ଦେବଗଡ଼ ବିଧାନସଭା ଆସନ: କଂଗ୍ରେସ ପ୍ରାର୍ଥୀ ସେମ ହେମ୍ବ୍ରମଙ୍କୁ ବିପୁଳ ସମ୍ବର୍ଦ୍ଧନା - SEM HEMBRAM

By ETV Bharat Odisha Team

Published : Apr 15, 2024, 11:04 PM IST

thumbnail


Congress Workers Celebrating:ଦେବଗଡ଼: ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଦ୍ଵିତୀୟ ଥର ପାଇଁ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ବ୍ରମଙ୍କ ନାଁ ଘୋଷଣା ହୋଇଛି । ଯାହାକୁ ନେଇ ଜିଲ୍ଲା କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସେମ ହେମ୍ବ୍ରମଙ୍କୁ ଦେବଗଡ଼ ସହରରେ ଦଳୀୟ କର୍ମୀ ଓ ସମର୍ଥକ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଦଳୀୟ ଟିକେଟ ପାଇବା ପରେ ସେ ସର୍ବପ୍ରଥମେ ଏକ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । ଏହାସହ ସ୍ଥାନୀୟ ଗୋପବନ୍ଧୁ ଛକରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଇଛନ୍ତି ।

ଏହା ବି ପଢନ୍ତୁ...ଝାରସୁଗୁଡ଼ାରୁ ପୁଣି ଲଢ଼ିବେ ଦୀପାଳି, ସମର୍ଥକଙ୍କ ସେଲିବ୍ରେସନ - Deepali Das To Contest Again
ଗତ 2014 ମସିହା ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ଦେବଗଡ଼ ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ବି ପରାଜୟ ବରଣ କରିଥିଲେ । ସେହିଦିନଠାରୁ ସେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ସମୟରେ ଜିଲ୍ଲାର ପ୍ରମୁଖ ସମସ୍ୟା ନେଇ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ଆସିଛନ୍ତି । ଦେବଗଡ଼ ଜିଲ୍ଲା ଏକ ଚାଷୀ ବହୁଳ ଜିଲ୍ଲା ହୋଇଥିବାବେଳେ କୃଷି କ୍ଷେତ୍ରରେ ଅନେକ ସମସ୍ୟା ରହିଛି । ଏହାବ୍ୟତୀତ ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତ ସେବା ଓ ଗରିବ ଲୋକଙ୍କୁ ବାସଗୃହରେ ଅବହେଳାକୁ ସେ ମୁଦ୍ଦା କରି ଲୋକଙ୍କ ନିକଟତର ହେବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.