ETV Bharat / politics

ଝାରସୁଗୁଡ଼ାରୁ ପୁଣି ଲଢ଼ିବେ ଦୀପାଳି, ସମର୍ଥକଙ୍କ ସେଲିବ୍ରେସନ - Deepali Das To Contest Again

author img

By ETV Bharat Odisha Team

Published : Apr 5, 2024, 7:12 AM IST

Jharsuguda BJD Candidate Deepali: ପୁଣି ଥରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦୀପାଳିଙ୍କୁ ଟିକେଟ୍ ଦେଇଛି ବିଜେଡି । ବିଧାୟିକା ଦୀପାଳି ଦାସ ନିଜ ବାସଭବନରେ ପହଞ୍ଚିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଅଧିକ ପଢନ୍ତୁ

Deepali Das
Deepali Das

Deepali Das

ଝାରସୁଗୁଡ଼ା: ପୁଣି ଥରେ ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ହୋଇଛନ୍ତି ଦୀପାଳି । ଉପନିର୍ବାଚନ ପରେ ସେ ବର୍ତ୍ତମାନ ବିଧାୟିକା ଥିବାବେଳେ ବିଜେଡି ପୁଣି ଥରେ ତାଙ୍କ ଉପରେ ଭରସା କରିଛି । ଗତକାଲି ବିଧାୟିକା ଦୀପାଳି ଦାସ ନିଜ ବାସଭବନରେ ପହଞ୍ଚିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତ ବୁଧବାର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ଟିକେଟ ପାଇବା ପରେ ଗତକାଲି(ଗୁରୁବାର) ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ଦୀପାଳି । ଜିଲ୍ଲା ବିଜେଡ଼ି, ଝାରସୁଗୁଡା ସହରାଞ୍ଚଳର ମହିଳା ସଂଗଠନ, ପୌରାଧ୍ୟକ୍ଷା, କାଉନସିଲର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟିକାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିବା ଦେଖିବାକୁ ମିଳିଥିଲା। "ଲୋକଙ୍କ ଭରସା ପାଇଁ ମୁଖ୍ୟମନ୍ତ୍ରୀ ଟିକେଟ ପ୍ରଦାନ କରିଛନ୍ତି ଏବଂ ସେହି ଲୋକଙ୍କ ପାଇଁ କାର୍ଯ୍ୟ କରିବି" ବୋଲି କହିଛନ୍ତି ବିଧାୟିକା ଦୀପାଳି ଦାସ ।


ଗତ ବୁଧବାର ବିଜୁ ଜନତା ଦଳ ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରାର୍ଥୀ ତାଲିକାରେ ଝାରସୁଗୁଡା ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପୁଣି ଥରେ ପ୍ରାର୍ଥୀ ଭାବେ ଦୀପାଲି ଦାସଙ୍କ ନାଁ ଘୋଷଣା କରିଛି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ନବ ଦାସଙ୍କ ଅକାଳ ମୃତ୍ୟୁ ପରେ ୨୦୨୩ରେ ଝାରସୁଗୁଡାରେ ଉପନିର୍ବାଚନ ହୋଇଥିଲା । ଏହି ଆସନରୁ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ତେବେ ଉପନିର୍ବାଚନରେ ଦୀପାଳି ନିଜର ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଜନତା ପାର୍ଟୀର ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟ ହୋଇ ବିଧାୟିକା ହୋଇଥିଲେ । ତେଣୁ ଦଳ ତାଙ୍କ ଉପରେ ଭରସା କରି ଚଳିତ ନିର୍ବାଚନରେ ପୁଣି ଥରେ ତାଙ୍କୁ ପ୍ରାର୍ଥୀ ଭାବେ ଟିକେଟ ପ୍ରଦାନ କରିଛି ।

ଏହା ମଧ୍ୟ ପଢନ୍ତୁ...ମୟୂରଭଞ୍ଜ ଲଢେଇ ପାଇଁ 5 ପ୍ରାର୍ଥୀ ଘୋଷଣା କଲା ବିଜେଡି, ବିଜେପିକୁ ଚେକ୍‌ ଦେବାକୁ ପ୍ରସ୍ତୁତ ଯୋଦ୍ଧା - Mayurbhanj BJD Candidate List

ଏହି ଖବର ପ୍ରସାରିତ ହେବା ପରେ ଝାରସୁଗୁଡା ତଥା ଆଖପାଖ ବିଜେଡ଼ି ସମର୍ଥଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମଙ୍ଗଳ ବଜାର ଛକ, ରେଲୱେ ଷ୍ଟେସନ ଛକ, ବେହେରାମାଲ ଛକ, ବିଟିଏମ ଛକ, ଲଇକେରା ବ୍ଲକ, କିର୍ମିରା ବ୍ଲକ ସହ ଦୀପାଳିଙ୍କ ସରବାହାଲ ସ୍ଥିତ ବାସଭବନ ସାମ୍ନାରେ ବାଣ ଫୁଟାଇ ମିଠା ବାଣ୍ଟି ସେଲିବ୍ରେଟ କରିଛନ୍ତି ଦଳୀୟ ନେତା ଓ କର୍ମୀ । ଦୀପାଳିଙ୍କ ସମର୍ଥକମାନେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।


ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.