ETV Bharat / politics

ଓଡିଶାରେ ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି ବିଜେଡି ସରକାର: ଫଗନ ସିଂ କୁୁଲାସ୍ତେ - Faggan Singh Kulaste Slams BJD

author img

By ETV Bharat Odisha Team

Published : May 16, 2024, 8:43 PM IST

Faggan Singh Kulaste Question Odisha CM: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲାସ୍ତେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି । ଖଣି ଦୁର୍ନୀତିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ନେଇ ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Faggan Singh Kulaste Question Odisha CM
Faggan Singh Kulaste Question Odisha CM (ETV Bharat Odisha)

Faggan Singh Kulaste Question Odisha CM (ETV Bharat Odisha)

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଟାକିଂ ମୁଡରେ ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲାସ୍ତେ ବିଜେଡି ତଥା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲାସ୍ତେ ପ୍ରଶ୍ନ ପଚାରିଛନ୍ତି । ରାଜ୍ୟରେ ଖଣି ଦୁର୍ନୀତି, ମହିଳାଙ୍କୁ ଅତ୍ୟାଚାର, ଚିଟଫଣ୍ଡ ଦୁର୍ନୀତି ଏହିପରି ପାଞ୍ଚଟି ପ୍ରଶ୍ନ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି କୁଲାସ୍ତେ ।

କୁଲାସ୍ତେ କହିଛନ୍ତି," ଓଡି଼ଶାରେ ଖଣି ମାଫିଆ ସକ୍ରିୟ ଅଛନ୍ତି । ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ଓଡିଶା ସରକାର ବଞ୍ଚେଇବାକୁ ଚେଷ୍ଟା କଲେ । ନିର୍ବାଚନ ଲଢ଼ୁଥିବା ବିଜେଡିର ପ୍ରତ୍ୟେକ ପ୍ରାର୍ଥୀ ଖଣି ସହ ଜଡିତ । କଳିଙ୍ଗନଗର ଠାରେ ଆଦିବାସୀଙ୍କ ଉପରେ ଅତ୍ୟାଚାର କରି ଜମି ଲୁଟ କଲେ ସରକାର । ଡ଼ିଏମଏଫ ସଠିକ ବିନିଯୋଗ ହେଉନି । ଖଣି ଦୁର୍ନୀତିରେ ଶାହା କମିଶନ ତଦନ୍ତ ଓ ରିପୋର୍ଟ ହେଲା ସରକାର । ଏହି ଦୁର୍ନୀତି ସହ ବିଜେଡି ସିଧାସଳଖ ଜଡିତ । ସିବିଆଇ ତଦନ୍ତ ପାଇଁ ସୁପାରିଶ କଲେ । ଶାହା କମିଶନ ଆଧାରରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ତେଣୁ ଏବେ ସୁଯୋଗ ଅଛି ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଓଡ଼ିଶାରେ ବି ସୁଯୋଗ ଅଛି ଡବଲ ଇଞ୍ଜିନ ସରକାର କରାନ୍ତୁ ।"

ଏହା ମଧ୍ୟ ପଢନ୍ତୁ ... ବିଜେଡି-ବିଜେପିକୁ ଟାର୍ଗେଟ କଲେ ଖଡ୍‌ଗେ, 'ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି' - Kharge Criticizes BJP BJD

ରାଜ୍ୟ ବାହାରକୁ ଯାଉଥିବା ଦାଦନ ପ୍ରସଙ୍ଗରେ ସେ କହିଛନ୍ତି,"ରାଜ୍ୟର 30 ଲକ୍ଷ ପରିବାର ଦାଦନ ଖଟିବାକୁ ଯାଉଛନ୍ତି । କାହିଁକି ଦାଦନ ସମସ୍ୟାର ସମାଧାନ ହୋଇପାରୁନି । ଏହା ସହ ମହିଳା ଅତ୍ୟାଚାର ମାମଲାରେ ଫସିଥିବା ନେତାଙ୍କୁ କାହିଁକି ଟିକଟ ଦେଲା ବିଜେଡି । ବିଜେଡିର ବହୁ ନେତା ଦାଗୀ ତଥାପି ତାଙ୍କୁ ଟିକଟ ଦେଲେ । ଏ ସରକାର ଦୁର୍ନୀତି ଗସ୍ତ ସରକାର । ଚିଟଫଣ୍ଡରେ 2 କୋଟି ଲୋକଙ୍କର 4500 କୋଟି ଲୁଟ ହୋଇଛି । ତଦନ୍ତ ହୋଇଛି ହେଲେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ କାହିଁକି । ଓଡିଶାରେ ଖଣି ଖାଦାନ ଭରପୁର ଅଛି । ହେଲେ ଓଡିଶା ସରକାରଙ୍କ ଅପାରଗତା ପାଇଁ ଏହା ଲୁଟ ହେଉଛି । ସରକାର ବି ଏଥିରେ ସାମିଲ ଅଛନ୍ତି । ରାଜ୍ୟକୁ ଲୁଟ କରିସାରିଲେଣି । ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖିବା ଦରକାର । ସେହିପରି ଓଡିଶା ଧନୀ କିନ୍ତୁ ଲୋକମାନେ ଗରିବ କାହିଁକି । ଓଡିଶାରୁ ସର୍ବାଧିକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ।" 24 ବର୍ଷ ଶାସନ କଲେ ହେଲେ ରାଜ୍ୟ ପାଇଁ କିଛି କରିପାରିଲେ ନାହିଁ ବୋଲି କହିଛନ୍ତି କୁଲାସ୍ତେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.