ନିର୍ବାଚନରେ ବିଜୟୀ ହେଲେ 6 ମାସରେ ସମସ୍ୟାର ସମାଧାନ କରିବି: ଜୟନ୍ତ ଷଡ଼ଙ୍ଗୀ - election campaign

By ETV Bharat Odisha Team

Published : May 17, 2024, 2:12 PM IST

thumbnail
ELECTION CAMPAIGN (ETV BHARAT ODISHA)

ପୁରୀ: ପୁରୀରେ ନିର୍ବାଚନ ତାରିଖ ଯେତିକି ପାଖଉଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ଡୋରଟୁ ଡୋର କ୍ୟାମ୍ପେନ କରୁଛନ୍ତି ପ୍ରତିଦ୍ବନ୍ଦ୍ବି ଦଳର ପ୍ରାର୍ଥୀ । ପୁରୀ ସଦର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ଜୟନ୍ତ ଷଡ଼ଙ୍ଗୀ ସହରର ବିଭିନ୍ନ ୱାର୍ଡ ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି । ଗୁରୁବାର ପୁରୀ ପୌର ପାଳିକାର ଏକ ନମ୍ୱର ୱାର୍ଡ ମାଟିତୋଟା ଅଞ୍ଚଳରେ ଜୟନ୍ତ ନିଜ କର୍ମୀଙ୍କୁ ନେଇ ପ୍ରଚାର କରି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ନିର୍ବାଚନରେ ବିଜୟୀ ହେଲେ ଆଗାମୀ 6 ମାସ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରିବି ବୋଲି କହିଛନ୍ତି ଜୟନ୍ତ । ତେଣୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସେ ଭୋଟରଙ୍କୁ ନିବେଦନ କରିଥିଲେ ।

 ସେ କହିଛନ୍ତି , ''ପୁରୀ ପୌର ପାଳିକାରେ ନଗରପାଳ ଥିବା ବେଳେ ଏକ ନମ୍ୱର୍ ୱାର୍ଡର ମୁଁ ବିକାଶ କରିଛି। ଏହି ୱାର୍ଡ ମୋର ଘର ଭଳି।  ଲୋକଙ୍କ ସୁଖ ଦୁଃଖରେ ମୁଁ ଅଛି। ଏକ ନମ୍ୱର ୱାର୍ଡର ରାସ୍ତା ଘାଟ, ଆଲୋକ ବ୍ୟବସ୍ଥା ସହ ଅନେକ ବିକାଶ କାର୍ଯ୍ୟ ମୁଁ କରିଛି । ଏଣୁ ନିର୍ବାଚନରେ ଏକ ନମ୍ୱର୍ ୱାର୍ଡ ବାସୀ ମୋତେ ନିଶ୍ଚିତ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ବାସ । ମୁଁ ନିର୍ବାଚନରେ ବିଜୟୀ ହେଲେ ଏଠାରେ ଯାହା କିଛି ସମସ୍ୟା ରହିଛି 6 ମାସ ମଧ୍ୟରେ ସବୁ ସମାଧାନ କରିବି ।''

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.