ETV Bharat / politics

ସମ୍ବଲପୁରରେ 3 ପ୍ରମୁଖ ଦଳର ପ୍ରଚାର ଜୋରଦାର - Sambalpur constituency

author img

By ETV Bharat Odisha Team

Published : May 17, 2024, 2:26 PM IST

Election Campaign in Sambalpur : ନିର୍ବାଚନ ପାଖେଇ ଆସୁଥିବା ବେଳେ ସମ୍ବଲପୁରରେ ୩ ପ୍ରମୁଖ ଦଳ ପ୍ରଚାର ଜୋରଦାର ରହିଛି । ସମର୍ଥକମାନଙ୍କ ସହ ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଅଧିକ ପଢନ୍ତୁ

Sambalpur Election Campaign
Sambalpur Election Campaign (ETV Bharat Odisha)

Sambalpur Election Campaign (ETV Bharat Odisha)

ସମ୍ୱଲପୁର: ସମସ୍ତଙ୍କ ନଜରରେ ସମ୍ବଲପୁର ସଂସଦୀୟ କ୍ଷେତ୍ର । ବିଜେପି ଓ ବିଜେଡିର ୨ ହେଭିଓ୍ବେଟ ନେତା ଏଠାରେ ନିର୍ବାଚନ ଲଢୁଛନ୍ତି । ଆସନ୍ତା 25ରେ ସମ୍ବଲପୁରରେ ନିର୍ବାଚନ ହେବାକୁ ଥିବା ବେଳେ ବର୍ତ୍ତମାନ ସମ୍ବଲପୁରରେ 3 ପ୍ରମୁଖ ଦଳର ପ୍ରଚାର ଜୋର ଧରିଛି l ଗୁରୁବାର ଦିନ ବିଜେପି ଲୋକସଭା ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସହରରେ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିଥିବା ବେଳେ କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି l

୨ ହେଭିଓ୍ବେଟ ନେତାଙ୍କ ଲଢେଇ ଦେଖୁଛି ସମ୍ବଲପୁର । ଗୁରୁବାର ଦିନ 3 ପ୍ରମୁଖ ଦଳର ପ୍ରାର୍ଥୀମାନେ ସେମାନଙ୍କର ସମର୍ଥକମାନଙ୍କ ସହ ମାରାଥନ ପ୍ରଚାର କରିଛନ୍ତି l ସମ୍ବଲପୁର ସହରର କୁମ୍ଭାରପଡା, ତଅଁଳା ପଡା, ଷ୍ଟେସନ ପଡା, ବଡ଼ ବଜାର ଆଦି ସ୍ଥାନରେ ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ମିଳିତ ଭାବେ ପ୍ରଚାର କରିଛନ୍ତି l ଏହାସହ ସନ୍ଧ୍ୟାରେ ଧର୍ମେନ୍ଦ୍ର ପ୍ରଧାନ ଓ ଜୟ ନାରାୟଣ ମିଶ୍ର ସମ୍ବଲପୁରର କଲାମ ଛକରୁ ସାକ୍ଷୀପଡା ଯାଏଁ ବିଶାଳ ରୋଡ଼ ସୋ କରିଛନ୍ତି l ଏହି ରୋଡ଼ ସୋରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ l

ଏହାମଧ୍ୟ ପଢନ୍ତୁ.. ବିଜେଡିକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ 'ସଂକେତ ମିଳିଗଲାଣି, ଏଥର ରାଜ୍ୟରେ ସରକାର ଗଢିବ ବିଜେପି' - Dharmendra Targets BJD

ଏହି ଅବସରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ସରକାର ରକ୍ତମୁଖା ହୋଇ ପଡିଛନ୍ତି l ଗଞ୍ଜାମ ଜିଲାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି l ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯେଉଁ ବିଷୟରେ ମୁହଁ ଖୋଲିବା କଥା ସେହି ବିଷୟରେ ନୀରବତା ଅବଲମ୍ବନ କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି l



ଅନ୍ୟପଟେ କୁଚିଣ୍ଡା ଉପଖଣ୍ଡରେ ବିଜେଡିର ପ୍ରଚାରର ମଙ୍ଗ ଧରିଥିଲେ ନିଜେ ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ l କୁଚିଣ୍ଡାର ବିଭିନ୍ନ ସ୍ଥାନରେ ଦଳୀୟ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କ ସହ ନିର୍ବାଚନୀ ସଭା କରି ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ କହି ଭୋଟ ଭିକ୍ଷା କରିଛନ୍ତି l



ଅନ୍ୟପଟେ ଆଜି ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ମଧ୍ୟ ଦଳୀୟ ବିଧାୟକ ପ୍ରାର୍ଥୀ କେଦାର ବରିହାଙ୍କ ସହ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ନିର୍ବାଚନୀ ସଭା କରି ଉଭୟ ବିଜେପି ଓ ବିଜେଡି ଉପରେ ଟାର୍ଗେଟ କରିବା ସହ କଂଗ୍ରେସ ହିଁ ବର୍ତ୍ତମାନ ଏକମାତ୍ର ବିକଳ୍ପ ବୋଲି କହି ଭୋଟ ମାଗିଛନ୍ତି l



ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.