ETV Bharat / bharat

IIT ମାଡ୍ରାସର ବଡ଼ ଘୋଷଣା; ଚଳିତବର୍ଷରୁ  ବିଟେକ୍ ଆଡମିସନରେ 'ସ୍ପୋର୍ଟ୍ସ କୋଟା'

author img

By ETV Bharat Odisha Team

Published : Feb 3, 2024, 5:00 PM IST

Updated : Feb 3, 2024, 5:11 PM IST

ଦେଶର ପ୍ରଥମ ଆଇଆଇଟି ଭାବେ ଆଇଆଇଟି ମାଦ୍ରାସରେ ଖେଳ କୋଟା ଆରମ୍ଭ
ଦେଶର ପ୍ରଥମ ଆଇଆଇଟି ଭାବେ ଆଇଆଇଟି ମାଦ୍ରାସରେ ଖେଳ କୋଟା ଆରମ୍ଭ

IIT Madras introduces sports quota : ଦେଶର ପ୍ରଥମ ଆଇଆଇଟି ଭାବେ ବିଟେକ୍ ପାଠ୍ୟକ୍ରମରେ ଖେଳ କୋଟା ଲାଗୁ କରିବ ଆଇଆଇଟି ମାଡ୍ରାସ । ୨୦୨୪-୨୫ ଶିକ୍ଷାବର୍ଷରୁ ଭାରତୀୟ ଛାତ୍ରମାନଙ୍କ ପାଇଁ ପ୍ରତି କୋର୍ସରେ ୨ଟି ଅତିରିକ୍ତ ସିଟ୍ ସଂରକ୍ଷିତ ରହିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ : କ୍ରୀଡାରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଇଆଇଟି ମାଡ୍ରାସ ଆରମ୍ଭ କରିଛି 'ଖେଳ କୋଟା' । ଆଇଆଇଟି ମାଡ୍ରାସ, ନିଜର ବିଟେକ୍ ପାଠ୍ୟକ୍ରମରେ ଖେଳ କୋଟା ଲାଗୁ କରିବାରେ ଦେଶର ପ୍ରଥମ ଆଇଆଇଟି ଅଟେ । ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ମାଡ୍ରାସ ନିର୍ଦେଶକ ବି. କାମକୋଟି କହିଛନ୍ତି ଯେ " ବର୍ତ୍ତମାନ ଦେଶର କୌଣସି ଆଇଆଇଟିରେ ଖେଳ କୋଟା ବା ସ୍ପୋର୍ଟସ କୋଟା ନାହିଁ । ଦିଲ୍ଲୀ ବିଶ୍ବବିଦ୍ୟାଳୟ ସମେତ ଦେଶର ଅନେକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟଗୁଡିକରେ ଖେଳ କୋଟା ବ୍ୟବସ୍ଥା ରହିଛି । "

୨୦୨୪-୨୫ ଶିକ୍ଷାବର୍ଷରୁ ଏହି ଖେଳ କୋଟା ଆଇଆଇଟି ମାଡ୍ରାସରେ ଖେଳ ଉତ୍କୃଷ୍ଟତା ପ୍ରବେଶ ବା ସ୍ପୋର୍ଟସ ଏକ୍ସିଲେନ୍ସ ଆଡମିସନ (ଏସଇଏ) ଜରିଆରେ ଆରମ୍ଭ ହେବାକୁ ଯାଉଛି । ଏହି ଶିକ୍ଷାନୁଷ୍ଠାନରେ ଭାରତୀୟ ଛାତ୍ରମାନଙ୍କ ପାଇଁ ପ୍ରତି ବିଟେକ କୋର୍ସରେ ୨ ଟି ଅତିରିକ୍ତ ସିଟ୍ ବନ୍ଦୋବସ୍ତ ରହିବ । ଆଇଆଇଟି ମାଦ୍ରାସର ନିର୍ଦେଶକ ବି କାମକୋଟି କହିଛନ୍ତି ଯେ '" ଆମେ ଖେଳ କୋଟା ଲାଗୁ କରିବାରେ ପ୍ରଥମ ଆଇଆଇଟି ଅଟୁ ଓ ଏହାର ଉଦେଶ୍ୟ ସେହି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ପ୍ରୋତ୍ସାହିତ କରିବା , ଯେଉଁ ମାନେ କୌଣସି ଖେଳରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବେ । ପ୍ରତି କୋର୍ସରେ ୨ଟି ସିଟ୍ ଏସଇଏ ଜରିଆରେ ଆବଣ୍ଟିତ ହେବ, ଯେଉଁଥିରେ ଗୋଟେ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । "

ଏହା ମଧ୍ୟ ପଢନ୍ତୁ ... କାମଚଳା ଅଧ୍ୟାପକଙ୍କ ଭରସାରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ; 50 ପଦବୀ, ଅଧ୍ୟାପକ ଶୂନ !

ଏସଇଏ ଜରିଆରେ ପ୍ରବେଶ ପାଇଁ ଆବେଦନକାରୀଙ୍କୁ ଜେଇଇ ଆଡଭାନ୍ସରେ କମନ ରାଙ୍କ୍ ଲିଷ୍ଟରେ ସ୍ଥାନ ହାସଲ କରିବାକୁ ହେବ ଓ ବିଗତ ୪ ବର୍ଷ ମଧ୍ୟରେ ସେମାନଙ୍କୁ ରାଷ୍ଟ୍ରୀୟ କିମ୍ବା ଅନ୍ତଃରାଷ୍ଟ୍ରୀୟ ସ୍ତରର କ୍ରୀଡା ପ୍ରତିଯୋଗୀତାରେ ଅତିକମରେ ଗୋଟିଏ ପଦକ ଜିତିଥିବା ଆବଶ୍ୟକ । ସେହିପରି ଆବେଦନକାରୀଙ୍କୁ ଆଇଆଇଟିରେ ପ୍ରବେଶ ପାଇଁ ଯୋଗ୍ୟତା ମାପଦଣ୍ଡ ଅନୁସାରେ ଦ୍ବାଦଶ ଶ୍ରେଣୀରେ ସର୍ବନିମ୍ନ ଆବଶ୍ୟକ ଅଙ୍କ ହାସଲ କରିବାକୁ ହେବ । ଏହାସହ ଆଇଆଇଟି ନିର୍ଦେଶକ ବି କାମକୋଟି କହିଛନ୍ତି ଯେ " ଆଇଆଇଟି ତରଫରୁ ଏକ ଖେଳ ସମ୍ବନ୍ଧୀୟ ଅଲଗା ରାଙ୍କ ତାଲିକା ପ୍ରସ୍ତୁତ କରାଯିବ ଏବଂ ଅନୁଷ୍ଠାନ ଦ୍ବାରା ନିର୍ଧାରିତ ଖେଳର ସୂଚୀରେ ନିଜର ପ୍ରଦର୍ଶନ ଦ୍ବାରା ପ୍ରାର୍ଥୀମାନେ ପ୍ରାପ୍ତ କରିଥିବା ମୋଟ ସ୍କୋରକୁ ଆଧାର କରି ସିଟ ଆଲଟମେଣ୍ଟ କରାଯିବ । "

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 3, 2024, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.