କଂଗ୍ରେସ ପ୍ରାର୍ଥୀ ଉମା ବଲ୍ଲଭ ରଥଙ୍କ ପ୍ରଚାର ଜୋରଦାର - Uma Ballav Ratha Campaign

By ETV Bharat Odisha Team

Published : May 17, 2024, 12:14 PM IST

thumbnail
Uma Ballav Ratha Campaign (ETV Bharat Odisha)

Congress Candidate Uma Ballav Ratha Campaign: ପୁରୀ: ସରଗରମ ପ୍ରଚାର ମୈଦାନ । ପୁରୀ ସଦର ବିଧାନସଭାରେ ଜୋରଦାର ପ୍ରଚାର୍ କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ଉମା ବଲ୍ଲଭ ରଥ  । କଂଗ୍ରେସ କର୍ମୀଙ୍କୁ ନେଇ ପୁରୀ ସହରର ପ୍ରତି ୱାର୍ଡକୁ ୱାର୍ଡ ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି  । ଏହି ଅବସରରେ ସେ କହିଛନ୍ତି, "ପୁରୀର ନେତୃତ୍ଵ ନେଇଥିବା ନେତା ପୁରୀର କିଛି ବି ଉନ୍ନତି କରିନାହାନ୍ତି । ପୁରୀ ଲୋକଙ୍କ ମୌଳିକ ସମସ୍ୟା ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିବାରେ ବିଜେଡି ସରକାର ଅବହେଳା କରିଛି । ଏଥିପାଇଁ ଲକ୍ଷ ଲକ୍ଷ ଲୋକେ ନିଜ ଘର ଜାଗା ବାଡ଼ିର ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି । ଜନତାଙ୍କ ହକ ହାସଲ ପାଇଁ ଲଢେଇ କରିବି । ଜନତା ଯଦି ନିର୍ବାଚିତ କରନ୍ତି ତେବେ ବିଧାୟକ ହେବାର 100 ଦିନ ଭିତରେ ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବି ।"

ସେ ଆଉମଧ୍ୟ କହିଛନ୍ତି, "ଗଣତନ୍ତ୍ରରେ ଲୋକ ବଳ ହେଉଛି ସବୁଠୁ ବଳ । ଲୋକେ ସଚେତନ ହେଲେ ଅର୍ଥ ବଳ, ବାହୁ ବଳର କୌଣସି ପ୍ରଭାବ ପଡ଼ିବ ନାହିଁ । ଜନତା ହେଉଛନ୍ତି ଗଣତନ୍ତ୍ରରେ ମାଲିକ । ଆମେ ହେଉଛୁ ସେବକ । ଆଗାମୀ ନିର୍ବାଚନରେ ପୁରୀ ସଦର ବିଧାନସଭା ଭୋଟର ତାଙ୍କୁ 5 ବର୍ଷ ପାଇଁ ସୁଯୋଗ ଦେଲେ ଲୋକଙ୍କ ସେବା କରିବା ସହ ସମସ୍ତ ସୁବିଧା ଅସୁବିଧା ସମାଧାନ କରିବି  ।"



ଆଗାମୀ 25 ତାରିଖରେ ପୁରୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରାର୍ଥୀମାନଙ୍କ ହାତରେ ଆଉ ଖୁବ କମ ସମୟ ରହିଛି  । ଏଥିପାଇଁ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି ପ୍ରାର୍ଥୀମାନେ ।  

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.