଡାଉନଲୋଡ କରିବା ପାଇଁ ଲିଙ୍କ୍ ଦିଆଯାଇ ନାହିଁ । କାରଣ ସମସ୍ତ ପରୀକ୍ଷାର୍ଥୀ ଏହାକୁ ଏକ ସମୟରେ ଖୋଲିବା ଦ୍ବାରା ଓ୍ବେବସାଇଟ କ୍ରାସ ହେବାର ସୂଚନା ରହିଛି । ତେଣୁ ପରୀକ୍ଷାର୍ଥୀମାନଙ୍କୁ ଲିଙ୍କ ପଠାଯାଇଛି । ପରୀକ୍ଷାର୍ଥୀମାନେ ରେଜିଷ୍ଟ୍ରେସନ ନମ୍ବର ଏବଂ ପାସଓ୍ବାର୍ଡ ଦେଇ ଡାଉନଲୋଡ କରିପାରିବେ । ଜେଇଇ ଆଡଭାନ୍ସ ପରୀକ୍ଷା ମେ 26 ତାରିଖରେ ଦେଶର 222 କେନ୍ଦ୍ରରେ ହେବ । ଭୁବନେଶ୍ବରରେ 26ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସକାଳ 9 ଟାରୁ 12 ଟା ଏବଂ ଅପରାହ୍ନ 2.30 ରୁ 5.30 ଯାଏଁ ପରୀକ୍ଷା ହେବ । ପରୀକ୍ଷା ଦେବା ପାଇଁ 1.91 ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକୃତ କରିଛନ୍ତି ।

JEE ADVANCED ADMIT CARD
JEE ADVANCED ADMIT CARD (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: IIT ମାଡ୍ରାସର ବଡ଼ ଘୋଷଣା; ଚଳିତବର୍ଷରୁ ବିଟେକ୍ ଆଡମିସନରେ 'ସ୍ପୋର୍ଟ୍ସ କୋଟା'

ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ରହିଥିବେ ଲେଖକ: ଆଇଆଇଟି ମାଡ୍ରାସ ଏହା ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ପୂର୍ବ ପରି ଜଣେ ଲେଖକଙ୍କୁ ସାଙ୍ଗରେ ନେଇ ଆସିବାକୁ ପଡିବ ନାହିଁ । ପରୀକ୍ଷା କେନ୍ଦ୍ରରେ ଯୋଗାଇ ଦିଆଯିବ । ଏହି ସ୍ରାଇବମାନେ ପ୍ଲସ 2 ପ୍ରଥମ ବର୍ଷର ଛାତ୍ର ହେବେ । ସ୍ରାଇବମାନଙ୍କର ଆବଣ୍ଟନ ପ୍ୟାନେଲ ଦ୍ବାରା କରାଯିବ । ଆଗ୍ରହୀ ପରୀକ୍ଷାର୍ଥୀଙ୍କୁ ଅଧିକ 1 ଘଣ୍ଟା ସମୟ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.